• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ମୁମ୍ବାଇ: ପପୁଲାର୍‌ ଶୋ’ ‘ବାଳିକା ବଧୂ’ ସମେତ ଅନେକ ସିରିଏଲ୍‌ରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ସୁରେଖା ସିକ୍‌ରିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଆଜି ସକାଳେ ହୃଦ୍‌ଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ୨୦୨୦ରେ ଦ୍ୱିତୀୟ ଥର ପାଇଁ ସେ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ। ସେବେଠୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଳା। ୨୦୧୮ରେ ସେ paralytic ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ। 

୩ ଥର ନ୍ୟାସନାଲ ଆୱାର୍ଡ ଜିତି ଥିବା ସୁରେଖା ‘ବାଳିକା ବଧୂ’ ସିରିଏଲ୍‌ରେ ଦାଦି ସା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ବଲିଉଡ୍ ଓ ଥିଏଟର ଦୁନିଆର ଜଣେ ଜଣାଶୁଣା ଚେହେରା ଥିଲେ ସୁରେଖା। ‘ତମାସ୍’, ‘Mammo’, ‘ସଲିମ୍ ଲଙ୍ଗଡେ ପେ ମତ୍ ରୋ’, ‘ଜୁବେଦା’, ‘ବଧାଇ ହୋ’ ଭଳି ଏକାଧିକ ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ଛାପ ସୃଷ୍ଟି କରିଛି। ଟିଭି ସିରିଏଲ୍ ‘ବାଳିକା ବଧୂ’ରେ ଦାଦି ସା ଚରିତ୍ର ତାଙ୍କୁ ଘରେ ଘରେ ପରିଚିତ କରିଥିଲା। ଏକାଧିକ ଥିଏଟର୍‌ରେ ତାଙ୍କ ଜୀବନ୍ତ ଅଭିନୟ ତାଙ୍କୁ ସ୍ୱତନ୍ତ୍ର ସ୍ଥାନ ଦେଇଥିଲା। ତାଙ୍କ ବିୟୋଗରେ ବଲିଉଡ୍‌ରେ ଶୋକର ଛାୟା ଖେଳି ଯାଇଛି। 

 

ଫିଲ୍ମ  ‘ବଧାଇ ହୋ’ ପାଇଁ ବେଷ୍ଟ୍‌ ସର୍ପୋଟିଂ ଆକ୍ଟ୍ରିସ୍‌ ଭାବେ ୨୦୧୯ରେ ସୁରେଖା ନ୍ୟାସ୍‌ନାଲ୍‌ ଆୱାର୍ଡ ଜିତି ଥିଲେ। ତୃତୀୟ ଥର ପାଇଁ ସେ ଏହି  ଆୱାର୍ଡ ଜିତି ଥିଲେ। ଏହାପୂର୍ବରୁ ସେ ୧୯୯୫ରେ ଫିଲ୍ମ ‘Mammo’  ଓ ୧୯୮୮ରେ ‘Tamas’  ପାଇଁ ନ୍ୟାସ୍‌ନାଲ୍‌ ଆୱାର୍ଡ ଜିତି ଥିଲେ। ନ୍ୟାସ୍‌ନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମାରୁ ଗ୍ରାଜୁଏଟ୍ କରିଥିବା ସୁରେଖାଙ୍କୁ ୧୯୮୯ରେ ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡରେ ସମ୍ମାନିତ କରାଯାଇଥିଲା।