• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆଜି ସଂଧ୍ୟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ।

    ନେତାଙ୍କୁ ଆସିଛି ଦିଲ୍ଲୀରୁ ଡକରା ।

    ଜ୍ୟୋତିରାଦିତ୍ୟ ସିନ୍ଦିଆ ଉଜ୍ଜୈନ ମହାକାଳ ମନ୍ଦିରରେ ପୂଜାର୍ଚ୍ଚନା କରି ଦିଲ୍ଲୀ ବାହାରିଛନ୍ତି ।

ନୂଆଦିଲ୍ଲୀ: ଆଜି ସଂଧ୍ୟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ । ଯେଉଁମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ଅଛି, ସମସ୍ତଙ୍କୁ ଦିଲ୍ଲୀରୁ ଡକରା ଆସିଛି । ହେଲେ ସେମାନେ ଖୋଲାଖୋଲି କିଛି କହୁ ନାହାନ୍ତି । ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇ ଦେଇଛନ୍ତି । ମଧ୍ୟପ୍ରଦେଶ ବିଜେପିର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆ ଉଜ୍ଜୈନ ମହାକାଳ ମନ୍ଦିରରେ ପୂଜାର୍ଚ୍ଚନା କରି ଦିଲ୍ଲୀ ଅଭିମୁଖେ ବାହାରିବା ଏବଂ ବିହାର ହାଜିପୁର ସାଂସଦ ପଶୁପତି ପାରସ ଲୁଗା ଦୋକାନରୁ ନୂଆ କୁର୍ତ୍ତା କିଣୁଥିବା ଦୃଶ୍ୟ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ମନ୍ତ୍ରିମଣ୍ଡଳରେ ୮୧ ଜଣ ମନ୍ତ୍ରୀ ରହିବାର ବ୍ୟବସ୍ଥା ଥିବା ବେଳେ ଏବେ ୫୩ ଜଣ ମନ୍ତ୍ରୀ ଅଛନ୍ତି । ଅର୍ଥାତ୍ ଆହୁରି ୨୮ ଜଣଙ୍କୁ ମନ୍ତ୍ରୀ କରି ପାରିବେ ପ୍ରଧାନମନ୍ତ୍ରୀ । ଆସନ୍ତାବର୍ଷ ହେବାକୁ ଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସେହି ସବୁ ରାଜ୍ୟର ସାଂସଦ ଓ ସହଯୋଗୀ ଦଳଙ୍କୁ ଗୁରୁତ୍ୱ ଦେଇପାରନ୍ତି ମୋଦି ।
ତେବେ କେଉଁ ଆଧାରରେ ନୂଆ ନେତାଙ୍କୁ ନିଜ ଟିମ୍‌ରେ ସାମିଲ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ? କଣ ହୋଇପାରେ ମନ୍ତ୍ରୀ ହେବାର ମାପକାଠି ? 

ଅନୁମାନ କରାଯାଉଛି, ପ୍ରଥମ ସମ୍ଭାବ୍ୟ ଆଧାର ରହିବ ଆସନ୍ତାବର୍ଷ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆରେ ୨୦୨୨ ପ୍ରାରମ୍ଭରେ ବିଧାନସଭା ନିର୍ବାଚନ ହୋଇପାରେ । ତେଣୁ ସେହି ସବୁ ରାଜ୍ୟର ନେତା ଓ ସହଯୋଗୀ ଦଳଙ୍କୁ ଗୁରୁତ୍ୱ ଦିଆଯାଇପାରେ । ୨୦୨୪ ଲୋକସଭା ନିର୍ବାଚନକୁ ମଧ୍ୟ ଦୃଷ୍ଟିରେ ରଖିପାରନ୍ତି ମୋଦି ।

ଦ୍ୱିତୀୟ ଆଧାର ରହିପାରେ ପ୍ରଦର୍ଶନ ଭିତ୍ତିରେ ପୁରସ୍କାର । ବିଗତ ଦିନରେ ବା ବିଗତ ନିର୍ବାଚନରେ ଦଳର ଜିତାପଟ୍ ଓ ଭଲ ପ୍ରଦର୍ଶନ ପାଇଁ କାର୍ଯ୍ୟ କରିଥିବା ନେତାଙ୍କୁ ମୋଦି ଗୁରୁତ୍ୱ ଦେଇପାରନ୍ତି । 

ତୃତୀୟ ଆଧାର ରହିବ ଶାସନ ଓ ପ୍ରଶାସନରେ ଅଭିଜ୍ଞତା । ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ ବା ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ପଦ ସଫଳତାର ସହ ତୁଲାଇଥିବା ନେତାଙ୍କୁ ମଧ୍ୟ କ୍ୟାବିନେଟ୍‌ରେ ଜାଗା ମିଳିପାରେ ।

ଚତୁର୍ଥ ସମ୍ଭାବ୍ୟ ଆଧାର ଦଳିତ, ଆଦିବାସୀ, ଅନ୍ୟ ପଛୁଆ ବର୍ଗ ବା ଓବିସି ଏବଂ ମହିଳା ଚେହେରା । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏହିସବୁ ବର୍ଗର ନେତାଙ୍କୁ ମଧ୍ୟ ମନ୍ତିମଣ୍ଡଳରେ ସାମିଲ କରିପାରନ୍ତି ମୋଦି । 

ପଞ୍ଚମ ଆଧାର ହୋଇପାରେ ଉଚ୍ଚଶିକ୍ଷିତ, ବ୍ୟୁରୋକ୍ରାଟ୍ ଓ ଟେକ୍ନୋକ୍ରାଟ୍ ପ୍ରଫେସନାଲ୍ । ଏଥିସହ ଯୁବ ଚେହେରାଙ୍କୁ ମଧ୍ୟ କ୍ୟାବିନେଟ୍‌ରେ ସାମିଲ କରାଯାଇପାରେ ।

ଅନ୍ୟପନଟେ ଏବେ ମୋଦିଙ୍କ ଟିମରେ ବହୁ ମନ୍ତ୍ରୀ ରଖିଛନ୍ତି ଏକାଧିକ ବିଭାଗର ଦାୟିତ୍ୱ । 
ସେମାନେ ହେଲେ:-
୧-ପ୍ରକାଶ ଜାଭଡେକର: ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ପ୍ରସାରଣ, ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ

୨-ପୀୟୂଷ ଗୋଏଲ୍: ରେଳ, ବାଣିଜ୍ୟ ଓ ଶିଳ୍ପ, ଖାଉଟି ବ୍ୟାପାର ଓ ଖାଦ୍ୟ ଓ ସାଧାରଣ ବଣ୍ଟନ

୩-ନୀତିନ ଗଡ଼କରୀ : ସଡ଼କ ପରିବହନ ଓ ରାଜମାର୍ଗ ଏବଂ ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ 

୪-ଧର୍ମେନ୍ଦ୍ର ପ୍ରଧାନ: ପେଟ୍ରୋଲିୟମ, ଷ୍ଟିଲ

୫-ହର୍ଷ ବର୍ଦ୍ଧନ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ କାରୀଗରି, ଭୂ ବିଜ୍ଞାନ

୬-ନରେନ୍ଦ୍ର ସିଂ ତୋମା: କୃଷି ଓ କୃଷକ କଲ୍ୟାଣ, ଗ୍ରାମାଞ୍ଚଳ ବିକାଶ, ପଞ୍ଚାୟତିରାଜ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ

୭-ରବିଶଙ୍କର ପ୍ରସାଦ: ଆଇନ, ଯୋଗାଯୋଗ, ଇଲେ୍ରୋନିକ୍ସ ଓ ଇନଫରମେସନ୍  ଟେକନୋଲଜି

୮-ହରଦୀପ ସିଂ ପୁରୀ: ଗୃହ ଓ ସହରାଞ୍ଚଳ ବ୍ୟାପାର, ବେସାମରିକ ବିମାନ ଚଳାଚଳ

୯-ସ୍ମୃତି ଇରାନୀ : ମହିଳା ଓ ଶିଶୁ କଲ୍ୟାଣ, ଟେକ୍ସଟାଇଲ୍ସ 

୧୧-ଜିତେନ୍ଦ୍ର ସିଂ : ପିଏମଓ, କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ୍, ଅାଣବିକ ଶକ୍ତି, ମହାକାଶ 

୧୦-ପ୍ରହ୍ଲାଦ ଯୋଶୀ : ସଂସଦୀୟ ବ୍ୟାପାର, କୋଇଲା, ଖଣି