• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କଳାକାରଙ୍କ ମୁହଁରୁ ହସ ଛଡାଇ ନେଇଛି କରୋନା ମହାମାରୀ

  • ରୋଜଗାର ହରାଇ ଆର୍ଥିକ ଅନଟନରେ କଳାକାରଙ୍କ ପରିବାର

କଟକ(ପ୍ରଭାତ ବିଷୋୟୀ): କଳାକାରଙ୍କ ମୁହଁରୁ ହସ ଛଡାଇ ନେଇଛି କରୋନା ମହାମାରୀ । ରୋଜଗାର ହରାଇ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି କଳାକାରଙ୍କ ପରିବାର । ଦିନେ ଯେଉଁମାନେ ମଞ୍ଚରେ ରଙ୍ଗବୋଳି ଦର୍ଶକ ଓ ଶ୍ରୋତାଙ୍କ ମନୋରଞ୍ଜନ କରୁଥିଲେ, ଏବେ ସେମାନେ ହାତବାନ୍ଧି ଘରେ ବସିଛନ୍ତି । କଟକରେ ଅନେକ ମେଲୋଡି କଳାକାର ଏବେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି॥

ଆଉ କେଉଁଠି ବନ୍ଧା ହେଉନି ସାଂସ୍କୃତିକ ରଙ୍ଗ ମଞ୍ଚ, ଆଉ ଶୁଭୁନାହିଁ କଳାକାରଙ୍କ ସୁମଧୁର କଣ୍ଠ । ଦର୍ଶକଙ୍କ କରତାଳି ମାଡ ମଧ୍ୟ ନାହିଁ । କାରଣ କରୋନା ଛଡାଇ ନେଇଛି ସବୁ କିଛି । ମେଲୋଡି ପାର୍ଟିର ଲାଇଟ୍ ଆଉ ସାଉଣ୍ଡ ସହ ବାଦ୍ୟଯନ୍ତ୍ରରେ ଲାଗିଗଲାଣି କଳଙ୍କି ଦୀର୍ଘ ମାସ ଧରି ପଡ଼ିରହିବା ଫଳରେ କିଛି କିଛି ନଷ୍ଟ ହେବାକୁ ବସିଲାଣି । କରୋନା କଟକଣା ପାଇଁ ସାଂସ୍କୃତିକ କାଯର୍ୟକ୍ରମ ବନ୍ଦ । ତେଣୁ ଆର୍ଥିକ ଅନଟଣ ଦେଇ ଗତି କରୁଛନ୍ତି ମେଲୋଡି ଉପରେ ନିର୍ଭର କରି ଚଳୁଥିବା କଟକର ଅନେକ କଳାକାରଙ୍କ ପରିବାର ।

ଗତବର୍ଷ ଦୋଳ ପୂର୍ଣ୍ଣିମା ପରେ ପରେ ଠପ୍ ହୋଇଯାଇଛି ମେଲୋଡି । ବିଭିନ୍ନ ପର୍ବପର୍ବାଣୀ ସହ ବାହାଘର, ଜନ୍ମଦିନ ଉତ୍ସବ ଆଦିରେ ମେଲୋଡିର ବେଶ ଚାହିଦା ଥାଏ । ହେଲେ କରୋନା କଟକଣା ପାଇଁ ସାଂସ୍କୃତିକ କାଯର୍ୟକ୍ରମକୁ ସର୍ବସାଧାରଣରେ ଅନୁମତି ନାହିଁ । ତେବେ ଜୀବନ ଜୀବାକାକୁ ଆଖି ଆଗରେ ରଖି କଟକଣା ଭିତରେ ମେଲୋଡିକୁ ଅନୁମତି ଦେବା ପାଇଁ ଅନୁରୋଧ କରିଛନ୍ତି କଳାକାର । କେବଳ କଟକର କଳାକାର ନୁହଁନ୍ତି, ରାଜ୍ୟରେ ଏମିତି ଅନେକ କଳାକାର ହାତବାନ୍ଧି ବସିଛନ୍ତି ।

ସେପଟେ ମ୍ୟୁଜିକ୍ କଳାକାରଙ୍କ ମୁହଁରୁ ହସ ଛଡାଇ ନେଇଛି କରୋନା । ମାସ ମାସ ଧରି ପଡିରହିବାରୁ ବାଦ୍ୟ ଯନ୍ତ୍ର ଉପରେ ଧୂଳିର ଆସ୍ତରଣ ବସିଗଲାଣି । ବିବାହ, ବ୍ରତ ଓ ସାମାଜିକ କାର୍ଯ୍ୟ ଆଦିରେ ବ୍ୟାଣ୍ଡ ପାର୍ଟି ମ୍ୟୁଜିକ ପରିବେଷଣ ବନ୍ଦ ଥିବାରୁ ହାତରେ ହାତ ଛନ୍ଦି ବସିଛନ୍ତି ବ୍ୟାଣ୍ଡ ପାର୍ଟିର କଳାକାର । ଗଞ୍ଜାମ ଜିଲ୍ଲାରେ ରହିଛି ୫୦ରୁ ଅଧିକ ବ୍ୟାଣ୍ଡପାର୍ଟି । କରୋନା କଟକଣାରୁ ଏସୁବ ବନ୍ଦ । ଫଳରେ କାମ ନପାଇ ୭ ଶହରୁ ଅଧିକ କଳାକାର ଆର୍ଥିକ ଅନଟଣ ଦେଇ ଗତି କରୁଛନ୍ତି । ତେଣୁ କଳାକାରଙ୍କ ସହ କଳାକୁ ବଞ୍ଚାଇ ରଖିବା ଲାଗି ସରକାରୀ ସହାୟତା ଦାବି କରିଛନ୍ତି ବ୍ୟାଣ୍ଡ ପାର୍ଟି ମାଲିକ ଏବଂ କଳାକାର ।