• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କୋହଳ ହୋଇପାରେ କି କଟକଣା ?

  • ଆଜି ଆଂଶିକ ଲକଡାଉନ୍ ଅବଧିର ଶେଷ ଦିନ

  • ଅପରାହ୍ନ ୨ଟା ୩୦ରେ କହିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ବଢ଼ିବ କି ଲକଡାଉନ୍ ଅବଧି । କ’ଣ କହିବେ ମୁଖ୍ୟ ଶାସନ ସଚିବ ? ଅପରାହ୍ନ ୨.୩୦ରେ ପ୍ରେସମିଟ୍ କରିବେ ମୁଖ୍ୟ ଶାସନ ସଚିବ । କୋଭିଡ ପରିଚାଳନା ନେଇ ଆକ୍ସନ ପ୍ଲାନ୍ ଘୋଷଣା କରିପାରନ୍ତି । କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଆଂଶିକ ଲକଡାଉନ୍ ଅବଧିର ଆଜି ଶେଷ ଦିନ । ଆସନ୍ତାକାଲି ସକାଳ ୬ଟାରେ ସରୁଛି ଲକଡାଉନ୍ କଟକଣା ଆଂଶିକ ଲକଡାଉନ୍ ନେଇ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି କଣ ରହିବ, ଆଜି ହୋଇପାରେ ଘୋଷଣା ।

ଆସିପାରେ ନୂଆ ଗାଇଡଲାଇନ୍ ରାଜ୍ୟରେ ଟେଷ୍ଟ ପଜିଟିଭିଟି ହାର ଧିରେ ଧିରେ ୩ ପ୍ରତିଶତ ତଳକୁ ଖସିଛି । ଏଭଳି ସ୍ଥିତିରେ ଆଉ କିଛି ଜିଲ୍ଲାରେ କଟକଣା କୋହଳ କରାଯାଇପାରେ । କାଟାଗୋରୀ-ବିରୁ ଆଉ କିଛି ଜିଲ୍ଲାକୁ କାଟାଗୋରୀ-ଏକୁ ଅଣାଯାଇପାରେ । ଏ ନେଇ ପ୍ରଶାସନ ସ୍ତରରେ ବିଚାରବିମର୍ଶ ମଧ୍ୟ କରାଯାଇଛି । ସୂତ୍ର ଅନୁସାରେ ନୂଆ ଗାଇଡ୍ଲାଇନ୍ସରେ ୨୩ଟି ଜିଲ୍ଲାକୁ କାଟାଗୋରୀ-ଏ ଓ ୭ଟି ଜିଲ୍ଲାକୁ ବିରେ ରଖାଯାଇପାରେ । ସଂକ୍ରମଣ ଅଧିକ ରହୁଥିବାରୁ ଖୋର୍ଦ୍ଧା, କଟକ, ଯାଜପୁର, ପୁରୀ, ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜ କାଟାଗୋରୀ-ବି ରେ ରହିପାରନ୍ତି ।

ସବୁଠୁ ଚିନ୍ତାଜନକ ସ୍ଥିତିରେ ରହିଛି ଖୋର୍ଦ୍ଧା ଓ କଟକ । ଖୋର୍ଦ୍ଧା ଜିଲ୍ଲାରେ ଆକ୍ଟିଭ୍ କେସ୍ ଏବେ ବି ୪ ହଜାର ଉପରେ ରହିଥିବାବେଳେ କଟକରେ ରହିଛି ୩ ହଜାର ଉପରେ । ସେହିପରି ମୟୂରଭଂଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ୧ ହଜାର ଉପରେ ରହିଛି ଆକ୍ଟିଭ୍ କେସ୍ । ତେବେ ଜୀବନ ଜୀବିକାକୁ ଆଖି ଆଗରେ ରଖି ନୂଆ ଗାଇଡ୍ଲାଇନରେ କଟକଣାକୁ ଆଉ ଟିକେ କୋହଳ କରାଯାଇପାରେ ବୋଲି ଆଶା କରାଯାଉଛି ।