• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଲେ ଅଲିମ୍ପିକ ପଦକ ବିଜେତା

  • ଅଲିମ୍ପିକ ହିରୋଙ୍କୁ ସ୍ୱାଗତ ଜଣାଇବାକୁ ଉତ୍ସବର ମାହୋଲ

ନୂଆଦିଲ୍ଲୀ : ଟୋକିଓରୁ ସ୍ୱଦେଶ ଫେରିଲେ ଅଲିମ୍ପିକ ପଦକ ବିଜେତା । ଦିଲ୍ଲୀ ବିମାନ ବନ୍ଦର ବାହାରେ ଉତ୍ସବର ମାହୋଲ । ଦେଶରେ ପହଞ୍ଚିବା ପରେ ଗୋଲ୍ଡେନ ବୟ୍ ନୀରଜ ଚୋପ୍ରାଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କରାଯାଇଛି । ସେଲଫି ନେବାକୁ ଭିଡ଼ ଜମିଲା । ପଦକ ବିଜେତାଙ୍କୁ ଦିଲ୍ଲୀରେ ଭବ୍ୟ ସ୍ୱାଗତ କରାଯିବ । ଅଶୋକା ହୋଟେଲରେ ଅଲିମ୍ପିକ୍ସ ହୀରୋଙ୍କ ପାଇଁ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ ହୋଇଛି । ଏସମୟରେ ଅଲିମ୍ପିକ୍ସରେ ପଦକ ଜିତିବା କ୍ଷେତ୍ରରେ ଭାରତୀୟ ତାଙ୍କର ପୂର୍ବ ରେକର୍ଡ ଭାଙ୍ଗି ଦେଶକୁ ଫେରିଛନ୍ତି ।

ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି ଆଲେଟ୍ ନୀରଜ ଚୋପ୍ରା । ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଇତିହାସ ରଚିଛନ୍ତି । ବ୍ୟକ୍ତିଗତ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ ଏବଂ ଆଥଲେଟରେ ପ୍ରଥମ ଭାରତୀୟ ହୋଇଛନ୍ତି । ନୀରଜ ଚୋପ୍ରାଙ୍କ ପୂର୍ବରୁ ସୁଟିଂରେ ୨୦୦୮ ଅଲିମ୍ପିକ୍ସରେ ସୁଟର ଅଭିନବ ବିନ୍ଦ୍ରା ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ନୀରଜ ନିଜର ପ୍ରଥମ ଥ୍ରୋରେ ୮୭. ୦୩ ମିଟର, ଦ୍ୱିତୀୟ ଥ୍ରୋରେ ୮୭. ୫୮ ଯଏବଂ ତୃତୀୟ ଥର ସେ ୭୬. ୭୯ ମିଟର ଜାଭଲିନ ଫିଙ୍ଗି ବିଜୟ ହାସଲ କରିଥିଲେ ।

ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ସହ ମୋଟ୍ ୭ଟି ପଦକ ଜିତିଛି ଭାରତ । ଅଲିମ୍ପିକ୍ସ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ନେଇ ଖୁସିରେ ଝୁମୁଛି ଦେଶ । ଚଳିତ ଟୋକିଓ ଅଲିମ୍ପିକ୍ସରେ ପ୍ରଥମେ ମୀରାବାଇ ଚାନୁ ଭାରୋତ୍ତଳନରେ ରୌପ୍ୟ ପଦକ ସହ ଭାରତର ମେଡାଲ୍ ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ଭାରତକୁ ଆସିଥିଲା ଲଗାତାର ୩ଟି କାଂସ୍ୟ ପଦକ । ବ୍ୟାଡ଼ମିଣ୍ଟନରେ ପି.ଭି. ସିନ୍ଧୁ, ବକ୍ସିଂରେ ଲଭଲିନା ଏବଂ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ଜିତିଥିଲେ । ଏହାପରେ ଭାରତକୁ ଦ୍ୱିତୀୟ ରୌପ୍ୟ ପଦକ ଭେଟି ଦେଇଥିଲେ ରେସଲରର୍ ରବି କୁମାର ଦହିୟା । ଏହାପରେ ବଜରଙ୍ଗ ପୁନିଆ କୁସ୍ତିରେ କାଂସ୍ୟ ପଦକ ଜିତିଥିବା ବେଳେ, ଜାଭଲିନ୍ ଥ୍ରୋରେ ଐତିହାସିକ ବିଜୟ ସହ ଦେଶକୁ ଟୋକିଓ ଅଲିମ୍ପିକ୍ସର ଏକମାତ୍ର ସ୍ୱର୍ଣ୍ଣପଦକ ଆଣିଛନ୍ତି ନୀରଜ ଚୋପ୍ରା ।