• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିଶ୍ୱରେ କରୋନାର ଭୟାବହ କମିନଥିବା ବେଳେ ଦେଖା ଗଲାଣି ଅନେକ ଅଜଣା ରୋଗ । ଏଭଳି ଏକ ରହସ୍ୟମୟ ରୋଗ ଦେଖାଯାଇଛି ଚୀନର ହଂକଂ ସହରରେ । ଏହି ରୋଗରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ବିଶେଷଜ୍ଞ ମାନେ ଏହାକୁ ବ୍ୟାକ୍ଟେରିଆଲ୍‌ ଇନଫେକ୍ସନ ବୋଲି କହିଛନ୍ତି । ସାମୁଦ୍ରିକ ଖାଦ୍ୟ ନେଇ ଏହି ସଂକ୍ରମଣ ବଢୁଥିବାର କୁହାଯାଉଛି । ହଂକଂର ୱେଟ ମାର୍କେଟସ୍ କହିଛନ୍ତି ଯେ ମଧୁର ମାଛ କାରଣରୁ ଏହି ସଂକ୍ରମଣ ବଢୁଛି ।

ସୂଚନା ମୁତାବକ ଏହି ରୋଗରେ ବର୍ତ୍ତମାନ ଯାଏଁ ୭ ଜଣ ପ୍ରାଣ ହରାଇଛନ୍ତି । ଚୀନର ସ୍ୱାସ୍ଥ୍ୟ ସୁରକ୍ଷା କେନ୍ଦ୍ର ପକ୍ଷରୁ ଗୁରୁବାର ସ୍ପଷ୍ଟ କରିଛି ଯେ ଏହି ରୋଗରେ ଆକ୍ରାନ୍ତ ୩୨ ଜଣଙ୍କୁ ଚିହ୍ନଟ କରାଯାଇଛି । କ୍ରମଶଃ ୭୯ ଜଣଙ୍କ ମଧ୍ୟରେ ଷ୍ଟ୍ରେପ୍ଟୋକୋକସ୍ ବ୍ୟାକ୍ଟେରିଆ ଦେଖାଯିବା ପରେ ଲୋକଙ୍କୁ ସାମୁଦ୍ରିକ ଖାଦ୍ୟ ଖାଇବା ପାଇଁ ମନା କରାଯାଇଛି । ହଂକଂର ସାମୁଦ୍ରିକ ଖାଦ୍ୟ ବୁବସାୟୀ ସଂଘର ମୁଖ୍ୟ ଚୋହ୍ ୱାହ୍ କହିଛନ୍ତି ଯେ ଏହି ରୋଗ ଦେଖାଯିବା ପରେ ବ୍ୟବସାୟ ଠପ୍ ପଡିଯାଇଛି । ମାଛ କିଣିବା ଓ ବିକିବା ସମୟରେ ଉଭୟ ଦୋକାନୀ ଓ ଗ୍ରାହକଙ୍କୁ ସତର୍କ ରହିବାକୁ ଚୋହ୍ ୱାହ୍ କହିଛନ୍ତି । ଏହି ରୋଗ ପ୍ରାୟତଃ ଗ୍ରାସ କପ୍, ବିଗ୍‌ହେଡ୍‌ କପ୍, ସ୍ତ୍ରେକହେଡ୍ ମାଛ ଖାଇବା ଦ୍ୱାରା ଦେଉଥିବାର ସୂଚନା ମିଳିଛି ।

ଷ୍ଟ୍ରେପ୍ଟୋକୋକସ୍ ବ୍ୟାକ୍ଟେରିଆ ପ୍ରାୟତଃ ଅନ୍ତନଳୀ, ମୂତ୍ର ଏବଂ ପ୍ରଜନନ ଅଂଶରେ ଦେଖାଯାଉଛି । ଏହା ସାଧାରଣତଃ କୌଣସି ସମସ୍ୟା ସମସ୍ୟା ସୃଷ୍ଟି କରେ ନାହିଁ ଏବଂ ଏହି ରୋଗରେ କୌଣସି ଲକ୍ଷଣ ମଧ୍ୟ ଦେଖାଯାଏ ନାହିଁ | କିନ୍ତୁ ଏହା ରକ୍ତ, ହାଡ, ଫୁସଫୁସ , ମସ୍ତିଷ୍କ ଏବଂ ମେରୁଦଣ୍ଡକୁ ରକ୍ଷା କରୁଥିବା ଅଙ୍ଗକୁ ପ୍ରଭାବିତ କରିଥାଏ ।

ବହୁ ଦିନର ବ୍ୟବଧାନ ପରେ ଚୀନ୍‌କୁ ପୁଣି ଫେରୁଛି କରୋନା । କରୋନା ଋଷ ଏବଂ ଇଂଲଣ୍ଡ ସହିତ ଏବେ ଚାଇନାରେ ମଧ୍ୟ ହଇଚଇ ସୃଷ୍ଟି କରିଛି । ଗତକାଲି କୋଭିଡ ମାମଲା ସାମ୍ନାକୁ ଆସିବା ହେତୁ ଚୀନ୍‌ କର୍ତ୍ତୃପକ୍ଷ ପକ୍ଷରୁ ସ୍କୁଲ ଗୁଡିକୁ ବନ୍ଦ କରିଦିଆଯାଇଛି । କେବଳ ଏତିକି ନୁହେଁ ବରଂ ଶତାଧିକ ବିମାନ ସେବାକୁ ମଧ୍ୟ ବାତିଲ କରାଯାଇଛି । ଚୀନ୍‌ର ସହରମାନଙ୍କରେ କରୋନା ନିୟମକୁ କଡାକଡି କରାଯାଇଥିବା ସହ ସଂକ୍ରମଣ ବ୍ୟାପିବା ସମ୍ଭାବନା ହେତୁ ଅଧିକ ସଂଖ୍ୟକ କୋଭିଡ୍‌ ଟେଷ୍ଟ କରାଯାଉଛି । ଚୀନ୍‌ରେ ଗତକାଲି ପର୍ଯ୍ୟନ୍ତ ୧୩ ଟି ନୂଆ ଆକ୍ରାନ୍ତ ଚିହ୍ନଟ କରାଯାଇଛି ।