• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରାତାରାତି ଲକ୍ଷପତି ପାଲଟିଗଲେ ଚାଓମିନ୍ ବିକ୍ରେତା

  • ୫୭ ଲକ୍ଷର ଲଟେରୀ ଲାଗିଲା

ଲାତେହାର : ଚାଓମିନ୍ ବିକ୍ରେତାରୁ ଲକ୍ଷପତି । ରାତାରାତି ଭାଗ୍ୟ ବଦଳାଇଦେଲା ଆଇପିଏଲ୍ । କ୍ଷଣିକରେ ୫୭ ଲକ୍ଷର ଲଟେରୀ ଜିତି କୋଟିପତି ହୋଇଗଲେ ଗୋପାଲ୍ । ଝାଡ଼ଖଣ୍ଡ ଲାତେହାର ଜିଲ୍ଲାରେ ଏପରି ଘଟଣା ଘଟିଛି । ଜଣେ ଚାଉମିନ୍ ବିକ୍ରେତା ଅନଲାଇନ୍ ବେଟିଂ ଡ୍ରିମ୍ - ୧୧ରେ ଲକ୍ଷାଧିକ ଟଙ୍କା ଜିତିଛନ୍ତି । ଡ୍ରିମ୍ ୧୧ ରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀଙ୍କୁ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ସମ୍ଭାବ୍ୟ ଦଳ ବାଛିବାକୁ ପଡ଼ିଥାଏ । ଆଉ ସେହି ଦଳର ଖେଳାଳିଙ୍କ ପ୍ରଦର୍ଶନ ଉପରେ ଆଧାର କରି ପଏଣ୍ଟ ଦିଆଯାଏ ଏବଂ ଏହି ପଏଣ୍ଟଗୁଡିକ ଆଧାରରେ ସ୍ଥିର ହୁଏ, ଆପଣ କେତେ ଟଙ୍କା ପାଇବେ ।

ଲାତେହାର ଅଞ୍ଚଳରେ ଚୋମିନ୍ ବିକ୍ରି କରି ପରିବାର ପୋଷଣ କରନ୍ତି ଗୋପାଳ ପ୍ରସାଦ । ବାପା ବାଲେଶ୍ୱର ପ୍ରସାଦ ତାଙ୍କୁ ତାଙ୍କ କାମରେ ସାହାଯ୍ୟ କରନ୍ତି । ଚାରି ଭଉଣୀଙ୍କ ମଧ୍ୟରେ ଗୋପାଳ ଏକମାତ୍ର ଭାଇ । ଗୋପାଳ ବିବାହିତ ଓ ଦୁଇଟି ପିଲାର ବାପା । ପିଲାଦିନରୁ ସେ କ୍ରିକେଟ୍ ଖେଳିବାକୁ ଭଲ ପାଆନ୍ତି । ତେବେ ଟଙ୍କା ପାଇବା ପାଇଁ ନୁହେଁ ସଉକରେ ସେ ଏକ ଟିମ୍ ଗଠନ କରିଥିଲେ । ହେଲେ ଅଚାନକ୍ ତାଙ୍କ ଉପରେ ଭାଗ୍ୟଦେବୀ ପ୍ରସନ୍ନ ହୋଇଛନ୍ତି । ହଜାରେ କି ଦୁଇ ହଜାର ନୁହେଁ, ଡ୍ରିମ୍ ୧୧ ଅନଲାଇନ୍ ବେଟିଂରେ ସେ ୫୭ ଲକ୍ଷ ଟଙ୍କା ଜିତି ଯାଇଛନ୍ତି । ତବେ ଏହି ଅନଲାଇନ୍ ବେଟିଂରେ ସେ ନୁହେଁ ଆହୁରି ଅନେକ ପ୍ରତିଯୋଗୀ ଭାଗ ନେଇଥିଲେ ।

ଡ୍ରିମ୍ ୧୧ ଅନଲାଇନ୍ ବେଟିଂ ପ୍ରତିଯୋଗିତାରେ ଲକ୍ଷ ଲକ୍ଷ ଲୋକ ଭାଗ ନେଇଥିଲେ ବୋଲି କହନ୍ତି ଗୋପାଳ । ଏତେ ଲୋକଙ୍କ ମଧ୍ୟରେ ସେ ଜିତିବେ ବୋଲି କେବେ ଚିନ୍ତା କରିନଥିଲେ । ଚାଉମିନ୍ ମାତ୍ର ୩୫ ଟଙ୍କା ଖର୍ଚ୍ଚ କରି ସେ ଟିମ୍ ଗଠନ କରିଥିଲେ । ଆଉ ସେହି ୩୫ ଟଙ୍କା ଆଜି ତାଙ୍କୁ ୫୭ ଲକ୍ଷ ଟଙ୍କା ଜିତିବାରେ ସାହାଯ୍ୟ କରିଥିଲା । ଲାତେହାର ଥାନା ଚକରେ ଗତ ୧୦ ବର୍ଷ ଧରି ଚାଓମିନ୍ ବିକ୍ରି କରିଥିବା ଗୋପାଳ ଗତ ଆଇପିଏଲରୁ ଏକ ଟିମ୍ ଗଠନ ଆରମ୍ଭ କରିଥିଲେ ।

ଅନଲାଇନ୍ ବେଟିଂ ପ୍ରତିଯୋଗିତାରେ ଏତେ ଟଙ୍କା ଜିତି ସେ ଖୁସିରେ ଗଦଗଦ ହୋଇଯାଉଛନ୍ତି  । ଗୋପାଳଙ୍କୁ ୫୭ ଲକ୍ଷ ଟଙ୍କା ପୁରସ୍କାର ମିଳିବା ପରେ ଥାନା ପ୍ରଭାରୀ ଅମିତ କୁମାର ଗୁପ୍ତା ତାଙ୍କୁ ଫୁଲତୋଡ଼ା ଦେଇ ସମ୍ମାନିତ କରିଛନ୍ତି । ପୁରସ୍କାର ଜିତିବା ପରେ ଗୋପାଳଙ୍କ ଚାଓମିନ ଦୋକାନରେ ଲୋକଙ୍କ ଭିଡ଼ ଜମିଥିଲା । ଅଭିନନ୍ଦନ ଜଣାଇବା ପାଇଁ ତାଙ୍କ ଠେଲାକୁ ପହଞ୍ଚିଥିଲେ ଲୋକେ ।

(ଏଠାରେ କହିରଖୁଛୁ, କୌଣସି ବେଟିଂ ପ୍ରତିଯୋଗିତାରେ ଭାଗ ନେବାକୁ ଓଟିଭି ପ୍ରୋତ୍ସାହିତ କରେନାହିଁ )