• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଏନ୍ଏସ୍‌ଜିର ୩୭ ତମ ରାଇଜିଂ ଡେ

  • ଏନ୍ଏସ୍‌ଜି କମାଣ୍ଡୋଙ୍କ ଅତ୍ୟାଧୁନିକ ରଣକୌଶଳ ପ୍ରଦର୍ଶନ

ନୂଆଦିଲ୍ଲୀ: ଆଜି ହେଉଛି ଏନ୍ଏସ୍‌ଜିର ୩୭ତମ ରାଇଜିଂ ଡେ । ଏହି ସ୍ଥାପନ ଦିବସ ଅବସରରେ ଆଜି ହରିୟାଣା ମାନେସର୍ରେ ଅତ୍ୟାଧୁନିକ ରଣକୌଶଳ ପ୍ରଦର୍ଶନ କରଛନ୍ତି ଏନ୍ଏସ୍‌ଜି କମାଣ୍ଡୋ । ଆୟୋଜିତ କାର୍ଯ୍ୟକ୍ରମରେ ସୌଉଚ୍ଚ ବିଲ୍ଡିଂରୁ ଉଦ୍ଧାର ପ୍ରକ୍ରିୟା, ବନ୍ଧକଙ୍କୁ ଆତଙ୍କବାଦୀ କବ୍‌ଜାରୁ ଛଡ଼ାଇବା ଭଳି ବିଭିନ୍ନ କୌଶଳ ଓ ରଣନୀତିକୁ ଦେଖିଛନ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥି । ଏଥର ଏନ୍ଏସ୍ଜି ରାଇଜିଂ ଡେ ଅବସରରେ କମାଣ୍ଡୋଙ୍କ ସହ ସ୍ୱତନ୍ତ୍ର ଟ୍ରେନିଂ ପାଇଥିବା କୁକୁରଙ୍କ କୌଶଳ ମଧ୍ୟ ଦେଖିବାକୁ ମିଳିଥିଲା ।

ଅନେକ ଥର ବହୁ ସମୟରେ ଆତଙ୍କୀଙ୍କ ପାଖକୁ ପହଞ୍ଚି ପାରନ୍ତିନି କମାଣ୍ଡୋ । ଏଭଳି ସ୍ଥିତିରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ କୁକୁର ହିଁ ଆତଙ୍କବାଦୀଙ୍କୁ ଘାଇଲା କରିଦିଅନ୍ତି । କେବଳ ଏତିକି ନୁହେଁ କମାଣ୍ଡୋଙ୍କ ଗୋଟିଏ ଇସାରାରେ ତାଲିମପ୍ରାପ୍ତ କୁକୁରମାନେ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚି ବୋମାକୁ ଚିହ୍ନଟ ମଧ୍ୟ କରି ଦେଇଥାନ୍ତି । ଏହି ବ୍ଲାକ କ୍ୟାଟ୍ କମାଣ୍ଡୋ ଗ୍ରୁପ୍ ୧୯୮୬ ମସିହାରେ ଗଠନ କରାଯାଇଥିବା ସହ ୨୦୦୮ ମସିହାରେ ମୁମ୍ବାଇରେ ହୋଇଥିବା ଅକ୍ଷସରଧାମ୍ ଆତଙ୍କୀ ଆକ୍ରମଣରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ଏନ୍ଏସ୍‌ଜି ।

 

କୌଣସି ବି ପ୍ରତିକୂଳ ପରିସ୍ଥିତିରେ ରେସ୍କ୍ୟୁ ହେଉ କିମ୍ବା ରକ୍ଷା । ସବୁବେଳେ ତର୍ପର ଆଉ ସଜାଗ ରହିଥାନ୍ତି ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ-ଏନ୍ଏସ୍‌ଜି । କୌଣସି ଆତଙ୍କବାଦୀ ଆକ୍ରମଣ ହେଉ କିମ୍ବା କୌଣସି ବିପଦ ଆପଦ ସବୁ ପରିସ୍ଥିତିରେ ଶତ୍ରୁପକ୍ଷଙ୍କୁ ମାତ୍ ଦେଇଥାନ୍ତି ଏନ୍ଏସ୍‌ଜି କମାଣ୍ଡୋ । ଏନ୍ଏସ୍‌ଜିର ମୂଳ ଲକ୍ଷ ହେଉଛି ସର୍ବତ-ସର୍ବୋତ୍ତମ-ସୁରକ୍ଷା । ତେଣୁ ଜନସାଧାରଣଙ୍କୁ ସୁରକ୍ଷିତ ଉଦ୍ଧାର ସର୍ବଦା ନିଜ ପରାକ୍ରମ ଓ ଦକ୍ଷତାକୁ ଦେଖାଇଛନ୍ତି ଏନ୍ଏସ୍‌ଜି କମାଣ୍ଡୋ ।

ଏନ୍ଏସ୍‌ଜିର ୩୭ ତମ ପ୍ରତିଷ୍ଠା ଦିବସରେ ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ୍‌ ମାଧ୍ୟମରେ ଏନଏସଜିକୁ ଅଭିନନ୍ଦନ ଜଣାଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, 'ଏହି ସ୍ୱତନ୍ତ୍ର ବଳ' ସର୍ବଶ୍ରେଷ୍ଠ ସୁରକ୍ଷା 'ହୃଦୟଙ୍ଗମ କରିବାରେ କୌଣସି ପଥର ଛାଡି ନାହାଁନ୍ତି । ଏନଏସଜି ଯବାନମାନେ ପ୍ରଶିକ୍ଷଣ ପଡ଼ିଆରେ ନିଜର ସାହସ ଏବଂ ବୀରତ୍ୱ ପ୍ରଦର୍ଶନ କରିଛନ୍ତି ।