• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କଳିଙ୍ଗ ଷ୍ଟାଡିୟମରେ ସେଠୀ ସାର୍‌ଙ୍କ ଫିଟନେସ୍ ମନ୍ତ୍ର

  • ୨୦ ବର୍ଷ ଧରି ଫିଟନେସ୍ ତାଲିମ ଦେଉଛନ୍ତି ଗୋପୀନାଥ ସେଠୀ

ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ ) : ଶିକ୍ଷିତ ବେକାରୀ ଯୁବକ ଯୁବତୀଙ୍କ ପାଇଁ ସେଠୀ ସାର୍ଙ୍କ ନିସ୍ୱାର୍ଥପର ସେବା । ବିନା ଦେୟରେ ସେ ୨୦ ବର୍ଷ ହେଲା ଆଶାୟୀଙ୍କୁ ଦେଇ ଆସୁଛନ୍ତି ଶାରୀରିକ ପ୍ରଶିକ୍ଷଣ । ଏହି ଟ୍ରେନିଂ ଯୋଗୁଁ ପ୍ରାୟ ୫ ହଜାରରୁ ଅଧିକ ଯୁବକ ଓ ଯୁବତୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିନରେ ସୁରକ୍ଷାକର୍ମୀ ଭାବେ ନିଯୁକ୍ତି ପାଇଛନ୍ତି । ତେବେ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ପ୍ରଶିକ୍ଷଣ ଦେଉଥିବାବେଳେ ଏବେ ଅନୁମତି ନଥିବାରୁ ସେ ରାସ୍ତାକଡ଼ରେ ଆଶାୟୀଙ୍କୁ ଟ୍ରେନିଂ ।

ଆଜିର ସ୍ୱାର୍ଥପର ଦୁନିଆରେ ସେ ଜଣେ ନିଆରା ମଣିଷ । ଯାହାଙ୍କ ପାଇଁ ବେକାର ଯୁବକ ଯୁବତୀ ନିଯୁକ୍ତି ସୁଯୋଗ ପାଇଛନ୍ତି ସେ ବ୍ୟକ୍ତି ଜଣକ ହେଉଛନ୍ତି ଗୋପୀନାଥ ସେଠୀ । ସରକାରୀ ଚାକିରୀରୁ ଅବସର ପରେ ଶିକ୍ଷିତ ବେକାର ଯୁବକ, ଯୁବତୀଙ୍କୁ ଫିଟନେସ୍ ମନ୍ତ୍ର ଦେବାକୁ ସ୍ଥିର କରିଥିଲେ । ୨୦ ବର୍ଷ ତଳୁ ସେ ଏହି ଅଭିଯାନ ଆରମ୍ଭ କରିଥିଲେ । ଆଜି ବି ଚାଲିଚି ଏହି ପ୍ରଶିକ୍ଷଣ ।

ସକାଳ ହେଲେ କଳିଙ୍ଗ ଷ୍ଟାଡିୟମକୁ ଆସନ୍ତି ସେଠୀ ସାର । ଆଉ ଆଶାୟୀ ଯୁବକ ଯୁବତୀଙ୍କର ଆରମ୍ଭ ହୋଇଯାଏ ଟ୍ରେନିଂ । ଏଠାରୁ ପ୍ରଶିକ୍ଷଣ ପାଇ ୫ ହଜାରୁ ଅଧିକ ଯୁବକ ଯୁବତୀ ସେନା, ଅର୍ଦ୍ଧସାମରିକ ବାହିନୀ ସହ ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଛନ୍ତି । ତେବେ ଏହି ପ୍ରଶିକ୍ଷଣ ଲାଗି ସେଠୀ ସାର କାହାଠାରୁ ଟଙ୍କାଟିଏ ବି ପାରିଶ୍ରମିକ ନେଇନାହାନ୍ତି ।

ନିକଟରେ କଳାହାଣ୍ଡି ଭବାନୀପାଟଣାର କାଜଲ ବାଗ ନିକଟରେ ଓଡ଼ିଶା ପୋଲିସରେ ସବ-ଇନ୍ସପେକ୍ଟର ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ପ୍ରାଥମିକ ପରୀକ୍ଷାରେ ସଫଳତା ପରେ ଶାରିରୀ ପ୍ରଶିକ୍ଷଣ ଲାଗି ସେଠୀ ସାରଙ୍କ କ୍ୟାମ୍ପକୁ ଚାଲି ଆସିଥିଲେ । ଦୀର୍ଘ ୩ ମାସର ଟ୍ରେନିଂ ପରେ ସେ ଫିଜିକାଲ ଟେଷ୍ଟରେ କୃତକାର୍ଯ୍ୟ ହୋଇଛନ୍ତି ସେ ।

କେବଳ କାଜଲ ନୁହନ୍ତି, ଏଭଳି ଅନେକ ଆଶାୟୀ ସେଠୀ ସାରଙ୍କ ନିକଟକୁ ଆସି ଫିଜିକାଲ ଟ୍ରେନିଂ ନେଉଛନ୍ତି । କେବଳ ଓଡ଼ିଶା ନୁହଁ ବାହାର ରାଜ୍ୟକୁ ମଧ୍ୟ କିଛି ଯୁବକ ଏଠାରେ ଆସି ପ୍ରଶିକ୍ଷଣ ନେଉଛନ୍ତି । ସେପଟେ ପୂର୍ବରୁ ଷ୍ଟାଡୟମରେ ପ୍ରଶିକ୍ଷଣ ଦେଉଥିବାବେଳେ ଏବେ ଅନୁମତି ନଥିବାରୁ ସେ ରାସ୍ତାକଡ଼ରେ ଆଶାୟୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ସେଠୀ ସାର୍ ।