• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ପାଣିରେ ଭାସିଲା ରାଜଧାନୀ । ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବର୍ଷା । ସେପ୍ଟେମ୍ୱର ୧ରୁ ଶନିବାର ଦ୍ୱିପହର ପର୍ଯ୍ୟନ୍ତ ଦିଲ୍ଲୀରେ ମୋଟ ୩୮୦ ମିମି ବର୍ଷା ରେକର୍ଡ ହୋଇଛି , ଯାହା ଗତ ୧୨୧ ବର୍ଷ ମଧ୍ୟରେ ଦ୍ୱିତୀୟ ସର୍ବାଧିକ ରେକର୍ଡ କରିଛି । ରାଜଧାନୀ ଦିଲ୍ଲୀରେ ୧୯୪୪ ପରଠାରୁ ଚଳିତ ବର୍ଷ ସର୍ବାଧିକ ବର୍ଷା ହେବା ସହ ସର୍ବାଧିକ ବର୍ଷା ହୋଇଥିବା ସେପ୍ଟେମ୍ବର ବୋଲି କୁହାଯାଉଛି । ଆଜି ମଧ୍ୟ ଦିଲ୍ଲୀରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଦିଲ୍ଲୀ-ଏନସିଆର, ପଞ୍ଜାବ ଏବଂ ରାଜସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଦିଲ୍ଲୀ ବ୍ୟତୀତି ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ଓଡ଼ିଶା, ଛତିଶଗଡ, ମଧ୍ୟପ୍ରଦେଶ, ପୂର୍ବ ରାଜସ୍ଥାନ, ପୂର୍ବ ଗୁଜୁରାଟ ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଆଜି ପ୍ରବଳ ବର୍ଷା ସହିତ ହାଲୁକା ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ପଶ୍ଚିମବଙ୍ଗ, କୋଙ୍କଣ ଏବଂ ଗୋଆ ଏବଂ ଉପକୂଳ କର୍ଣ୍ଣାଟକର କିଛି ଅଂଶରେ ପ୍ରବଳ ବର୍ଷା ସହିତ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଅନ୍ୟପକ୍ଷରେ, ପଶ୍ଚିମ ରାଜସ୍ଥାନ, ସୌରାଷ୍ଟ୍ର ଏବଂ କୁଚ୍, ମରାଠୱାଡା, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର କିଛି ସ୍ଥାନରେ ହାଲୁକା ବର୍ଷା ସହିତ ଗୋଟିଏ ସ୍ଥାନରେ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ଏବଂ କର୍ଣ୍ଣାଟକ, କେରଳ, ତାମିଲନାଡୁର କିଛି ଅଂଶ, ବିହାର ଏବଂ ଉତ୍ତର ପୂର୍ବ ଭାରତରେ ମଧ୍ୟ ହାଲୁକା ବର୍ଷା ହୋଇପାରେ ।

ମଧ୍ୟପ୍ରଦେଶର ୧୬ ଟି ଜିଲ୍ଲାରେ ସାଧାରଣରୁ କମ୍‌ ପରିମାଣର ବର୍ଷା

ମଧ୍ୟପ୍ରଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୦୨ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସାଧାରଣ ବୃଷ୍ଟିପାତ ଠାରୁ ଛଅ ପ୍ରତିଶତ କମ୍ । ପାଣିପାଗ ବିଭାଗ ଅନୁସାରେ ମଧ୍ୟପ୍ରଦେଶରେ ୧ ଜୁନରୁ ବର୍ତ୍ତମାନ ପର୍ଯ୍ୟନ୍ତ ୮୦୨ ମିମି ବର୍ଷା ହୋଇଛି, ପୂର୍ବରୁ ଏଠାରେ ହାରାହାରି ବୃଷ୍ଟିପାତ ୮୫୪.୭୮ ମିମି ହେଉଥିଲା । ରାଜ୍ୟର ଅତି କମରେ ୧୬ ଟି ଜିଲ୍ଲାରେ କମ୍ ବର୍ଷା ରେକର୍ଡ କରାଯାଇଛି । ସେଥି ମଧ୍ୟରୁ ପୂର୍ବଅଞ୍ଚଳରୁ ୧୧ ରାଜ୍ୟ ଓ ପଶ୍ଚିମ ଭାଗରେ ପାଞ୍ଚଟି ରାଜ୍ୟର ରହିଛି । ପୂର୍ବ ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ସର୍ବନିମ୍ନ ତଥା ସ୍ୱାଭାବିକ ତୁଳନାରେ ୪୪ ପ୍ରତିଶତ କମ୍ ବର୍ଷା ହୋଇଥିବାବେଳେ ସିଙ୍ଗରୋଲିରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଚଳିତ ବର୍ଷ ମଧ୍ୟପ୍ରଦେଶରେ ସାତ ଦିନ ପୂର୍ବରୁ ଅର୍ଥାତ ଜୁନ୍ ୧୦ ରେ ମୌସୁମୀ ପ୍ରବେଶ କରିଥିଲା ।