• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରଚଣ୍ଡ ଗ୍ରୀଷ୍ମଲହରି। ଅସହ୍ୟ ତାତି। ଆକାଶରୁ ନିଆଁ ପିଣ୍ଡୁଳା ଖସିଲା ଭଳି ଲାଗୁଛି। ତତଲା କଡ଼େଇରେ ଭାଜି ହେଉଛି ସାରା ଓଡ଼ିଶା। ଆଜି ରାଜ୍ୟରେ ୪୩ ଡିଗ୍ରୀ ଉପରେ ରହିଛି ୮ ସହରରେ ପାରଦ। ୪୩.୮ ଡିଗ୍ରୀ ସେଲସିୟସ ସହ ସବୁଠୁ ଉତ୍ତପ୍ତ ଝାରସୁଗୁଡ଼ା। ସେହିପରି ବାରିପଦାରେ ୪୩.୬, ନୂଆପଡ଼ା ୪୩.୫, ତାଳଚେର ୪୩.୪, ବୌଦ୍ଧ ୪୩.୨, କେନ୍ଦ୍ରାପଡ଼ା, କଟକ ଓ ବଲାଙ୍ଗିରରେ ୪୩ ଡିଗ୍ରୀ ସେଲସିୟସ୍ ରହିଥିଲା ସର୍ବୋଚ୍ଚ ତାପମାତ୍ରା।

କାଲିଠୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମଲହରି। ସୂର୍ଯ୍ୟକୋପରେ ଜଳିବ ଉପକୂଳରୁ ଉପାନ୍ତ। କାଲିଠୁ ଦୁଇ ଦିନ ହିଟୱେଭ୍ ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ପାଇଁ ୯ ଜିଲ୍ଲା ଗଜପତି, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିକୁ ହିଟୱେଭରୁ ସିଭିୟର ହିଟୱେଭ୍ ନେଇ ରେଡ୍ ଆଲର୍ଟ ଦିଆଯାଇଛି। ୧୮ ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ସତର୍କତା।

ସେହିପରି ୨୭ ତାରିଖ ପାଇଁ ୧୫ ଜିଲ୍ଲାକୁ ରେଡ୍ ଓ ୧୪ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ଅରେଞ୍ଜ ୱାର୍ଣ୍ଣିଂ। ୨୮ ତାରିଖ ପାଇଁ ସାରା ରାଜ୍ୟରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ମେ ୩ରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଆଗାମୀ ୫ ଦିନ ରାଜ୍ୟରେ ତାତି ଆହୁରି ବଢ଼ିବ। ସିଭିୟର ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୨୭-୨୮ ତାରିଖ ବେଳକୁ ମୟୂରଭଞ୍ଜ, ବୌଦ୍ଧ, ଖୋର୍ଦ୍ଧା, ଜଗତସିଂହପୁର, ସୁବର୍ଣ୍ଣପୁର, ନୂଆପଡ଼ା, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି, ବାଲେଶ୍ୱର ଭଳି ୧୦ ଜିଲ୍ଲାରେ ସିଭିୟର ହିଟୱେଭ୍ ଦେଖିବାକୁ ମିଳିବ।

ବିସ୍ତାରିତ ପରିସର ଆକଳନ ଅନୁଯାୟୀ ୩ ରୁ ୯ ମଇ ମଧ୍ୟ୍ୟରେ ରାଜ୍ୟର ଗ୍ରୀଷ୍ମପ୍ରବାହ ଜାରିରହିବା ସହ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ଲାଗିରହିବ। ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ୪୨ ରୁ ୪୪°C ମଧ୍ୟରେ ତାତି ରେକର୍ଡ ହେବାର ସମ୍ଭାବନା।

ସେପଟେ ଅସହ୍ୟ ତାତିରେ କଲବଲ ହେଉଛନ୍ତି ଲୋକେ। ଅନେକ ସମୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଯାଉଛି ଭୁବନେଶ୍ୱର। ୨୭-୨୮ ତାରିଖ ବେଳକୁ ମୟୂରଭଞ୍ଜ, ବୌଦ୍ଧ, ଖୋର୍ଦ୍ଧା, ଜଗତସିଂହପୁର, ସୁବର୍ଣ୍ଣପୁର, ନୂଆପଡ଼ା, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି, ବାଲେଶ୍ୱର ଭଳି ୧୦ ଜିଲ୍ଲାରେ ସିଭିୟର ହିଟ୍ ୱେଭ୍ ଦେଖିବାକୁ ମିଳିବ।