• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଲୋକସଭା ପ୍ରାର୍ଥୀ ମାରିଲେ ଚାପୁଡ଼ା । ତେଲେଙ୍ଗାନାର ନିଜାମାବାଦ ଲୋକସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଜୀବନ ରେଡ୍ଡୀ ଜଣେ ମହିଳା ଚାଷୀଙ୍କୁ ଚାପୁଡ଼ା ମାରିଥିବା ଜଣାପଡିଛି । ଏନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଭାଇରାଲ ହୋଇଥିବା ଭିଡିଓରେ ରେଡ୍ଡୀ ଜଣେ ମହିଳା କୃଷକଙ୍କୁ ଚାପୁଡ଼ା ମାରିବା ସହ ହସୁଥିବାର ଦେଖିବାକୁ ମିଳିଛି । ଏହି ସମୟରେ ଜୀବନଙ୍କର ସହଯୋଗୀମାନେ ମଧ୍ୟ ହସିବାରେ ଲାଗିଥିଲେ ।

ଏନେଇ ପୀଡିତା ମହିଳା ଜଣକ କହିଛନ୍ତି ଯେ, ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଭୋଟ୍ ଦେବା ସତ୍ତ୍ୱେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ପେନ୍‌ସନ୍ ପାଇ ନାହାଁନ୍ତି । ରିପୋର୍ଟ ଅନୁଯାୟୀ, ମହିଳା ଜଣକ କହିଛନ୍ତି ଯେ ମତଦାନ ସମୟରେ ସେ ଏଥର 'ଫୁଲର ପ୍ରତୀକ' ଅର୍ଥାତ୍ ବିଜେପିକୁ ଭୋଟ୍ ଦେବେ । ଏହା ଶୁଣି ରେଡ୍ଡୀ ତାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି ।

ସଂପୃକ୍ତ ମହିଳା ଅଭିଯୋଗ କରି କହିଛନ୍ତିଯେ, "ଘର ନାହିଁ, ପେନ୍‌ସନ୍ ବି ନାହିଁ । ଏଣୁ ଜୀବନ ରେଡ୍ଡୀଙ୍କ ପାଖକୁ ଯାଇଥିଲି । କିନ୍ତୁ ସେ ଶୁଣିନଥିଲେ । ବରଂ ସମସ୍ତଙ୍କ ସାମ୍ନାରେ ଚାପୁଡ଼ା ମାରିଥିଲେ । ତେଲେଙ୍ଗାନାର ୧୭ ଟି ଲୋକସଭା ଆସନ ମଧ୍ୟରୁ ନିଜାମାବାଦ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ୟତମ । ବିଜେପିର ଧର୍ମପୁରୀ ଅରବିନ୍ଦ ବର୍ତ୍ତମାନ ଏହି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି ।

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପିର ଧର୍ମପୁରୀ ଏବଂ କଂଗ୍ରେସର ଜୀବନଙ୍କ ମଧ୍ୟରେ କଡ଼ା ଟକ୍କର ହେବ । ତେଲେଙ୍ଗାନାର ସମସ୍ତ ୧୭ ଲୋକସଭା ଆସନ ପାଇଁ ଆସନ୍ତା ମେ ୧୩ ରେ ମତଦାନ ହେବ । ଏନେଇ ଫଳାଫଳ ଘୋଷଣା ଜୁନ୍ ୪ ରେ ହେବ । ମତଦାନର ସମୟ ସକାଳ ୭ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ ।