• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଜଳଦ ତ୍ରିପାଠୀ ହୋଇପାରନ୍ତି ରାଜ୍ୟର ମୁଖ୍ୟ ସୂଚନା କମିଶନର

  • ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନାଁ ଚୂଡ଼ାନ୍ତ

  • ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥିବା ସୂଚନା

  • ରାଜ୍ୟପାଳଙ୍କ ଅନୁମୋଦନ ପରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର : ତାମିଲନାଡୁର ପୂର୍ବତନ ପୋଲିସ ଡିଜି ଜଳଦ କୁମାର ତ୍ରିପାଠୀ ହୋଇପାରନ୍ତି ରାଜ୍ୟର ମୁଖ୍ୟ ସୂଚନା କମିଶନର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଭର୍ଚୁଆଲ ବୈଠକରେ ଜଳଦ ତ୍ରିପାଠୀଙ୍କ ନାଁ ଚୂଡ଼ାନ୍ତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥିବା ସୂଚନା ମିଳିଛି । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ମୁଖ୍ୟ ସୂଚନା କମିଶନର ସୁନୀଲ ମିଶ୍ର ଗତ ମାସ ୧୫ ତାରିଖରେ ଅବସର ନେବା ପରେ ଏହି ପଦବୀ ଖାଲି ପଡିଛି । ଗତ ଜୁନ୍ ୩୦ ତାରିଖରେ ତାମିଲନାଡୁ ଡିଜି ପଦରୁ ଅବସର ନେଇଛନ୍ତି । ପୂର୍ବରୁ ସେ ଚେନ୍ନାଇ ପୋଲିସ କମିଶନର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

ରାଜ୍ୟ ମୁଖ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ରଙ୍କ ଅବସର ପରେ ଖାଲି ପଡ଼ିଥିବା ପଦବୀ ପାଇଁ ରାଜ୍ୟ ସରକାର ୩ଜଣ ବରିଷ୍ଠ ଅଧିକାରୀଙ୍କ ନାଁକୁ ସର୍ଟଲିଷ୍ଟ କରିଥିଲେ । ତାମିଲନାଡୁର ପୂର୍ବତନ ପୁଲିସ ଡିଜି ଜଳଦ କୁମାର ତ୍ରିପାଠୀ, ରାଜ୍ୟର ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀ ଓ ଆଇପିଏସ୍ ଏମ.ଅକ୍ଷୟଙ୍କ ନାଁକୁ ସର୍ଟଲିଷ୍ଟ କରାଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ଜଳଦ ତ୍ରିପାଠୀଙ୍କ ନାଁକୁ ମନୋନୀତ କରାଯାଇଛି ।

 

୨୦୨୧ ଜୁନ୍ ୩୦ତାରିଖରେ ପୁଲିସ ଡିଜି ପଦବୀରୁ ଅବସର ନେଇଥିଲେ ଓଡ଼ିଶା ଆଇପିଏସ୍ ଜଳଦ ତ୍ରିପାଠୀ । ଚେନ୍ନାଇ ପୁଲିସ କମିଶନର ଭାବେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ପବ୍ଲିକ ଆଡମିନିଷ୍ଟ୍ରେସନରେ ଉଲ୍ଲେଖନୀୟ ସେବା ପାଇଁ ୨୦୦୮ ମସିହାରେ ସେ ପ୍ରଥମ ପୁଲିସ୍ ଭାବେ ‘ପ୍ରଧାନମନ୍ତ୍ରୀ ଆୱାର୍ଡ’ରେ ସମ୍ମାନିତ ହୋଇଥିଲେ ।