• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋରାପୁଟ (ସୂର୍ଯ୍ୟ) : ନିଆରା ଫୁଟବଲ୍ ମ୍ୟାଚ୍ , ଜିତିଲେ ଛେଳି, ହାରିଲେ କୁକୁଡ଼ା । ପଡ଼ିଆ ଭିତରେ ଚାଲିଥାଏ ଫୁଟବଲ୍ ଲଢ଼େଇ ଆଉ ସେପାଖେ ପଡ଼ିଆ ବାହାରେ ବନ୍ଧା ହୋଇଛି ଛେଳି ଆଉ କୁକଡ଼ା । କୋରାପୁଟ ସହର ନିକଟସ୍ଥ ରେଲିକୁମ୍ଭାରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ଏପରି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଫୁଟବଲ୍ ମ୍ୟାଚରେ ୩୦ଗୋଟି ଟିମ ଭାଗ ନେଇଥିଲେ । ଫାଇନାଲରେ ଭେଟାଭେଟି ହୋଇଥିଲେ ବଡଚିନ୍ଦିରିକୁ ବାଗ୍ରାଗୁଡା । ଆଉ ବଡଚିନ୍ଦିର ୫-୪ ବ୍ୟବଧାନରେ ବିଜୟୀ ହୋଇଥିଲା । ପୁରସ୍କାର ସ୍ୱରୂପ ୧୦ହଜାର ଟଙ୍କା ଓ ଗୋଟେ କଳା ବୋଦା । ରନର୍ସ ଅଫକୁ ଦିଆଗଲା ୭ହଜାର ଟଙ୍କା ଓ ଗୋଟେ କୁକୁଡା ।

ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାର ଭିନ୍ନ ଏକ ଫୁଟବଲ ମ୍ୟାଚକୁ ଦେଖି ସମସ୍ତେ ଆନନ୍ଦିତ ହୋଇଛନ୍ତି । ଏଠି ସିଲ, ଟ୍ରଫି, ସାଟିଫିକେଟ ନାହିଁ । ଉପହାର ସ୍ୱରୂପ ମିଳିଛି ଛେଳି ଆଉ କୁକୁଡ଼ା ଉପହର । ଆଖପାଖ ୩୦ଟି ଟିମର ଆଦିବାସୀ ଯୁବକ ଫୁଟବଲ ମ୍ୟାଚରେ ଯୋଗ ଦେଇଥିଲେ । ଫାଇନାଲରେ ବାଗ୍ରାଗୁଡାକୁ ହରାଇ ବଡଚିନ୍ଦିର ଦଳ ଚମ୍ପିଆନ ହୋଇ ଶେଷରେ ବି ହାସଲ କରିଥିଲେ । ରାଜ୍ୟ ବିହନ ନିଗମ ଅଧକ୍ଷ ତଥା କୋରାପୁଟ ଜିଲ୍ଲା ବିଜେଡି ସଭାପତି ଉଦଯାପିତ ଉତ୍ସବର ମୁଖ୍ୟ ଅତିଥି ହୋଇ ଉତ୍ସାହିତ କରୁଥିଲେ ଖେଳାଳିଙ୍କୁ ।

ଏଖେଳରେ ଦେଖିବାକୁ ମିଳିଥିଲା କୋରାପୁଟରୁ ହଜିଯାଇଥିବା ଏକ ଆଦିବାସୀ ପରମ୍ପରା । ଆଗେ ଟ୍ରଫି କିମ୍ବା ଟଙ୍କା ନଥିବାରୁ କୁକୁଡା ଛେଳି ପୁରସ୍କାର ସ୍ୱରୂପ ଦିଆଯାଉଥିଲା । ଲୁଚି ଯାଉଥିବା ଏହି ପରମ୍ପରାକୁ ପୁଣି ଥରେ ଆରମ୍ଭ କରିଛନ୍ତି ରେଲିକୁମ୍ଭାର ୟୁଥ କ୍ଲବ । ଏହି ପୁରସ୍କାର ସ୍ୱରୂପ ଟଙ୍କା ଓ ଛେଳିକୁ ନେଇ ବେସ ଆନନ୍ଦିତ ହୋଇଛନ୍ତି ବିଜେତା । ଗାଁରେ ଜିତିବା ଖୁସିରେ ହେବ ଭୋଜିଭାତର ଆୟୋଜନ ।