• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ କମ୍ ଖର୍ଚ୍ଚରେ ବନାନ୍ତୁ ‘ରସଗୋଲା’

ଆମ ଓଡ଼ିଆ ଘରେ ୧୨ ମାସରେ ତେର ପର୍ବ । ପର୍ବପର୍ବାଣୀରେ ଘରେ ବିଭିନ୍ନ ପିଠାପଣା ଓ ମିଠାର ରେସିପି ପ୍ରସ୍ତୁତ କରାଯାଏ । ଏହି କୁମାର ପୂର୍ଣ୍ଣିମାରେ ଘରେ ବନାନ୍ତୁ ସ୍ୱାଦିଷ୍ଟ 'ରସଗୋଲା' । ଏହି ମିଠା ରେସିପିଟି ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ରସଗୋଲା’ ବନେଇବା ପାଇଁ ସାମଗ୍ରୀ:

କ୍ଷୀର-୧ଲିଟର(ଛେନା ପାଇଁ), ଚିନି, ଲେମ୍ବୁ କିମ୍ବା ଭିନେଗାର, ସୁଜି, ଚିନି, ଖାଇବା ସୋଢ଼ା, ଗୁଜରାତି ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚୁଲିରେ ଏକ ପାତ୍ରରେ କ୍ଷୀର ବସାଇ ଗରମ କରନ୍ତୁ।
  • କ୍ଷୀର ଫୁଟିଯିବା ପରେ ଛେନା ପ୍ରସ୍ତୁତ କରିବା ପାଇଁ ସେଥିରେ ଭିନେଗାର କିମ୍ବା ଲେମ୍ବୁ ରସ ପକାନ୍ତୁ ।
  • କ୍ଷୀର ଛିଣ୍ଡି ଯିବା ପରେ ପ୍ରସ୍ତୁତ ହୋଇଥିବା ଛେନାକୁ ଏକ ସଫା କପଡ଼ାରେ ରଖନ୍ତୁ।
  • ଏହାପରେ ଛେନାକୁ ସେହି କପଡ଼ାରେ ରଖି ଧୋଇ ଦେଇ ଭଲ ଭାବେ ଚିପୁଡ଼ି ପାଣି ବାହାର କରି ଦିଅନ୍ତୁ ।
  • ଏହାପରେ ଏକ ପାତ୍ରରେ ଛେନାକୁ ରଖି ସେଥିରେ ଗୁଜରାତି ଗୁଣ୍ଡ, ଅଳ୍ପ କିଛି ଖାଇବା ସୋଢ଼ା ଓ ଅଳ୍ପ ସୁଜି ପକାଇ ଭଲ ଭାବରେ ଚକଟନ୍ତୁ । ମନେରଖନ୍ତୁ ଛେନାକୁ ଯେତେ ଭଲ ଭାବେ ଚକଟିବେ ରସଗୋଲା ଭଲ ଓ ବଡ଼ ଆକାରର ହେବ ।
  • ଏହାପରେ ଚକଟା ଛେନାକୁ ରସଗୋଲା ପରି ଗୋଲ ଗୋଲ ଆକାରର ଗଢନ୍ତୁ। ଏହାପରେ ଏହାକୁ ଏକ ପ୍ପାତ୍ରରେ ରଖନ୍ତୁ।
  • ଏହାପରେ ଆମେ ରସଗୋଲା ପାଇଁ ଶିରା ପ୍ରସ୍ତୁତ କରିବା ।
  • ଶିରା ପ୍ରସ୍ତୁତ କରିବାକୁ ଚୁଲିରେ ଏକ କଡ଼େଇ ବସାଇ ସେଥିରେ ଆବଶ୍ୟକ ମୁତାବକ ପାଣି ଗରମ କରି ଚିନି ପକାନ୍ତୁ।
  • ଏହାକୁ ଗୋଳେଇ ସେଥିରେ ଗୁଜରାତି ଗୁଣ୍ଡ ପକାନ୍ତୁ ।
  • ଏବେ ଶିରା ଟିକେ ବହଳିଆ ହୋଇ ଆସିଲେ ସେଥିରେ ରସଗୋଲା ପକାଇ ଏପଟ ସେପଟ କରି ଲେଉଟାନ୍ତୁ।
  • ଏହାପରେ ଏହା ଉପରେ ଘୋଡ଼ଣୀ ଦେଇଦିଅନ୍ତୁ ।
  • ଶିରା ରସଗୋଲାରେ ଭଲ ଭାବେ ମିଶିବା ପାଇଁ ଏହାକୁ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ ।
  • ଏହାପରେ ପ୍ଲେଟ୍‌କୁ କାଢ଼ି ଆଣି ଥଣ୍ଡା କରି କେଶର କିମ୍ବା ଆଲମଣ୍ଡ ଦେଇ ସଜେଇ ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ 'ରସଗୋଲା' । ଏହି ମିଠା ରେସିପିଟିକୁ ଘରେ ତିଆରି କରି କୁମାର ପୂର୍ଣ୍ଣିମାରେ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ । ଏହି 'ରସଗୋଲା' ମିଠାକୁ ଆପଣ ଫ୍ରୀଜରେ ୧ ସପ୍ତାହ ପର୍ଯ୍ୟନ୍ତ ରଖି ଖାଇପାରିବେ ।