• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ତାଲିକାରେ ନାମ ସଂଯୋଗ ନେଇ ସିଇଓ ସୁଶିଲ ଲୋହାନୀଙ୍କ ସୂଚନା

  • ସେଥିରେ ପରିଚୟ ପ୍ରମାଣ ପତ୍ର ଏବଂ ଠିକଣା ଲେଖି ଆବେଦନ କରିବେ

  • ଅନଲାଇନରେ ଆବେଦନ ପରେ ଆମ ଫିଲ୍ଡ ଷ୍ଟାଫ୍ ଯୋଗାଯୋଗ କରିବେ

  • ନଭେମ୍ବର ୭ ଓ ୨୧ ରବିବାର ଦିନ ଏନେଇ ସ୍ପେଶାଲ ଡ୍ରାଇଭ୍ କରାଯିବ

ଭୁବନେଶ୍ୱର : ନଭେମ୍ବର ୧ରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ଜାନୁଆରୀ ୬ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ୨୦୨୨ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତି ମାନେ ଏଥିରେ ସାମିଲ ହୋଇ ପାରିବେ । ଯୋଗ୍ୟ ଭୋଟର ଏହି ସମୟରେ ଭୋଟର ତାଲିକାରେ ନାଁ ଯୋଡ଼ିବା, କାଟିବା କିମ୍ବା ତ୍ରୁଟି ସଂଶୋଧନ କରି ପାରିବେ । ଏହି ବ୍ୟବସ୍ଥା ଚଳିତ ଥର ଅନ ଲାଇନ ମାଧ୍ୟମରେ କରାଯିବ, ପୂର୍ବରୁ ଏହା ଅଫ ଲାଇନରେ କରାଯାଉଥିଲା ।

୧ ଜାନୁୟାରୀ ୨୦୨୨ ପାଇଁ ପବ୍ଲିସ୍ ହେଉଥିବା electoral roll ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବର୍ତ୍ତମାନ Special summary revision ଆରମ୍ଭ ହେବାକୁ ଯାଉଛି । ନଭେମ୍ବର ୨୦୨୧ ପହିଲାରୁ ୩୦ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଚାଲିବ Special summary revision । ଏହାପୂର୍ବରୁ ପ୍ରି ରିଭିଜନ୍ ପ୍ରକ୍ରିୟା ଚାଲିଥିଲା । ୩୧ ଅକ୍ଟୋବର ସୁଦ୍ଧା ଗୋଟିଏ electoral roll ପ୍ରସ୍ତୁତ ହୋଇଛି । ନଭେମ୍ବର ପହିଲାରେ ତାହାର ଡ୍ରାପ୍ଟ ପବ୍ଲିକେସନ୍ ହେବ ।

ଏକ ସ୍ୱତନ୍ତ୍ର ଆପ ମଧାମରେ ଏହି ସଂଶୋଧନ କରା ଯାଇପାରିବ । ଏଥିପାଇଁ ନିର୍ଦ୍ଦିଷ୍ଟ ପ୍ରମାଣ ପତ୍ର ଲୋକମାନଙ୍କୁ ଦେବାକୁ ହେବ । ଏହା ପରେ ସରକାରୀ ଅଧିକାରୀ ମାନେ ଘରକୁ ଯାଇ କାର୍ଡ ଯୋଗାଇ ଦେବେ କିମ୍ବା ସ୍ପିଡ୍ ପୋଷ୍ଟ ମଧାମରେ ଘରକୁ ପଠାଯିବ । ନଭେମ୍ବର ୭ ଓ ୨୧ ତାରିଖ ଅର୍ଥାତ ଏହି ମାସର ଦୁଇ ରବିବାରରେ ସରକାରୀ ଅଧିକାରୀ ମାନେ ବୁଥରେ ରହିବେ । ଲୋକମାନେ ସେଠାକୁ ଯାଇ ଭୋଟର ତାଲିକା ସଂଶୋଧନ କରିପାରିବେ । ଉପାନ୍ତ ଅଞ୍ଚଳରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

ନଭେମ୍ବର ୧ରୁ ଆରମ୍ଭ ହେଉଥିବା ପ୍ରକ୍ରିୟା ଏକ ମାସ ଧରି ଚାଲିବ । ଏକ ମାସ ମଧ୍ୟରେ ଲୋକମାନେ ସଂଶୋଧନ ପାଇଁ ଆପ୍ଲଏ କରି ପାରିବେ । ଏହାର ତର୍ଜମା ପାଇଁ ୨୦ ଦିନ ସମୟ ଲାଗିବ । ଜାନୁଆରୀ ୬ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଦୁଇଟି ଭୋଟର ଆଇଡ଼ି ଥିବା ଏକ ଲକ୍ଷ ଲୋକଙ୍କୁ ଅଟୋ ମେକାନିଜମ ଦ୍ୱାରା ବାଦ ଦିଆସରିଛି ବୋଲି କୁହାଯାଇଛି ।