• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁଙ୍କୁ ଅପରାଜିତାଙ୍କ ଅଭିନନ୍ଦନ ।

    ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ପ୍ରିୟ ସାଙ୍ଗ ସହ ବ୍ୟାଚ ମେଟ୍ ଥିଲେ ।

    ବିଶେଶ୍ୱର ଟୁଡୁଙ୍କ ସହ ତାଙ୍କର ଭଲ ସମ୍ପର୍କ ।

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡିଶାର ସ୍ଥାନ ପାଇଥିବା ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ପ୍ରିୟ ସାଙ୍ଗ ସହ ବ୍ୟାଚ ମେଟ୍ ଥିଲେ । ଅନ୍ୟପକ୍ଷରେ ବିଶେଶ୍ୱର ଟୁଡୁଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି । ଓଡିଶାର ଦୁଇଜଣଙ୍କୁ କେନ୍ଦ୍ରମନ୍ତ୍ରୀ ଦାୟିତ୍ୱ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଏବଂ ଓଡିଶାର ଲୋକମାନଙ୍କ ସହ ଅଛନ୍ତି ବୋଲି ଏଥିରୁ ପରିଲକ୍ଷିତ ହେଉଥିବା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । ସୂଚନାଯୋଗ୍ୟ, ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଅପରାଜିତା ମନ୍ତ୍ରୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । 

ମୋଦିଙ୍କ ମନ୍ତ୍ରିମଣ୍ଡଳୀରେ ଏବେ ଅନେକ ନୂଆ ମୁହଁ । ଏହି ନୂଆ ମୁହଁ ମଧ୍ୟରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ଦୁଇ ଜଣ ସାଂସଦ । ରାଜ୍ୟସଭା ସାଂସଦ ଅଶ୍ୱିନୀ କୁମାର ବୈଷ୍ଣବ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ହୋଇଥିବା ବେଳେ ଓ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ପାଇଛନ୍ତି ରାଷ୍ଟ୍ରମନ୍ତ୍ରୀ । ଉଭୟେ ପ୍ରଥମ ଥର ସାଂସଦ ସାଙ୍ଗକୁ ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି ।

ଗତକାଲି ୪୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । କ୍ୟାବିନେଟ ମନ୍ତ୍ରୀ ଭାବେ ୧୫ ଜଣଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି । ସଂପ୍ରସାରଣ ପରେ ଏବେ ମନ୍ତ୍ରୀଙ୍କ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି । ନୂଆ ଟିମ୍‌ରେ ୩୬ ନୂଆ ମୁହଁ ଥିବାବେଳେ, ୭ ଜଣଙ୍କୁ ପଦୋନ୍ନତି ମିଳିଛି । ମୋଦିଙ୍କ ନୂଆ ଟିମ୍ ଶପଥ ନେବା ପରେ ବିଭାଗ ବଣ୍ଟନ କରାଯାଇଛି । ଆଜିଠାରୁ ସମସ୍ତେ ନିଜ ନିଜ ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିବେ । କ୍ୟାବିନେଟ୍ ସଂପ୍ରସାରଣ ପରେ ଅପରାହ୍ନ ୫ଟାରେ ବସିବ କ୍ୟାବିନେଟର ପ୍ରଥମ ବୈଠକ । ଏହା ପରେ ସନ୍ଧ୍ୟା ୭ଟାରେ ବସିବ ମନ୍ତ୍ରୀ ପରିଷଦ ବୈଠକ । ଦାୟିତ୍ୱ ନେବା ପରେ ନୂଆ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।