• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆମେରିକାରେ ଶିଶୁଙ୍କ ପାଇଁ କରୋନା କବଚ ।

  • ୫ରୁ ୧୧ବର୍ଷ ଶିଶୁଙ୍କୁ ଦିଆଯିବ କୋଭିଡ୍ ଟିକା ।

  • ଶିଶୁମାନଙ୍କୁ ଦିଆଯିବ ଫାଇଜର ଟିକା ।

ନୂଆଦିଲ୍ଲୀ: କୋଭିଡ୍ କାଳରେ ଆମେରିକାର ଶିଶୁଙ୍କ ପାଇଁ କରୋନା କବଚ । ଆମେରିକାରେ ଶିଶୁ ମାନଙ୍କୁ ଦିଆଯିବ କୋଭିଡ୍ ଟିକା । ୫ରୁ ୧୧ ବର୍ଷ ଶିଶୁଙ୍କୁ ଫାଇଜର ଟିକା ଦିଆଯିବା ପାଇଁ ଆମେରିକା ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ଆମେରିକାର ୨୮ ମିଲିୟନ ଶିଶୁ ଉପକୃତ ହେବେ । ଗତକାଲି ଉଚ୍ଚସ୍ତରୀୟ ବୈଠକରେ ଏସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିବା ଆମେରିକାର ଫୁଡ୍ ଏଣ୍ଡ ଡ୍ରଗ ଆଡମିନଷ୍ଟ୍ରସନ ମୁଖ୍ୟ କହିଛନ୍ତି । ଆମେରିକାରେ ଏନେଇ ୩ହଜାର ଶିଶୁଙ୍କ ଠାରେ  କ୍ଲିନିକାଲ ଟ୍ରାଏଲ ହୋଇଥିଲା । ଏଥିରେ ଫାଇଜର ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଆସି ନଥିଲା । ପୂର୍ବରୁ ଚୀନ, ଚିଲି, କ୍ୟୁବା ଓ ୟୁଏଇରେ ଶିଶୁମାନଙ୍କୁ କୋଭିଡ୍ ଟିକା ଦିଆଯାଉଛି । ଭାରତରେ ୧୮ରୁ କମ୍ ବୟସ୍କଙ୍କୁ ଟିକା ପ୍ରସଙ୍ଗରେ ନିକଟରେ ଭ୍ୟାକସିନ୍ କମ୍ପାନୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ତେବେ ଭାରତରେ ଯଦିଓ ସଂକ୍ରମଣ ନିୟନ୍ତ୍ରଣରେ ରହିଛି, ବିଦେଶରେ କିନ୍ତୁ ଫଁ ଦେଖାଇଲାଣି ମହାମାରୀ । ଗତ ୨୪ ଘଣ୍ଟାରେ ଆମେରିକାରେ ୧ ଲକ୍ଷ ୨ହଜାର ୮୭୭, ବ୍ରିଟେନ୍‌ରେ ୪୩ ହଜାର ୯୨୨, ଋଷରେ ୪୦ ହଜାର ୯୬, ତୁର୍କୀରେ ୨୬ ହଜାର ୮୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଭାରତରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୪ ହଜାର ୩୪୮ । ତେବେ ଭାରତ ସମେତ ସମଗ୍ର ବିଶ୍ୱରେ କୋଭିଡ୍ ମୃତ୍ୟୃସଂଖ୍ୟା ହଠାତ୍ ବଢ଼ିଯାଇଛି । ଗଲା ୨୪ ଘଣ୍ଟାରେ ଆମେରିକାରେ ୧ହଜାର ୯୩୫ ଜଣଙ୍କର ଜୀବନ ଯାଇଥିବା ବେଳେ ଋଷରେ ୧୧୫୯ ଓ ଭାରତରେ ୮୦୫ ଜଣଙ୍କ ମୃତ୍ୟୁ ହୋଇଛି । ସଂକ୍ରମଣ ସ୍ଥିତିକୁ ଦେଖି କୋଭିଡ୍ କଟକଣାକୁ ନଭେମ୍ବର ୩୦ ଯାଏ ବଢ଼ାଇବାକୁ ରାଜ୍ୟଗୁଡ଼ିକୁ ଚିଠି ଲେଖିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ୫ ସୂତ୍ରୀ କୋଭିଡ୍ ନିୟମ ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକାକରଣ, କୋଭିଡ୍ ଅନୁରୂପ ଆଚରଣର ଅନୁପାଳନ ଉପରେ ଧ୍ୟାନ ଦେବାକୁ କୁହାଯାଇଛି ।

ବିଶ୍ୱବ୍ୟାପୀ ସଂକ୍ରମଣ ହଠାତ୍ ବଢିଯିବା ପରେ ଦେଶରେ ବି ଛନକା । ତେଣୁ ଦଶହରା ପରି ଦୀପାବଳିରେ ବି କୋଭିଡ୍ ନିୟମର କଡ଼ା ଅନୁପାଳନ ଲାଗି ରାଜ୍ୟମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଏପଟେ ବାଣରୁ ନିର୍ଗତ କେମିକାଲ କୋଭିଡ୍ ଭୂତାଣୁକୁ ବ୍ୟାପିବାରେ ସହାୟକ ହେଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡିଏମ୍ଇଟି ।