• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦୁଇ ବର୍ଷ ତଳେ ଭାଗ୍ୟଲକ୍ଷ୍ମୀଙ୍କ କୋଳ ଖାଲି ହୋଇଥିଲା

  • ୨୦୧୯ରେ ଡଙ୍ଗାବୁଡି ଘଟଣାରେ ଦୁଇ ଶିଶୁଙ୍କୁ ହରାଇଥିଲେ ଭାଗ୍ୟଲକ୍ଷ୍ମୀ

  • ଠିକ୍ ଦୁଇ ବର୍ଷ ପରେ ତାଙ୍କ କୋଳକୁ ଆସିଛନ୍ତି ଦୁଇ ଶିଶୁ

ବିଶାଖାପାଟନମ : ବିଧିର ବିଧାନ ବଡ ବିଚିତ୍ର । ଦୁଇ ବର୍ଷ ତଳେ ଯେଉଁ ଦିନ ଭାଗ୍ୟଲକ୍ଷ୍ମୀଙ୍କ କୋଳ ଖାଲି ହୋଇଯାଇଥିଲା, ତାର ଠିକ୍ ଦୁଇ ବର୍ଷ ପରେ ତାଙ୍କ କୋଳକୁ ଫେରିଛନ୍ତି ଦୁଇ ଶିଶୁ । ବିଶାଖାପାଟନମର ଭାଗ୍ୟଲକ୍ଷ୍ମୀଙ୍କ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ଆଇଭିଏଫ୍ ପଦ୍ଧତିରେ ସେ ଦୁଇଟି ଯମଜ ଶିଶୁର ମା’ ହୋଇଛନ୍ତି । ୨୦୧୯ ମସିହାରେ ସେପ୍ଟେମ୍ବର ୧୫ ତାରିଖରେ ଗୋଦାବରୀ ନଦୀରେ ଡଙ୍ଗାବୁଡି ୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ଏଥିରେ ଭାଗ୍ୟଲକ୍ଷ୍ମୀ ତାଙ୍କର ଦୁଇ କୁନି ଝିଅଙ୍କୁ ହରାଇବା ସହ ୧୧ଜଣ ସମ୍ପର୍କୀୟଙ୍କୁ ହରାଇଥିଲେ ।

ଭାଗ୍ୟଲକ୍ଷ୍ମୀଙ୍କୁ ପ୍ରସନ୍ନ ହେଲେ ଭାଗ୍ୟଦେବୀ ପୁଣି କୋଳକୁ ଆସିଲେ ଆଉ ଦୁଇ ଶିଶୁ । ଭାଗ୍ୟଲକ୍ଷ୍ମୀଙ୍କ ଖୁସି ଏବେ କହିଲେ ନସରେ । ବିଶାଖାପଟନମର ପଦ୍ମା ହସ୍ପିଟାଲରେ ସେ ଦୁଇଟି ଯାଁଳା ଶିଶୁକୁ ଜନ୍ମ ଦେଇଛନ୍ତି । ଏମିତିରେ ଜଣେ ଯମଜ ସନ୍ତାନ ହେବା ସ୍ୱାଭାବିକ କଥା କିନ୍ତୁ ଭାଗ୍ୟଲକ୍ଷ୍ମୀ ଯେଭଳି ପୁଣି ଥରେ ମା ହେବାର ସୌଭାଗ୍ୟ ଲାଭ କରିଛନ୍ତି ତାହା ତାଙ୍କୁ ବେଶ ଖୁସି ଦେଇଛି । ଦୁଇଟି ଶିଶୁଙ୍କ ଜନ୍ମପରେ ତାଙ୍କର ପରିବାର ନିୟୋଜନ ଅସ୍ତ୍ରୋପଚାର ହୋଇଥିଲା ।

କିନ୍ତୁ ଦୁଇ ବର୍ଷତଳେ ସେପ୍ଟେମ୍ବର ୧୫ରେ ତାଙ୍କ ପରିବାର ଉପରକୁ ବିପତ୍ତି ମାଡି ଆସିଥିଲା । ଗୋଦାବରୀ ନଦୀରେ ଡଙ୍ଗାବୁଡି ତାଙ୍କର ଦୁଇଟି ଝିଅଙ୍କ ଜୀବନ ଯାଇଥିଲା । ତା ପରଠାରୁ ଚିନ୍ତାରେ ରହୁଥିବା ଭାଗ୍ୟଲକ୍ଷ୍ମୀଙ୍କୁ ଏବେ ମିଳିଛି ନୂଆ ଆଶା । ଦୁର୍ଘଟଣାର ଠିକ୍ ଦୁଇ ବର୍ଷ ପରେ ଆଇଭିଏଫ୍ ପଦ୍ଧତିରେ ସେ ପୁଣି ଥରେ ମା’ ହୋଇ ଦୁଇଟି ଯମଜ ସନ୍ତାନ ଜନ୍ମ କରିଛନ୍ତି । ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

ଭାଗ୍ୟଲକ୍ଷ୍ମୀ, ତାଙ୍କ ସ୍ୱାମୀ ଆପାଲା ରାଜୁ ଓ ଦୁଇ ଝିଅଙ୍କୁ ନେଇ ବେଶ ହସ ଖୁସିର ଥିଲା ତାଙ୍କ ପରିବାର । ଦୁଇ ବର୍ଷତଳେ ସେପ୍ଟେମ୍ବର ୧୫ରେ ମାନସିକ ପୂରଣ ପାଇଁ ଭାଗ୍ୟଲକ୍ଷ୍ମୀଙ୍କ ଦୁଇ ଝିଅ ଭଦ୍ରାଚଳମ୍ର ଶ୍ରୀ ରାମ ମନ୍ଦିରକୁ ଯାଇଥିଲେ । ସାଥିରେ ଥିଲେ ସେମାନଙ୍କ ସମ୍ପର୍କୀୟ । କୌଣସି କାରଣରୁ ଭାଗ୍ୟଲକ୍ଷ୍ମୀ ଓ ତାଙ୍କ ସ୍ୱାମୀ କିନ୍ତୁ ସେଦିନ ଯାଇ ନଥିଲେ । ବିଧିର ବିଧାନ ବଡ ବିଚିତ୍ର, ସେଦିନ ଗୋଦାବରୀ ନଦୀରେ ପାର ହେଉଥିବା ବେଳେ ଡଙ୍ଗା ବୁଡି ଯାଇଥିଲା । ଏଥିରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଭାଗ୍ୟଲକ୍ଷ୍ମୀଙ୍କ ୧୧ଜଣ ସମ୍ପର୍କୀୟଙ୍କ ସହ ଦୁଇ ଝିଅ ମଧ୍ୟ ଏଥିରେ ପ୍ରାଣ ହରାଇଥିଲେ ।