• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଶ୍ରାଦ୍ଧ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

  • ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ତର୍ପଣ

ପୁରୀ : ଆଜି ପବିତ୍ର ମହାଳୟା ଅମାବାସ୍ୟା । ପିତୃପକ୍ଷର ଶେଷ ଦିନ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ପିତୃପକ୍ଷ ହୋଇଥାଏ । ଏହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଥିବା ବେଳେ ଯେଉଁ ଗୃହସ୍ଥ ଏହି ପନ୍ଦର ଦିନ ମଧ୍ୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇନଥାନ୍ତି । ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରି ଶ୍ରାଦ୍ଧ ପ୍ରଦାନ କରିଥାନ୍ତି ।

ତେବେ କୋଭିଡ୍ କଟକଣା ଯୋଗୁଁ ଶ୍ରୀମନ୍ଦିର ବାଇଶି ପାହାଚରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ବନ୍ଦ ରହିଥିବା ବେଳେ ଉତ୍ତରଦ୍ୱାର ସମ୍ମୁଖରେ ଶ୍ରାଦ୍ଧ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୂରଦୂରାନ୍ତ ଆସୁଥିବା ଭକ୍ତମାନେ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ମଧ୍ୟ ତର୍ପଣ ଓ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି ।

ଶ୍ରଦ୍ଧାଳୁ ପିତୃପକ୍ଷରେ ବିଶେଷକରି ପିତା, ପିତାମହ, ପ୍ରପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଛି । ସେପଟେ ଏସ୍ଓପି ଆଧାରରେ ଶ୍ରୀମନ୍ଦିରକୁ କୌଣସି ଭକ୍ତଙ୍କ ପ୍ରବେଶ କରିପାରିବେ ନାହିଁ, କିନ୍ତୁ ଉତ୍ତରଦ୍ୱାର ବାହାରେ ମହାପ୍ରସାଦ ପାଇପାରିବେ ।

ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ଆଜି ଧବଳମୁଖୀ ବେଶ । ଶଙ୍ଖ ଓ ଗୋପୀ ତିଳକରେ ମାଆଙ୍କୁ ଧବଳ ଲେପ ଦିଆଯାଇ ଧବଳମୁଖୀ ବେଶ କରାଯାଇଥାଏ । ମାଆଙ୍କର ଏହି ବେଶକୁ ଗଙ୍ଗା ବେଶ ମଧ୍ୟ କୁହାଯାଏ । ଯେଉଁମାନେ ଗଙ୍ଗା ଦର୍ଶନ କରିନାହାନ୍ତି ସେମାନେ ପିତୃପକ୍ଷରେ ମାଆଙ୍କର ଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗା ଦର୍ଶନ ଓ ସ୍ନାନର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ବର୍ଷକର ଏହି ଗୋଟିଏ ଥର ମାଆଙ୍କର ବିରଳ ବେଶ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେବେ ଏଥର କରୋନା କଟକଣା ମଧ୍ୟରେ ମାଙ୍କର ଏହି ଦୁର୍ଲଭ ବେଶର ଦର୍ଶନ କରିବେ ଶ୍ରଦ୍ଧାଳୁ । ଆଜି ମଧ୍ୟାହ୍ନ ୧୨ଟା ଯାଏଁ ଏବଂ ପରେ ସାଢେ ୧୨ଟାରୁ ସା ସାଢେ ୭ଟା ଯାଏଁ ସର୍ବସାଧାରଣ ଦର୍ଶନ କରିପାରିବେ ।