• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କଥାରେ ଅଛି ରଖେ ହରି ତ ମାରେ କିଏ ।

  • ବୟସ ସିନା ଗଡ଼ିଯାଇଛି, ହେଲେ ସାହସ କମି ନାହିଁ

  • ନିଜର ବୁଦ୍ଧିମତା ଓ ସାହସିକତା ଯୋଗୁଁ ଆଜି ସେ ନୂଆ ଜୀବନ ପାଇଛନ୍ତି ।

କଥାରେ ଅଛି ରଖେ ହରି ତ ମାରେ କିଏ । ଯଦି ଭଗବାନ ତମକୁ ରକ୍ଷା କରିବାକୁ ଚାହୁଁଥିବେ ତେବେ ଦୁନତିଆର କୌଣସି ଶକ୍ତି ତୁମକୁ ମାରି ପାରିବ ନାହିଁ । ଠିକ୍‌ ସେମିତି ଏକ ଘଟଣ ଏବେ ସାମ୍ନାକୁ ଆସିଛି । ଆଉ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଦେଖି ସମସ୍ତେ କହିଛନ୍ତି, ବୟସ ସିନା ଗଡ଼ିଯାଇଛି, ହେଲେ ସାହସ କମି ନାହିଁ । ନିଜର ବୁଦ୍ଧିମତା ଓ ସାହସିକତା ଯୋଗୁଁ ଆଜି ସେ ନୂଆ ଜୀବନ ପାଇଛନ୍ତି ।

ବାଘ ସହ ବୃଦ୍ଧାଙ୍କ ମୁହାମୁହିଁ । ସାହସିକତାର ସହ ମୁକାବିଲା କରି କଲରାପତରିଆ ବାଘକୁ ଘଉଡାଇଲେ ମହିଳା । ମୁମ୍ବାଇର ଆରେ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଛାତି ଥରାଇଲା ଭଳି ଘଟଣା । ଯାହାର ଦୃଶ୍ୟ କଏଦ ହୋଇଛି ସିସିଟିଭି କ୍ୟାମେରାରେ । ଏକ ଜନବସତି ଅଞ୍ଚଳରେ ଘଟିଛି ଏହି ଘଟଣା । ରାତିରେ ଜଣେ ବୃଦ୍ଧା ଘରୁ ବାହାରି ତାଙ୍କ ବାରଣ୍ଡାରେ ଆସି ବସିବାକୁ ଯାଉଥିଲେ ।

 

ତେବେ ସେଠାରେ ଏକ କଲରାପତରିଆ ବାଘ ପୂର୍ବରୁ ବିଚରଣ କରୁଥିଲା । ବୃଦ୍ଧାଜଣକ ଏହାର ସାମନ୍ୟତମ ଟେର ପାଇନଥିଲେ । ବସିବାପରେ କିନ୍ତୁ ବାଘଟି ହଠାତ୍ ତାଙ୍କ ଉପରକୁ ଝାମ୍ପି ପଡିଥିଲା । ବୃଦ୍ଧା ଜଣକ ପ୍ରଥମେ ଗଳିପଡିଥିଲେ । ହେଲେ ସେ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ତୁରନ୍ତ ଉଠିପଡିଥିଲେ । ଆଉ ସେ ନିଜେ ଧରିଥିବା ଆଶା ବାଡି ସାହାଯ୍ୟରେ ବାଘଟିକୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ସାହସିକତାର ସହ ବାଘର ମୁକାବିଲା କରିଥିଲେ । ପରେ ବାଘଟି ସେଠାରୁ ଦଉଡି ପଳାଇଥିଲା । ବୃଦ୍ଧାଙ୍କ ଚିତ୍କାର ଶୁଣି ଅନ୍ୟ ଲୋକେ ମଧ୍ୟ ଜମା ହୋଇଯାଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାରେ ବୃଦ୍ଧାଙ୍କର ମୁହଁ ଓ ବେକରେ ସାମାନ୍ୟ କ୍ଷତ ହୋଇଥିଲା । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଇଛି । ସେ ସୁସ୍ଥ ଥିବା ଜଣାପଡ଼ିଛି ।