• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କୌଣସି ବି କ୍ଷେତ୍ରରେ ପୁରୁଷଙ୍କଠାରୁ କମ ନୁହଁନ୍ତି ମହିଳା

  • ବିଏମସିର ଅଳିଆ ଉଠା ଗାଡି ଚଳାଇ ପ୍ରତିପୋଷଣ ପରିବାର କରୁଛନ୍ତି

ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ) : ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ଆଜିର ମହିଳା । ମହିଳା ମାନେ ସିଲେଇ କରିବା, ପାର୍ଲରେ କାମ କରିବା ଏପରିକି ନିଜର କାର ଚଲାଉଥିବା ଦେଖିଥିବେ ହେଲେ ମହିଳା ଡ୍ରାଇଭିଂ କରି ପରିବାର ପୋଷୁ ଥିବା କଥା ଜାଣି ନଥିବେ । ଭୁବନେଶ୍ୱର ମହାନଗର ନିଗମର ଅଳିଆ ଉଠା ଗାଡି ଚଳାଇ ପରିବାର ପୋଷୁଛନ୍ତି ଏଭଳି କିଛି ମହିଳା । ଆଗାମୀ ଦିନରେ ମୋ ବସ ଏବଂ PCR ଭ୍ୟାନ ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି ଏହି ମହିଳା ଡ୍ରାଇଭରମାନେ ।  

ଭୁବନେଶ୍ୱର ପଥର ବନ୍ଦ ଅଂଚଳ ବାସିନ୍ଦା ଜୁନାରାଣୀ ବେହେରା । ରାତି ପାହିଲେ ଭୁବନେଶ୍ୱର ମହାନଗର ନିଗମର ଅଳିଆ ଉଠା ଗାଡି ଧରି ବାହାରି ଯାଆନ୍ତି ।ଏଗଳିରୁ ସେ ଗଳି ଏସାହିରୁ ସେ ସାହି , ଏମିତି ସାରା ସହର ବୁଲନ୍ତି ଦିନ ୨ଟା ଯାଏ ଏଭଳି ଡ୍ରାଇଭିଂ କରନ୍ତି । ମାସକୁ ସାଢେ ୧୧ ହଜାର ଟଙ୍କା ଦରମା ମିଳେ । ଯେଉଁଥିରେ ଖୁସିରେ ଚଳାନ୍ତି ପରିବାର । ସମାନ କାମ ଓ କାହାଣୀ ମନୋରମା ଓ ବିମଳାଙ୍କର । ବଡ ବଡ ଗାଡି ଚଳାଇବା ଯେଉଁଠି ପୁରୁଷଙ୍କ ପାଇଁ କଷ୍ଟକର ସେମାନେ ବେଶ୍ ଆରାମରେ ଚଳାଉଛନ୍ତି । ଗାଡି ଚଳାଇ ଦି ପଇସା ରୋଜଗାର କରନ୍ତି ଏବଂ ନିଜ ନିଜ ଘର ଚଳାନ୍ତି । ଏହି ପେଷାକୁ ଚ୍ୟାଲେଞ୍ଜ ଭାବେ ନେଇଛନ୍ତି ସମସ୍ତେ ।

WOMEN ON WHEEL ନାମକ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି CYSD ପକ୍ଷରୁ ମହିଳା ମାନଙ୍କୁ ଡ୍ରାଇଭିଂ ଟ୍ରେନିଂ ଦିଆଯାଇଥିଲା । ୮ମାସ ଧରି ଗାଡି ଚଳାଇବା ସହ ଆତ୍ମ ରକ୍ଷା କୌଶଳ ଓ ସ୍ପୋକେନ୍ ଇଂଲିଶ ଶିକ୍ଷି ଥିଲେ ମହିଳା । ଏହାପରେ ଆରମ୍ଭ ହୋଇଥିଲା ରାସ୍ତାରେ ବଡ ଗାଡି ଚଳାଇବା ଅଭିଯାନ । ନା କାହାକୁ ଡର ନା ଲାଜ, ସମାଜର ଟାହି ଟାପରାକୁ ପଛରେ ପକାଇ ଆଗକୁ ବଢିଛନ୍ତି ମହିଳା । BMCର ଏହି ବଡ ବଡ ଗାଡିକୁ ସହର ମଧ୍ୟରେ ସଫଳତାର ସହ ଚଲାଇ ପାରୁଛନ୍ତି ଜୁନାରାଣୀ, ମନୋରମା ଓ ବିମଳାଙ୍କ ଭଳି ଆହୁରି ଅନେକ ମହିଳା । ଆଗାମୀ ଦିନରେ ମୋ ବସ, ପୋଲିସ PCR ଭ୍ୟାନ୍ ଚଳାଇବାକୁ ସମସ୍ତେ ଲକ୍ଷ୍ୟ ରଖିଛନ୍ତି ।