• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ର୍ନିବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କଂଗ୍ରେସର ବଡ଼ ଘୋଷଣା । ଯଦି କଂଗ୍ରେସ ଉତ୍ତର ପ୍ରଦେଶରେ କ୍ଷମତାକୁ ଆସିଲେ ଦଳ ପକ୍ଷରୁ ସମସ୍ତଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ମାଗଣା ଚିକିତ୍ସା ଓ ମେଡିକାଲ ସୁବିଧା ଯୋଗାଇ ଦିଆଯିବ ବୋଲି କଂଗ୍ରେସର ସାଧାରଣ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଘୋଷଣା କରିଛନ୍ତି । କଂଗ୍ରେସ ପକ୍ଷରୁ ପୂର୍ବରୁ ରାଜ୍ୟରେ ୨୦ ଲକ୍ଷ ନିଯୁକ୍ତି, ଋଣ ଛାଡ଼, ମାଗଣା ସ୍ମାର୍ଟଫୋନ ଓ ସ୍କୁଟି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।

ଏଥିସହ ପ୍ରିୟଙ୍କା ଗାନ୍ଧି ଭଦ୍ରା ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ସରକାର ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ମହାମାରୀ କରୋନା ଓ ବର୍ତ୍ତମାନ ପ୍ରଦେଶରେ ବ୍ୟାପିଥିବା ଜ୍ୱର ସମୟରେ ସରକାରୀ ଅବହେଳା ଯୋଗୁଁ ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର ସମସ୍ତେ ଦେଖୁଛନ୍ତି । ତେଣୁ ୟୁପି କଂଗ୍ରେସ ତାର ଘୋଷଣାପତ୍ର କମିଟିର ଅନୁମତ କ୍ରମେ ସମସ୍ତଙ୍କୁ ମାଗଣା ଓ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି ।

ଛତିଶଗଡରେ କଂଗ୍ରେସରେ ଲାଗି ରହିଥିବା କନ୍ଦଳକୁ ନେଇ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଯେତେବେଳେ ରାଜ୍ୟ ପ୍ରଭାରୀ ଏ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇସାରିଛନ୍ତି, ତେବେ କେହି ଏହି ମାହୋଲକୁ ଆଉ ଗୋଳମାଳିଆ କରିବା ଠିକ ନୁହେଁ । ଜଶପୁରରେ ଏକ କଂଗ୍ରେସ ରାଲିରେ ଗଣ୍ଡଗୋଳ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ ଏପରି କହିଥିବାର ଦେଖିବାକୁ ମିଳିଛି ।

ଛତିଶଗଡ କଂଗ୍ରେସରେ ଚାଲିଥିବା କନ୍ଦଳର ପ୍ରତିଫଳନ ଜଶପୁରରେ ଦେଖିବାକୁ ମିଳିଛି । ଏକ ସାଧାରଣ ସଭାରେ ପୂର୍ବତନ ଜିଲ୍ଲା ସଭାପତି ପବନ ଅଗ୍ରୱାଲ ଭାଷଣ ଦେଉଥିବାବେଳେ ଅନ୍ୟ କର୍ମୀ ମାନେ ଆସି ତାଙ୍କୁ କହିବାକୁ ଦେଇନଥିଲେ । କେବଳ ଏତିକି ନୁହେଁ ବରଂ ତାଙ୍କ ମାଇକ ଛଡାଇବା ସହ ତାଙ୍କୁ ଠେଲାପେଲା କରିଥିଲେ । ମଞ୍ଚ ଉପରେ ସେ ମନ୍ତ୍ରୀ ଟି.ଏସ ସିଂହଦେଓଙ୍କ ସମ୍ପର୍କରେ କହିବାକୁ ଆରମ୍ଭ କଲାବେଳେ କର୍ମୀମାନେ ମଞ୍ଚକୁ ଉପରକୁ ଉଠିଯାଇ ଗଣ୍ଡଗୋଳ କରିଥିଲେ ।.