• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିଲ୍ଲୀ NCRର ଏକାଧିକ ସ୍କୁଲକୁ ଆସିଲା ଧମକପୂର୍ଣ୍ଣ ଇମେଲ୍ । ସ୍କୁଲରେ ବୋମା ଥିବା ନେଇ ଇମେଲ୍ ଆସିବା ପରେ ବିଭିନ୍ନ ସ୍କୁଲରେ ଆତଙ୍କ ଖେଳି ଯାଇଛି । ଆଜି ସକାଳେ ଏହି ଧମକ ପାଇଥିବା ବିଦ୍ୟାଳୟମାନଙ୍କ ମଧ୍ୟରେ ଚାଣକ୍ୟପୁରୀର ସଂସ୍କୃତ ବିଦ୍ୟାଳୟ, ପୂର୍ବ ଦିଲ୍ଲୀର ମୟୂର ବିହାରର ମଦର ମେରୀ ସ୍କୁଲ ଏବଂ ଦ୍ୱାରକାସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲ ଅନ୍ୟତମ ।

ଏପରି ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ପିଲାଙ୍କୁ ଘରକୁ ପଠାଇ ଦିଆଯାଇଛି । ଦିଲ୍ଲୀର ୧୦୦ରୁ ଅଧିକ ସ୍କୁଲକୁ ଏଭଳି ଧମକପୂର୍ଣ୍ଣ ଇମେଲ୍ ଆସିଥିବା ଜଣାପଡିଛି । ଦିଲ୍ଲୀ ପୋଲିସ ସହ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇମେଲ୍ ର ଅନୁଧ୍ୟାନ କରିବା ତନାଘନା କରୁଛନ୍ତି । ସବୁ ସ୍କୁଲରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବୋମା ନିଷ୍କ୍ରିୟକାରୀ ଦଳ ଆସି ପହଞ୍ଚିଛନ୍ତି ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବରେ କୌଣସି ସୂଚନା ଦିଆଯାଇନାହିଁ । ଦିଲ୍ଲୀ ପୋଲିସ୍ ମୁଖପାତ୍ର ସୁମନ ନାଲୱା କହିଛନ୍ତି, "ଯେଉଁ ବିଦ୍ୟାଳୟକୁ ବୋମା ଧମକ ଆସିଛି, ଆମେ ପଦକ୍ଷେପ ନେଇଛୁ । ମୁଁ ଅଭିଭାବକମାନଙ୍କୁ ଭୟଭୀତ ନହେବାକୁ ଅନୁରୋଧ କରୁଛି ।" ଦିଲ୍ଲୀ ପୋଲିସର କହିବାନୁସାରେ, ଧମକପୂର୍ଣ୍ଣ ଇମେଲ୍ ର ଆଇପି ଠିକଣା ଜାଣିବା ପାଇଁ ଉଦ୍ୟମ କରାଯାଉଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଏ ଇମେଲ୍ ପଠାଇଛନ୍ତି ଏବଂ କେଉଁଠାରୁ ପଠାଯାଇଛି ତାହା ଖୋଜିବା ସମ୍ଭବ ହୋଇନାହିଁ ।

ଇମେଲ୍ ମିଳିବା ପରେ ସ୍ଥାନୀୟ ପୋଲିସକୁ ସୂଚନା ଦିଆ ଯାଇଥିଲା । ପରେ ସାଙ୍ଗେ ସାଙ୍ଗେ ସ୍କୁଲ ପରିସରରୁ ପିଲାମାନଙ୍କୁ ଖାଲି କରି ଦିଆଯାଇଛି । ବୋମା ଚିହ୍ନଟକାରୀ ଦଳ, ବୋମା ନିଷ୍କ୍ରିୟ ସ୍କ୍ୱାର୍ଡ ଏବଂ ଦିଲ୍ଲୀ ଅଗ୍ନିଶମ ସେବାର ଅଧିକାରୀମାନଙ୍କୁ ବିଦ୍ୟାଳୟକୁ ନିଆଯାଇଛି । ତେବେ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ବିଦ୍ୟାଳୟରୁ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ ।