• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଏଥର ପଞ୍ଚାୟତ ନିର୍ବାଚନର ହେବ ସେଣ୍ଟ୍ରାଲ କାଉଣ୍ଟିଂ । ପୋଲିଂ ସରିବା ପରେ ଭୋଟ ବାକ୍ସ ଗୁଡ଼ିକୁ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯିବ । ଭୋଟ ବାକ୍ସ ପାଇଁ ବ୍ଲକ ସ୍ତରରେ ଷ୍ଟ୍ରଙ୍ଗ ରୁମ୍ ପ୍ରସ୍ତୁତ କରାଯିବ । ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ ଏହି ସୂଚନା ଦେଇଛନ୍ତି । ତେବେ ସେଣ୍ଟ୍ରାଲ କାଉଣ୍ଟିଂ ପାଇଁ ଅଧିକ ବାଲାଟ ବକ୍ସର ଆବଶ୍ୟକ ପଡ଼ିବ । ଯେତିକି ବୁଥ୍ ସେତିକି ବାଲାଟ ବକ୍ସର ଆବଶ୍ୟକ ପଡ଼ିବ ବୋଲି କମିଶନର କହିଛନ୍ତି । ଗତକାଲି ଏନେଇ ସବୁ ଜିଲ୍ଲାପାଳ ମାନଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂରେ ସେ ଆଲୋଚନା କରିଥିଲେ । ଓ୍ୱାର୍ଡ ଓ ପଞ୍ଚାୟତରେ ଭୋଟର ଲିଷ୍ଟ ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

ଅନ୍ୟପଟେ ଗତକାଲି ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ନିର୍ବାଚନ କମିଶନ ଏକ ବୈଠକ କରିଥିଲେ । ଭିଡିଓ କନଫରେନ୍ସିଂ ଜରିଆରେ ସବୁ ଜିଲ୍ଲାପାଳମାନଙ୍କୁ ନେଇ ବୈଠକର ଆୟୋଜନ ହୋଇଥିଲା । ୱାର୍ଡ ପରିସୀମା ନିର୍ଦ୍ଧାରଣ ଓ ପଦ ସଂରକ୍ଷଣ କାର୍ଯ୍ୟ ଶେଷ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ଖାଲି ସେତିକି ନୁହେଁ ଯଥାଶୀଘ୍ର ତାଲିକା ପ୍ରସ୍ତୁତ କରି ଆସନ୍ତା ୨୬ ତାରିଖ ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନଙ୍କୁ ପଠାଇବାକୁ ନିର୍ଦ୍ଦେଶ ରହିଛି ।

ତେବେ ପଞ୍ଚାୟତ ନିର୍ବାଚନ ସଂରକ୍ଷଣକୁ ନେଇ ରାଜ୍ୟରେ ତେଜୁଛି ରାଜନୀତି । ସଂରକ୍ଷଣ ପ୍ରକ୍ରିୟା ଏବଂ ଆଇନରେ ତ୍ରୁଟି ରହିଥିବା ବିଜେପି ଅଭିଯୋଗ କରିଛି । ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରତ ବିଶ୍ୱାଳ କହିଥିଲେ, ୨୭ ପ୍ରତିଶତ ଭିତରେ ସଂରକ୍ଷଣ ରହିବ ବୋଲି ସରକାର କହୁଛନ୍ତି, ହେଲେ ସର୍ବନିମ୍ନ କେତେ ତାହା ସ୍ପଷ୍ଟ କରିନାହାଁନ୍ତି । ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି କହୁଥିଲେ ବି ବହୁ କମ ରହିଛି । ଏହି ଆଧାରରେ କେତେ ସଂରକ୍ଷଣ ଦିଆଯାଇଛି ଜନସାଧାରଣଙ୍କ ଆଗରେ ସରକାର ତଥ୍ୟ ରଖିବା ଆବଶ୍ୟକ ବୋଲି ସେ ଅଭିଯୋଗ କରିଥିଲେ 

ସେପଟେ କଂଗ୍ରେସ କହିଛି, ସଂରକ୍ଷଣ ପ୍ରକ୍ରିୟାରେ ତ୍ରୁଟି ରହିଛି । ବିଜେପି ଓ କଂଗ୍ରେସର ଅଭିଯୋଗ ନେଇ ବିଜେଡି ଉପସଭାପତି ଶଶୀଭୂଷଣ ବେହେରା ମଧ୍ୟ ନିଜ ପ୍ରତିକ୍ରିୟା ରଖିଥିଲେ । ବିଧି ବ୍ୟବସ୍ଥା ଅନୁସାରେ ପଂଚାୟତ ଅଫିସର ଘୋଷଣା କରାଯାଇଛି । ପଞ୍ଚାୟତ ପାଇଁ ଯେପରି ସଂଶୋଧନ ବ୍ୟବସ୍ଥା ଥିଲା ଅନୁରୂପ ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ମଧ୍ୟ ସଂଶୋଧନ ବ୍ୟବସ୍ଥା ରହିଥିବା ସେ କହିଥିଲେ ।