• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଗୃହବନ୍ଦୀ ହେଲେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି ।

  • ତାଙ୍କୁ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି ।

  • ଟୁଇଟ୍ କରି ସେ ସୂଚନା ଦେଇଛନ୍ତି ।

ପୁଣି ଥରେ ଗୃହବନ୍ଦୀ ହେଲେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି । ତାଙ୍କୁ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି । ଟୁଇଟ୍ କରି ସେ ଏହା କହିଛନ୍ତି । ତ୍ରାଲରେ ସେନା ଦ୍ୱାରା ହମଲା ହୋଇଥିବା ଏକ ଗାଁ ପରିଦର୍ଶନ କରିବାକୁ ଚେଷ୍ଟା କରି ମୁଁ ପୁଣି ଥରେ ଘରେ ଗୃହବନ୍ଦୀ ବୋଲି ସେ ଲଖିଛନ୍ତି । ଏହା ହେଉଛି କାଶ୍ମୀରର ପ୍ରକୃତ ଚିତ୍ର । ଭାରତ ସରକାରଙ୍କ ପିକନିକ୍ ଟୁର୍ ବଦଳରେ ଏଭଳି ବାସ୍ତବ ଚିତ୍ର ଦେଖାଇବା ଉଚିତ ବୋଲି ସେ ଉଲେଖ କରିଛନ୍ତି ।

ସେ ତ୍ରାଲ ପୁଲଓ୍ୱାମାରେ ଏକ ପରିବାରକୁ ଭେଟିବାକୁ ଯିବା ପାଇଁ ଯୋଜନା କରିଥିଲେ । ତେବେ ଏହା ପୂର୍ବରୁ ତାଙ୍କୁ ଗୃହବନ୍ଦୀ କରାଯାଇଛି । ଯେଉଁ ପରିବାରକୁ ମୁଫ୍‌ତି ଭେଟିବାକୁ ଯାଇଥାନ୍ତେ, ସମ୍ପୃକ୍ତ ପରିବାରକୁ ସେନା ମାରପିଟ୍ କରିଥିବା ନେଇ ଅଭିଯୋଗ ହୋଇଥିଲା । ଘାଟିରେ ସ୍ଥିତି ସ୍ୱାଭାବିକ ଥିବା ସରକାର କହୁଥିବା ବେଳେ ବାସ୍ତବରେ ସ୍ଥିତି ସ୍ୱାଭାବିକଠାରୁ ବହୁ ଦୂରରେ ଅଛି ବୋଲି ସେ କହିଛନ୍ତି ।

ପୂର୍ବରୁ ମଧ୍ୟ ମେହବୁବା ଦୀର୍ଘ ୧ ବର୍ଷରୁ ଅଧିକ ସମୟ ଧରି ଗୃହବନ୍ଦୀ ରହିଥିଲେ । ଜମ୍ମୁ-କଶ୍ମୀରରୁ ୨୦୧୯ ମସିହା ଅଗଷ୍ଟ ୫ରେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ଏହାକୁ ଦୁଇଭାଗ କରିଦେଇଥିଲେ । ଦଙ୍ଗା ଏବଂ ଆନ୍ଦୋଳନକୁ ଏଡ଼ାଇବା ପାଇଁ ଅଗଷ୍ଟ ୪ରେ ମେହବୁବାଙ୍କ ସହ ଜାମ୍ମୁ-କଶ୍ମୀରର ଅନେକ ରାଜନେତାଙ୍କୁ ପ୍ରଶାସନ ପକ୍ଷରୁ ଗୃହବନ୍ଦୀ କରାଯାଇଥିଲା ।

ଜନ ସୁରକ୍ଷା ଆଇନ ଅନୁଯାୟୀ ମେହବୁବା ମୁଫତିଙ୍କୁ ଗିରଫ କରାଯାଇଥିଲା । ଏକ ଜେଲରେ ରହିଲା ଭଳି ତାଙ୍କ ସରକାରୀ ବାସଭବନ 'ଫେୟାର ଭ୍ୟୁ'ରେ ତାଙ୍କୁ ରଖାଯାଇଥିଲା ।