• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପାପ ଚାପିବାକୁ ଫନ୍ଦି କରିଥିଲା ଜହ୍ଲାଦ

  • ମମିତା ନିଖୋଜ ଥିବା ଏତଲା ନିଜେ ଲେଖାଇଥିଲା ଗୋବିନ୍ଦ

ବଲାଙ୍ଗିର : ମମିତା ମେହେରଙ୍କୁ ହତ୍ୟା ପରେ ନିଜ ପାପ ଲୁଚାଇବାକୁ କିଛି କମ୍ କାରସାଦି କରିନଥିଲା ଜହ୍ଲାଦ ଗୋବିନ୍ଦ ସାହୁ । ଏମିତିକି ମମିତାଙ୍କ ନିଖୋଜ ଏତଲା ନିଜେ ଲେଖାଇ, ପରେ ପୋଲିସକୁ କହି ତାକୁ ଫେରାଇବାର ଚକ୍ରାନ୍ତ ବି କରିଥିଲା ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ମମିତାଙ୍କ ବାପା । ତେଣେ ପୁରା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସିଧା ଟାର୍ଗେଟ୍ କରିଛି ବିଜେପି ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ପୋଲିସ ଏତଲା ନରଖିବା ଓ ଲାଇନ୍ କଟିବା ବେଳେ ଗୋବିନ୍ଦ ଚମ୍ପଟ ମାରିବା, ଶକ୍ତିମନ୍ତ୍ରୀଙ୍କ ସଂପୃକ୍ତି ନଥିଲେ କେବେ ବି ହୋଇ ହୋଇନଥାନ୍ତା ।

ଆଜି ଗଣମାଧ୍ୟମ ସାମ୍ନାରେ ସାଂଘାତିକ ତଥ୍ୟ ରଖିଛନ୍ତି ମମିତାଙ୍କ ବାପା ସୁଚନ୍ଦ୍ର ମେହେର । ସେ କହିଛନ୍ତି, ଝିଅର ନିଖୋଜ ନେଇ ଏତଲା ନିଜେ ଲେଖାଇଥିଲା ଗୋବିନ୍ଦ ସାହୁ । ଝିଅର ସନ୍ଧାନ ନପାଇ ଆମେ ମହାଲିଙ୍ଗ କଲେଜ ଯାଇଥିଲୁ, ସେଠି ଗୋବିନ୍ଦ ସାହୁ ଥିଲେ । ଆମେ ଚାହୁଁଥିବା ଭଳି ଏତଲା ତାଙ୍କର ଜଣେ କ୍ଲର୍କଙ୍କୁ ଡାକି ଲେଖାଇଥିଲେ । ବିଶ୍ୱାସ ଥିବାରୁ ତାକୁ ନପଢ଼ି ଦସ୍ତଖତ କରିଥିଲି । ହେଲେ ସେମାନେ ପହଞ୍ଚିବା ପୂର୍ବରୁ ଗୋବିନ୍ଦ ଆଗୁଆ କେଗାଁ ଥାନାକୁ ପଳାଇଥିଲା ଗୋବିନ୍ଦ । ଥାନା ବାବୁଙ୍କ ସହ କଣ କଥା ହେଲା । ଆଉ ତା’ପରେ ଥାନାବାବୁ ଆଉ ଆମ ଏତଲା ରଖିଲେନି ବୋଲି ସୁଚନ୍ଦ୍ର କହିଛନ୍ତି । ଏମିତିକି ତୁମ ଥାନା ତୁରେକେଲା ତେଣୁ ସେଠାକୁ ଯାଅ ବୋଲି ସଫା ସଫା ଶୁଣାଇଥିଲେ । ତାଙ୍କ ଝିଅକୁ ଜଘନ୍ୟ ହତ୍ୟା ଜଣକର କାମ ନୁହେଁ ଦୋଷୀକୁ ଦଣ୍ଡ ଦିଅ ଓ ଆମକୁ ନ୍ୟାୟ ଦିଅ ବୋଲି କୋହଭରା କଣ୍ଠରେ କହିଛନ୍ତି ମମିତାଙ୍କ ବାପା ।

ମମିତା ମେହେର ହତ୍ୟା ମାମଲାରେ ଗୃହ ବିଭାଗ ସହ ଶକ୍ତି ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ବିଜେପି ଆଣିଛି ବଡ଼ ଆରୋପ । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଦିଲ୍ଲୀରେ ପ୍ରେସମିଟ୍ କରି କହିଛନ୍ତି, ଗୋବିନ୍ଦ ସାହୁ ସେଠି ରାକେଟ୍ ଚଳାଇଥିଲା । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସହ ତାର ଘନିଷ୍ଠତା ଥିବା ପୋଲିସ୍ ଜାଣିଥିବାରୁ ମମିତା ନିଖୋଜ ମାମଲାରେ ଏତଲା ରଖିନଥିଲା ।

ପରେ ଗୋବିନ୍ଦକୁ ଟିଟିଲାଗଡ଼ ପୋଲିସ ବାରାକରେ ରଖାଯାଇଥିଲା ଏବଂ ସେଠି ଜେରା ବେଳେ ମଝିରେ ବିଜୁଳି କଟିଗଲା । ସେହି ସମୟରେ ଗୋବିନ୍ଦ ଚମ୍ପଟ ମାରିଥିଲା । ଯେହେତୁ ଦିବ୍ୟଶଙ୍କର ଶକ୍ତି ମନ୍ତ୍ରୀ, ତେଣୁ ତାଙ୍କ ସଂପୃକ୍ତି ନଥିଲେ ଏଭଳି ହୋଇନଥାନ୍ତା ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ସମ୍ବିତ୍ । ସେପଟେ କଣ୍ଟାବାଞ୍ଜି ଜେଲର ସେଲ୍ ନମ୍ବର ୧ରେ ଜହ୍ଲାଦ ଗୋବିନ୍ଦ ଥିବାବେଳେ ୩ ନମ୍ବର ସେଲର ଅଛି ସହଯୋଗୀ ଡ୍ରାଇଭର । ରାଧେ ସଂଗୀନ ମାମଲାରେ ଦୁହେଁ ଆସିଥିବାରୁ ଜେଲରେ ପରସ୍ପରକୁ ଭେଟିବାକୁ ଦିଆଯାଉନାହିଁ ବୋଲି କହିଛନ୍ତି ଆସିଷ୍ଟାଣ୍ଟ ଜେଲର ।