• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସନ୍ତା ମାସରେ ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍ । ଏନେଇ ସମସ୍ତ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଇପିଏଲ ସରିବା ପରେ ପରେ ହିଁ ଆରମ୍ଭ ହୋଇଯିବ ଏହି ବିଶ୍ୱକପ୍ ମହାକୁମ୍ଭ । ଅଳ୍ପ କିଛିଦିନ ତଳେ ଭାରତୀୟ ଦଳ ନିଜର ଟିମ୍ ଘୋଷଣା କରିଛି । ଏହା ମଧ୍ୟରେ ଗତକାଲି ଭାରତୀୟ ଦଳର ଜର୍ସି ମଧ୍ୟ ଉନ୍ମୋଚିତ ହୋଇ ସାରିଛି । ଟି-୨୦ ବିଶ୍ୱକପ ପାଇଁ ଆଦିଡାସ୍ ତରଫରୁ ଟିମ୍ ଇଣ୍ଡିଆର ବହୁ ପ୍ରତୀକ୍ଷିତ ଜର୍ସି ଉନ୍ମୋଚନ କରିଛି ।

ଏକ ଅଭିନବ ଉପାୟରେ ଆଦିଦାସ୍ ହେଲିକପ୍ଟର ଜରିଆରେ ଜର୍ସି ଲଞ୍ଚ କରିଛି । ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ମଧ୍ୟ ସେୟାର କରାଯାଇଛି । ଏହି ଭିଡିଓରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା, ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କୁ ଦେଖିବାକୁ ମିଳୁଛି । ଏହା ସହ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏଚପିସିଏ) ଷ୍ଟାଡିୟମ ମଧ୍ୟ ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ: ଟି-୨୦ ବିଶ୍ୱକପ୍‌ରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା...ପାକିସ୍ତାନରୁ ମିଳିଲା ଧମକ

ରୋହିତ୍, କୁଲଦୀପ ଓ ଜାଡ଼େଜାଙ୍କୁ କିଛି ଇସାରା କରିବା ବେଳେ ହେଲିକପ୍ଟର ଜର୍ସି ନେଇ ଉଡ଼ିଯାଉଛି । ଏକ ବିରାଟ ବଡ଼ ଜର୍ସିର ସାମ୍ନା ପଟେ ଭି-ସେପ୍ ରହିଛି । ଜର୍ସି ନୀଳ ରଙ୍ଗର ହେବା ସହ କିଛି ଗେରୁଆ ରଙ୍ଗ ମଧ୍ୟ ରହିଛି । ସୋସିଆଲ ମିଡିଆରେ ଆଦିଦାସ୍ ତରଫରୁ ଲେଖାଯାଇଛି, "ୱାନ୍ ଜର୍ସି, ୱାନ୍ ନେସନ୍...ଟିମ୍ ଇଣ୍ଡିଆର ନୂଆ ଟି-୨୦ ଜର୍ସି ।

ଗତ ମାସରେ ବିସିସିଆଇ ଆଗାମୀ ଟି-୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଥିଲା । ସୂଚନାଯୋଗ୍ୟ, ଭାରତ ଆୟର୍ଲାଣ୍ତ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ । ଭାରତ ସହ ଗ୍ରୁପ୍-ଏରେ ପାକିସ୍ତାନ, ଆମେରିକା, କାନାଡ଼ା ଓ ଆୟର୍ଲାଣ୍ତ ରହିଛି । ୱେଷ୍ଟ ଇଣ୍ତିଜ ଛଡ଼ା ଅନ୍ୟ କୌଣସି ଆମେରିକୀୟ ଦେଶରେ ପ୍ରଥମ ଥର ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଜୁନ୍ ୯ ରେ ପାକିସ୍ତାନ ବିପକ୍ଷରେ ଭାରତ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ।