• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ରାଜ୍ୟରେ ୨୪ ଘଣ୍ଟାରେ ୩୭୪ ପଜିଟିଭ ଚିହ୍ନଟ

  • ୪ ଜଣ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି

ଭୁବନେଶ୍ୱର: ରାଜ୍ୟରେ ଗତକାଲିଠୁ ଆଜି ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୩୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୮ ବର୍ଷରୁ କମ୍ ବର୍ଗର ୬୫ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ସେହିଭଳି କ୍ୱାରେଣ୍ଟିନ ସେଣ୍ଟରରୁ ୨୧୮ ଏବଂ ଲୋକାଲ କେସ୍ ୧୫୬ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ଆଜି ମଧ୍ୟ ସର୍ବାଧିକ ୧୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୦ ହଜାର ୯୬୯କୁ ବୃଦ୍ଧି ପାଇଛି । ସେହିପରି ୪ ଜଣ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଥିବା ଜଣାପଡ଼ିଛି ।

ଖୋର୍ଦ୍ଧାରୁ ୨ ଜଣ , କଟକ ଓ ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଯାହା ପରେ ରାଜ୍ୟରେ ଏବେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୩୨୯କୁ ବୃଦ୍ଧି ପାଇଛି । ସେହିଭଳି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୦ ହଜାର ୯୬୯କୁ ବୃଦ୍ଧି ହୋଇଛି ।

ତେବେ ଗତ କିଛି ଦିନ ହେଲା ସାମାନ୍ୟ ଉପରମୁହାଁ ହୋଇଛି କରୋନା ସଂକ୍ରମଣ । ଦେଶରେ କରୋନା ସ୍ଥିତି ସ୍ଥିର ରହିଥିବା ବେଳେ କେତେକ ରାଜ୍ୟରେ ପୁଣି ସଂକ୍ରମଣ ବଢିବାରେ ଲାଗିଛି । କାଲି ଦୈନିକ ସଂକ୍ରମଣ ୧୬ ହଜାରରୁ ଅଧିକ ଥିବାବେଳେ ଆଜି ମଧ୍ୟ ଦେଶରେ ୧୪,୩୧୩ ଟି ନୂଆ ମାମଲା ଚିହ୍ନଟ ହୋଇଛନ୍ତି ।

ଦେଶରେ ପାର୍ବଣ ଦୃଷ୍ଟିକୋଣରୁ ସଂକ୍ରମଣ ବୃଦ୍ଧି ହେଉଥିବାର ଆଶା କରାଯାଉଛି । ପାର୍ବଣକୁ ନେଇ ଦେଶରେ କେନ୍ଦ୍ର ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ସ ଜାରି କରାଯାଇଥିଲା । ଯାହାକୁ ବର୍ତ୍ତମାନ ଏହି ଅବଧିକୁ ନଭେମ୍ବର ୩୦ ଯାଏଁ ବଢାଇ ଦିଆଯାଇଛି । ନିକଟରେ ସାରା ଦେଶରେ ୧୦୦ କୋଟି ଟିକାକରଣ ଅତିକ୍ରମ ଫଳରେ ଭାରତ ଟିକାକରଣରେ ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି ।