• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଅଣ୍ଟା ଶଳଖିବାକୁ ଚେଷ୍ଟା କରୁଛି ମନୋରଂଜନ ଦୁନିଆ ।

  • କରୋନା ଗାଇଡ୍‌ଲାଇନ୍‌ ମାନି ଚାଲିଛି ତରଙ୍ଗର ସିରିଏଲ ସୁଟିଂ ।

  • ଜୀବୀକା ଫେରିଥିବାରୁ କଳାକାର ଓ ଟେକ୍ନିସିଆନ ତ ଖୁସ ।

ଢ଼େଙ୍କାନାଳ, (ରାଜଶ୍ରୀ ଶତପଥୀ): ସମ୍ପୂର୍ଣ୍ଣ ସ୍ୱାଭାବିକ ସ୍ଥିତି ଫେରିନଥିଲେ ବି ଧିରେ ଧିରେ ଅଣ୍ଟା ଶଳଖିବାକୁ ଚେଷ୍ଟା କରୁଛି ମନୋରଂଜନ ଦୁନିଆ । କରୋନା କଟକଣା କୋହଳ ହେବା ପରେ ଗାଇଡ୍‌ଲାଇନ୍‌ ମାନି ଚାଲିଛି ଲୋକପ୍ରିୟ ମନୋରଂଜନ ଚ୍ୟାନେଲ୍ ତରଙ୍ଗର ସିରିଏଲ ସୁଟିଂ । ଜୀବୀକା ଫେରିଥିବାରୁ କଳାକାର ଓ ଟେକ୍ନିସିଆନ ତ ଖୁସି ହୋଇଛନ୍ତି, ତାସହ ନିଜ ଫେଭରେଟ୍ ସିରିଏଲ ଗୁଡ଼ିକର ନୂଆ ନୂଆ ଏପିସୋଡ୍ ଆସୁଥିବା କଥା ଶୁଣି ଦର୍ଶକ ବି ରୋମାଞ୍ଚିତ ହେଲେଣିି ।

ପୁଣି ଥରେ ଲାଇଟ୍, କ୍ୟାମେରା, ଆକ୍ସନ । ତା ସହିତ ଟେକ୍ ଓ ରିଟେକ୍ । ମେକ୍ ଅପ୍ ନେଇ କ୍ୟାମେରା ଆଗରେ ଆପଣମାନଙ୍କ ପ୍ରିୟ ସିରିଏଲ୍‌ର ଫେଭରେଟ୍ କଳାକାର । ବନ୍ଦ ଥିବା ଲୋକପ୍ରିୟ ଧାରାବାହିକ ଗୁଡ଼ିକର ପୁଣି ସୁଟିଂ ଷ୍ଟାର୍ଟ । ଅପେକ୍ଷାକୃତ କରୋନାର ପ୍ରଭାବ କମ୍ ଥିବା କ୍ୟାଟେଗୋରି ଏ’ ରେ ଆସୁଥିବା ଜିଲ୍ଲା ଢେଙ୍କାନାଳ ଓ ଅନୁଗୁଳରେ ଚାଲିଛି ସିରିଏଲ ସୁଟିଂ ।

ତରଙ୍ଗ ଚ୍ୟାନେଲର ସିରିଏଲ ମାୟା ଓ ମଙ୍ଗଳାଚରଣର ମହାସଙ୍ଗମ, ଏପିସୋଡ୍‌ର ସୁଟିଂ ସାଙ୍ଗକୁ ନୂଆବୋହୂ, ସିନ୍ଦୁରର ଅଧିକାର, ତାରିଣୀ ଆଖିରେ ତାରାର ସୁଟିଂ ବି ହେଉଛି । ତା’ ସହ ଚାଲିଛି କୁଆଁରି ବୋହୂର ଆଉଟ ଡୋର୍ ସୁଟିଂ ସର୍ବନିମ୍ନ ସଂଖ୍ୟକ ଟେକ୍ନିସିଆନଙ୍କୁ ନେଇ ସଂପୂର୍ଣ୍ଣ କୋଭିଡ ଗାଇଡ୍ ଲାଇନ୍‌ରେ ତରଙ୍ଗ ଚ୍ୟାନେଲର ଏସବୁ ସିରିଏଲ୍‌ ସୁଟିଂ ଆଗେଇ ଚାଲିଛି । ଯାହାକି ଅଧା ଥିବା ସିରିଏଲର କାହାଣୀ ସବୁକୁ ପୁଣି ଜୀବନ୍ତ କରି ଆଗେଇ ନେବ ।

ଟିଭିର ହିଟ୍ ସିରିଏଲ୍‌ ଗୁଡ଼ିକର ସୁଟିଂ ଆରମ୍ଭ ସହ ଆଶ୍ୱସ୍ତ ହୋଇଛନ୍ତି କଳାକାର ଓ ଟେକ୍ନିସିଆନ । କାରଣ ସେମାନେ ଫେରି ପାଇଛନ୍ତି ପୁଣି ରୋଜଗାର ପନ୍ଥା । ଲକଡାଉନ୍-ସଟ୍‌ଡାଉନ୍ ମାଡ଼ରେ ମନୋରଂଜନ ଦୁନିଆକୁ ପହଞ୍ଚିଥିଲା ସର୍ବାଧିକ କ୍ଷତି । ଆର୍ଥିକ ଅନଟନରେ ଆକ୍ତାମାକ୍ତା ବହୁ କଳାକାର ଓ ଟେକନିସିଆନ୍ । ପେଟ ପୋଷିବାକୁ ବେଉସା ବଦଳାଇବାକୁ ବି ବାଧ୍ୟ ହୋଇଥିଲେ । ହେଲେ ସୁଟିଂ ଆରମ୍ଭ ହେବା ସହ ସେମାନଙ୍କ ଜୀବିକା ଫେରିଥିବାରୁ ବେଶ୍ ଖୁସି । କଟକଣା ଆଉ ଟିକେ କୋହଳ କରି କଟକ ଓ ଭୁବନେଶ୍ୱର ଭଳି ସ୍ମାର୍ଟ ଲୋକେସନରେ ସୁଟିଂ ପାଇଁ ଅନୁମତି ଦେବାକୁ ସରକାରଙ୍କୁ ଅନୁରୋଧ । ଏଣେ ସିରିଏଲ୍ ସବୁର ସୁଟିଂ ଆରମ୍ଭ ହେବା କଥା ଶୁଣି ଦର୍ଶକମାନେ ବି ଖୁସି ହେଲେଣି ।