• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ଲାଉ ପଲାଉ'

ଏବେ ଚାଲିଛି ପର୍ବ ଓ ପର୍ବାଣର ଋତୁ । ଘରେ ଆପଣ ବିନା ପିଆଜ ରସୁଣରେ ବହୁତ ରେସିପି ପ୍ରସ୍ତୁତ କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ବିନା ପିଆଜ ରସୁଣରେ ଏକ ନୂଆ ରେସିପି ପ୍ରସ୍ତୁତ କରିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଲାଉ ପଲାଉ’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଲାଉ ପଲାଉ’ବନେଇବା ପାଇଁ ସାମଗ୍ରୀ:

ଲାଉ,ବାସୁମତୀ ଚାଉଳ, ଘିଅ,ତେଲ,ଗ୍ରୀନ୍ ମଟର, ଗାଜର, ପୋଦିନା ପତ୍ର,ଧନିଆ ପତ୍ର, କସ୍ତୁରୀ ମେଥି, କାଜୁବାଦାମ୍,କିସ୍‌ମିସ୍‌,ଚିନି, ଜିରା,ତେଜପତ୍ର,ଡାଲଚିନି,ଜାଇଫଳ,ଗୋଲମରିଚ,ଗୁଜୁରାତି, ଗରମ ମସଲା,ସ୍ୱାଦନୁସାରେ ଲୁଣ ଓ ଲେମ୍ବୁରସ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଏକ ଲାଉ ନିଅନ୍ତୁ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ ।
  • ଏହାପରେ ଲାଉକୁ କୋରି ଦିଅନ୍ତୁ ।
  • ଭଲଭାବେ ଲାଉକୁ କାଟି ଦିଅନ୍ତୁ,ଏହାପରେ ଲାଉ ଖଣ୍ଡକୁ ଚିପୁଡ଼ି ତାହାର ପାଣି ବାହାର କରି ଦିଅନ୍ତୁ ।
  • ଏହାପରେ ବାସୁମତୀ ଚାଉଳକୁ ଧୋଇ ଏକ ପାତ୍ରରେ ରଖନ୍ତୁ ।
  • ଏହାପରେ ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ ।
  • ତେଲ ଗରମ ହୋଇଗଲା ପରେ ସେଥିରେ କୋରା ଲାଉକୁ ପକାଇ ଭଲ ଭାବେ ଭାଜି ଦିଅନ୍ତୁ।
  • ଏହା ପରେ ଆଉ ଏକ କଡେଇ ବସାଇ ତେଲ ପକାନ୍ତୁ ।
  • କଡ଼େଇରେ ତେଲ ଗରମ ହେବା ପରେ ସେଥିରେ ଜିରା, ତେଜପତ୍ର, ଡାଲଚିନି, ଜାଇଫଳ, ଗୋଲମରିଚ, ଗୁଜୁରାତି ପକାଇ ଭାଜନ୍ତୁ ।
  • ଏହାପରେ କଟା ଗାଜର, ଗ୍ରୀନ୍ ମଟର, କାଜୁବାଦାମ୍ ଓ କିସ୍‌ମିସ୍‌ ପକାଇ ଭାଜନ୍ତୁ ।
  • ସବୁ ପରିବା ଓ ଗୋଟା ମସଲା ଭାଜି ହୋଇଯିବା ପରେ ସେଥିରେ ବାସୁମତୀ ଚାଉଳ ପକାଇ ଭଲ ଭାବେ ଭାଜନ୍ତୁ ।
  • ଚାଉଳ ଅଳ୍ପ ଭାଜି ହେବା ପରେ ସେଥିରେ ଲାଉରସ ବା ଲାଉରୁ ବାହାରିଥିବା ପାଣି ଓ ଆବଶ୍ୟକ ଅନୁଯାୟୀ ପାଣି ଦିଅନ୍ତୁ ।
  • ପାଣି ଫୁଟିବା ପରେ ଏଥିରେ ଭଜା ଲାଉ, ଅଳ୍ପ ଚିନି, ଲୁଣ, ପୋଦିନାପତ୍ର, କସ୍ତୁରୀ ମେଥି, ଘିଅ ଓ ଲେମ୍ବୁରସ ପକାଇ ଘୋଡ଼ାଇ ଦିଅନ୍ତୁ।
  • ଏହାପରେ ୧୫ରୁ୧୦ ମିନିଟ ପରେ ଘୋଡ଼ଣୀ ବାହାର କରି ଧନିଆ ପତ୍ର ଓ ଗରମ ମସଲା ପକାଇ କଡ଼େଇକୁ ଚୁଲିରୁ ଓହ୍ଲାନ୍ତୁ ।
  • ଏହା ଉପରେ ଅଳ୍ପ କାଜୁ ପକାଇ ସଜାଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଲାଉ ପଲାଉ’ । ଏହି ରେସିପିଟି ଆପଣ ଦହି ରାଇତା କିମ୍ବା ଆଚାର ଲଗାଇ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଆପଣ ପୂଜା ପର୍ବାଣୀରେ ବିନା ପିଆଜ ରସୁଣର୍ ବନେଇ ଖାଇ ପାରିବେ