• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ତାଲିବାନ୍ ସରକାରରେ କିଏ ତୁଲାଇବ ମୁଖିଆ ଦାୟିତ୍ୱ ?

  • ମୂଲ୍ଲା ବରାଦର ବନାମ୍ ମୁଲ୍ଲା ହସନ୍ ଅଖୁନ୍ଦ

କାବୁଲ : ମୂଲ୍ଲା ବରାଦର ବନାମ୍ ମୁଲ୍ଲା ହସନ୍ ଅଖୁନ୍ଦ । ତାଲିବାନ୍ ସରକାରରେ କିଏ ତୁଲାଇବ ମୁଖିଆ ଦାୟିତ୍ୱ ? ତାଲିବାନୀଙ୍କ ମଧ୍ୟରେ ଜାରି ରହିଛି କ୍ଷମତା ଯୁଦ୍ଧ । ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ପରବର୍ତ୍ତୀ ସରକାର ଗଠନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଗତ ସପ୍ତାହରେ ସରକାରୀ ଗଠନ ପାଇଁ ପ୍ରସ୍ତୁତି ପର୍ବ ଚାଲିଥିଲା, କିନ୍ତୁ କୌଣସି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ବୁଧବାର ଦିନ ନୂତନ ତାଲିବାନ ସରକାର ଗଠନ ହେବ ବୋଲି କୁହାଯାଉଛି । ତେବେ ଏହାରି ଭିତରେ ଆଫଗାନିସ୍ତାନର ନୂତନ ମୁଖ୍ୟକୁ ନେଇ ହୋଇପାରନ୍ତି ମୁଲ୍ଲା ହସନ୍ ଅଖୁନ୍ଦ । ତେବେ ହଠାତ ପରିବର୍ତ୍ତନର କାରଣ ବୁଝା ପଡ଼ୁନାହିଁ । କାରଣ ବର୍ତ୍ତମାନ ସୁଦ୍ଧା ମୁଲ୍ଲା ବାରଦାରଙ୍କ ନେତୃତ୍ୱରେ ସରକାର ଗଠନ ହେବ ବୋଲି ଆଲୋଚନା ହେଉଥିଲା ।

ଦି ନ୍ୟୁଜ୍ ରିପୋର୍ଟ ଅନୁସାରେ ହିବତୁଲ୍ଲା ଅଖୁନଜାଦା ନିଜେ ମୁଲ୍ଲା ହସନ୍ ଅଖୁନ୍ଦଙ୍କୁ ରଇସ୍-ଏ-ଜମହୁର, ରଇସ୍-ଉଲ୍-ବଜାରା କିମ୍ବା ଆଫଗାନିସ୍ତାନର ନୂତନ ମୁଖ୍ୟ କରିବାକୁ ପ୍ରସ୍ତାବ ଦେଇଛନ୍ତି । ତାଲିବାନର ଜଣେ ବରିଷ୍ଠ ନେତା ଦି ନ୍ୟୁଜକୁ କହିଛନ୍ତି ମୁଲ୍ଲା ବରାଦର ଅଖୁନ୍ଦ ଏବଂ ମୁଲ୍ଲା ଅବଦୁସ ସଲାମ ତାଙ୍କ ଡେପୁଟି ରୂପେ କାର୍ଯ୍ୟ କରିବେ । ତାଲିବାନ ନେତାଙ୍କ ସହ ଆଲୋଚନା ପରେ ସମସ୍ତେ ମୁଲ୍ଲା ହସନ୍ ଅଖୁନ୍ଦଙ୍କ ନାମ ମୋହର ମାରିଛନ୍ତି ।

ମୁଲ୍ଲା ହସନ୍ ଅଖୁନ୍ଦ ବର୍ତ୍ତମାନ ତାଲିବାନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣକାରୀ ନୃତୃତ୍ୱ ପରିଷଦର(ରହବରୀ ଶୁରା) ମୁଖ୍ୟ ଅଛନ୍ତି ।  ତାଲିବାନର ଜନ୍ମସ୍ଥାନ କାନ୍ଦାହାର ସହ ତାଙ୍କର ଗଭୀର ସମ୍ପର୍କ ରହିଛି । ତାଲିବାନ ଆନ୍ଦୋଳନର ଅନ୍ୟତମ ପ୍ରତିଷ୍ଠାତା ହେଲେ ମୁଲ୍ଲା ହସନ୍ ଅଖୁନ୍ଦ । ସେ ୨୦ ବର୍ଷ ଧରି ରହବରୀ ଶୁରାର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ ଏବଂ ତାଲିବାନ ନେତୃତ୍ୱ ମଧ୍ୟରେ ନିଜକୁ ଉଚ୍ଚ ପ୍ରତିଷ୍ଠିତ କରିପାରିଛନ୍ତି । ସାମରିକ ପୃଷ୍ଠଭୂମି ପରିବର୍ତ୍ତେ ମୁଲ୍ଲା ହସନ୍ ଅଖୁନ୍ଦ ଜଣେ ଧାର୍ମିକ ନେତା ଏବଂ ସେ ତାଙ୍କର ଚରିତ୍ର ଏବଂ ଭକ୍ତି ପାଇଁ ପରିଚିତ ।

ଅଖୁନ୍ଦଙ୍କ ମୁଖପାତ୍ର ଭାବରେ ନିଯୁକ୍ତ ହେବେ ଜବିହୁଲ୍ଲାହ

ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦନଙ୍କୁ ନୂତନ ସୂଚନା ମନ୍ତ୍ରୀ ଭାବରେ ନିଯୁକ୍ତ କରିବାକୁ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଏବେ ତାଲିବାନ ନେତୃତ୍ୱ ଭିନ୍ନ ନିଷ୍ପତ୍ତି ନେଇଛି । ମୁଲ୍ଲା ହସନ୍ ଅଖୁନ୍ଦଙ୍କ ମୁଖପାତ୍ର ଭାବେ ଜାବିହୁଲ୍ଲା ମୁଜାହିଦନଙ୍କୁ ନିଯୁକ୍ତ କରାଯିବ ବୋଲି କୁହାଯାଇଛି । ତାଲିବାନ ସୂତ୍ର ଅନୁସାରେ ମୂଲ୍ଲା ଆମୀର ଖାନଙ୍କୁ ନୂତନ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ କରାଯିବ ।