• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦୁଇ ତିନି ଦିନର ସାମାନ୍ୟ ଆଶ୍ୱସ୍ତି ପରେ ରାଜ୍ୟକୁ ପୁଣି ଫେରିଛି ଗ୍ରୀଷ୍ମ ଲହରି । ଆଜିଠୁ ତାତି ବଢ଼ିବ । କାଲିଠୁ ଆହୁରି ଉପରମୁହାଁ ହେବ ପାରଦ । ଆଜି ଦିନ ୨ଟା ସୁଦ୍ଧା ୪୩ ଡିଗ୍ରୀ ଡେଇଁଛି ତାତି । ୪୩.୬ ସହ ଝାରସୁଗୁଡ଼ା ପାଲଟିଛି ସବୁଠାରୁ ଉତ୍ତପ୍ତ । ସେହିପରି ରାଜଧାନୀର ତାପମାତ୍ରା ୪୨.୨ ରହିଛି । ସେହିପରି ସମ୍ବଲପୁର ଓ ହୀରାକୁଦ ୪୨.୨ ଡିଗ୍ରୀ ରହିଥିବା ବେଳେ କେନ୍ଦୁଝର ଓ ଚାନ୍ଦବାଲି ୪୧.୮ ରହିଛି ।

ରାଉରକେଲାରେ ୪୧.୪ ଡିଗ୍ରୀ, ବାଲେଶ୍ୱରରେ ୪୧, ପୁରୀରେ ୩୫, ଗୋପାଳପୁରରେ ୩୪.୮, ପାରାଦ୍ୱୀପରେ ୩୪.୨ ଡିଗ୍ରୀ ରହିଛି । ତେବେ ମେ ଦ୍ୱିତୀୟ ସପ୍ତାହ ପ୍ରାରମ୍ଭ ପର୍ଯ୍ୟନ୍ତ ଜାରି ରହିବ ତାତି । ମେ ୩ରୁ ୯ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ହେବ ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଆହୁରି ବଢିବ ତାତି:୧୦ ଜିଲ୍ଲାକୁ ସିଭିୟର ହିଟ୍ ୱେଭ୍ ୱାର୍ଣ୍ଣିଂ

ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୨ରୁ ୪୪ ଡିଗ୍ରୀ ରହିପାରେ ବୋଲି ଆକଳନ କରାଯାଇଛି । କାଲିଠୁ ଆହୁରି ଉପରମୁହାଁ ହେବ ପାରଦ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ୨ ଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୬ ଓ ୨୭ ତାରିଖ ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ୨୬ରେ ଗଜପତି, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିକୁ ଦିଆଯାଇଛି ରେଡ୍ ଆଲର୍ଟ ।

୨୭ରେ ଗଜପତି, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ଭଦ୍ରକ, ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦୁଝର, ନୂଆପଡ଼ାକୁ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ଆଜି ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ତାତି ଡେଇଁଛି ୪୧ ଡିଗ୍ରୀ । ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ରାଜଧାନୀରେ ସର୍ବୋଚ୍ଚ ତାପମାତ୍ରା ୪୧.୧ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା ।

ଆଗାମୀ ୫ ଦିନ ରାଜ୍ୟରେ ତାତି ଆହୁରି ବଢ଼ିବ । ସିଭିୟର ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୭-୨୮ ତାରିଖ ବେଳକୁ ମୟୂରଭଞ୍ଜ, ବୌଦ୍ଧ, ଖୋର୍ଦ୍ଧା, ଜଗତସିଂହପୁର, ସୁବର୍ଣ୍ଣପୁର, ନୂଆପଡ଼ା, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି, ବାଲେଶ୍ୱର ଭଳି ୧୦ ଜିଲ୍ଲାରେ ସିଭିୟର ହିଟୱେଭ୍ ଦେଖିବାକୁ ମିଳିବ ।

ବିସ୍ତାରିତ ପରିସର ଆକଳନ ଅନୁଯାୟୀ ୩ ରୁ ୯ ମଇ ମଧ୍ୟ୍ୟରେ ରାଜ୍ୟର ଗ୍ରୀଷ୍ମପ୍ରବାହ ଜାରିରହିବା ସହ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ଲାଗିରହିବ । ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ୪୨ ରୁ ୪୪°C ମଧ୍ୟରେ ତାତି ରେକର୍ଡ ହେବାର ସମ୍ଭାବନା ।

ସେପଟେ ଅସହ୍ୟ ତାତିରେ କଲବଲ ହେଉଛନ୍ତି ଲୋକେ । ଅନେକ ସମୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଯାଉଛି ଭୁବନେଶ୍ୱର । ୨୭-୨୮ ତାରିଖ ବେଳକୁ ମୟୂରଭଞ୍ଜ, ବୌଦ୍ଧ, ଖୋର୍ଦ୍ଧା, ଜଗତସିଂହପୁର, ସୁବର୍ଣ୍ଣପୁର, ନୂଆପଡ଼ା, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି, ବାଲେଶ୍ୱର ଭଳି ୧୦ ଜିଲ୍ଲାରେ ସିଭିୟର ହିଟ୍ ୱେଭ୍ ଦେଖିବାକୁ ମିଳିବ ।