• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଟୁଇନ ସିଟିରୁ ଉଭୟ ଠକଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ EOW

  • ଦୁଇ ଅଭିଯୁକ୍ତ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ଗିରଫ

ଭୁବନେଶ୍ୱର : କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକି ୨ ନକଲି ଆଇଏଏସ୍ ଗିରଫ । ଟୁଇନ ସିଟିରୁ ଉଭୟ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ଗିରଫ୍ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ସ୍ୱାଇଁ । ଜଣେ ଠକ ନିଜକୁ ଆଡିସନାଲ ସେକ୍ରେଟେରୀ କହି ଠକୁଥିଲା ବେଳେ ଅନ୍ୟ ଜଣେ ନିଜକୁ ପିଡବ୍ଲୁଡି ଅଫିସର ପରିଚୟ ଦେଇ ଭୂଆଁ ବୁଲାଉଥିଲା । ସେମାନଙ୍କ ବିରୋଧରେ ଠିକାଦାରୀ ଦେବା ନାଁରେ ୧ କୋଟି ୧୭ ଲକ୍ଷ ଠକିଥିବା ଅଭିଯୋଗ ରହିଛି । ସେହିପରି ମିଛ ଓ୍ୱାର୍କ ଅର୍ଡର ଦେଇ ଠିକାଦାରଙ୍କୁ ଠକେଇ କରିବା ସହ ଟଙ୍କା ହଡ଼ପ କରୁଥିଲେ ।

ତେବେ RTI ତଥ୍ୟ ଅନୁଯାୟୀ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ସ୍ୱାଇଁ ନାମକ କୌଣସି IAS ଅଧିକାରୀ ନଥିବା ଜଣାପଡ଼ିବା ପରେ ଠକାମୀର ଶିକାର ହୋଇଥିବା ଦୁଇ ଜଣ ରିକାବ ଚାନ୍ଦ ମନତ ଓ ମୁକେଶ ଜେନଙ୍କ ଅଭିଯୋଗ ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ଗିରଫ ଦୁଇ ଅଭିଯୁକ୍ତଙ୍କ ମୋବାଇଲରୁ ବହୁ ଉଚ୍ଚପଦସ୍ତ ଅଧିକାରୀଙ୍କ ଫୋନ୍ ନମ୍ବର ମିଳିଥିବା EOW ସୂଚନା ଦେଇଛି ।

 

ସୂଚନାଯୋଗ୍ୟ EOW ସୂଚନା ଅନୁସାରେ, ଦୁଇ ଅଭିଯୁକ୍ତ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ସ୍ୱାଇଁଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ଅନେକ ବେଆଇନ୍ ଜିନିଷ ଉଦ୍ଧାର କରାଯାଇଛି । ତଦନ୍ତ ସମୟରେ ମିଛ ପ୍ରମାଣପତ୍ର, ଟ୍ରେଜେରି ରିସିପ୍ଟ, ହ୍ୱାଟସଆପରେ ପଠାଯାଇଥିବା କିଛି ପ୍ରମାଣପତ୍ର ଆଦି ସିଜ୍ କରାଯାଇଛି ।

ଅଭିଯୁକ୍ତ ସୂର୍ଯ୍ୟମଣିଙ୍କ ଫୋନ୍ ଭେରିଫାଏ କରିବା ପରେ ଅନେକ ଆଇଏଏସ୍, ଆଇପିଏସ୍, ଜୁଡିସିଆଲ୍ ଅଫିସର୍ ଓ ଅନେକ ହାଇ ପ୍ରୋଫାଇଲ୍ ଅଫିସର୍‌ଙ୍କ ନମ୍ବର ଥିବା ଜଣାପଡ଼ିଛି । ଲୋକଙ୍କୁ ଠକାମୀରେ ପକାଇବା ପାଇଁ ସେ ହାଇ ପ୍ରୋଫାଇଲ୍ ଲୋକଙ୍କ ନମ୍ବର ଦେଖାଇ ବିଶ୍ୱାସ ଜନ୍ମାଉଥିଲା ଆଉ ତା’ପରେ ଲୋକଙ୍କୁ ଠକି ନେଉଥିବା ସନ୍ଦେହ କରାଯାଉଛି ।