• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆସିଲା ବିଜେପିର ପ୍ରାର୍ଥୀ ତାଲିକା । ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ବାରବାଟୀ-କଟକରୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି। ସେହିପରି ଘସିପୁରାରୁ ଶମ୍ଭୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ, ବରୀରୁ ଉମେଶ ଜେନା ଓ ବେଗୁନିଆ ବିଧାନସଭା ଆସନରୁ ପ୍ରକାଶ ରଣବିଜୁଳିଙ୍କୁ ପ୍ରାର୍ଥୀ କରିଛି ବିଜେପି ।

ତେବେ ଏହା ପୂର୍ବରୁ ଆଜି ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି । ବିକା ଥିବା ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜୁ ଜନତା ଦଳ । କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । କୋରେଇରୁ ସଂଧ୍ୟାରାଣୀ ଦାସ, ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ, ନୀଳଗିରିରୁ ପ୍ରାର୍ଥୀ ହେଲେ ସୁକାନ୍ତ କୁମାର ନାୟକ । ସେପଟେ ଦେବଗଡ଼ ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେଡି । ରୋମାଞ୍ଚ ରଂଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ ଘୋଷଣା କଲା ଦଳ । ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଂଜନ ହେଲେ ପ୍ରାର୍ଥୀ । ତେବେ କୋରେଇରେ ପ୍ରାର୍ଥୀ ହୋଇଥିବା ସଂଧ୍ୟାରାଣୀ ଦାସ ହେଉଛନ୍ତି ବିଜେଡି ସଂଗଠନ ସଂପାଦକ ବବି ଦାସଙ୍କ ମା’ ।

ଅଧିକ ପଢ଼ନ୍ତୁ: ମିଳିଲାନି ଟିକେଟ୍‌, ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ

ତେବେ ଆଜିର ପ୍ରାର୍ଥୀ ଘୋଷଣା ପରେ ମଉଳିଲା ସମୀର ଦାସଙ୍କ ଆଶା । ପ୍ରାର୍ଥୀ ଘୋଷଣାକୁ ଶେଷ ପର୍ଯ୍ୟାୟ କହିଲେ ମୁଖ୍ୟମନ୍ତ୍ରୀ । ଶେଷ ପର୍ଯ୍ୟାୟରେ ବାକି ୩ ଓ ଦେବଗଡ଼ ପ୍ରାର୍ଥୀ ବଦଳ ଘୋଷଣା କଲେ । ଦେବଗଡ଼ ପ୍ରାର୍ଥୀ ବଦଳି ଥିଲେ ବି ବଦଳିଲେନି ନିମାପଡ଼ା ପ୍ରାର୍ଥୀ । ନିମାପଡ଼ା ପ୍ରାର୍ଥୀ ବଦଳିବା ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା ।

ସେପଟେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ତିନି ଜଣ ହେଭିୱେଟ୍‌ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଭୁବନେଶ୍ୱର ଆସନରୁ ଅପରାଜିତା ଷଡଙ୍ଗୀ, ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସୁନ୍ଦରଗଡ଼ରୁ ଜୁଏଲ ଓରାମ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ହଜାର ହଜାର ଦଳୀୟ କର୍ମୀଙ୍କୁ ଧରି ବିରାଟ ପଟୁଆରରେ ବାହାରି ନୋମିନେସନ୍‌ ଦାଖଲ କରିଛନ୍ତି ଏହି ୩ ହେଭିୱେଟ୍‌ ।

ଅଧିକ ପଢ଼ନ୍ତୁ: କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କଲା BJD