କଳାହାଣ୍ଡି ହେଉ କି ବାରିପଦା। ସବୁଠି ଖରାର ତାଉ। ଅସହ୍ୟ ଗୁଳୁଗୁଳି। ଘରୁ ବାହାରିବାକୁ ଡରିଲେଣି ଲୋକେ। ଏଭଳି ସ୍ଥିତିରେ ପାଣିପାଗ ବିଭାଗ ଆକଳନ କଲାଣି, ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ। ଜଳିବ ଓଡ଼ିଶା, ସିଝି ଯିବେ ଲୋକେ । ୭ ଜିଲ୍ଲାରେ ପାରଦ ୪୫ ଡିଗ୍ରୀ ଟପିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି, ଗତ ୯ ଦିନ ହେଲା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।
Published By: Satyendu Shekher Mishra
Last updated: 24 April 2024, 11:08 PM IST
ତାତିରୁ ମିଳିବ ଆଶ୍ୱସ୍ତି । ଆଗାମୀ ଦୁଇଦିନ ପରେ ରାଜ୍ୟରେ ୩ରୁ ୫ ଡିଗ୍ରୀ ତାପମାତ୍ରା କମିବା ସଂଭାବନା ରହିଛି । ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଯୋଗୁଁ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।