• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ପୁଣି ଦୋଷୀ ସାବ୍ୟସ୍ତ ବିବାଦୀୟ ଆତ୍ମଘୋଷିତ ଧର୍ମଗୁରୁ ଗୁରମିତ ରାମ ରହିମ

  • ହରିୟାଣାର ସ୍ୱତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ

  • ଗୁରୁମିତଙ୍କ ସମେତ ଅନ୍ୟ ୫ ଜଣ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ପୁଣିଥରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବିବାଦୀୟ ଆତ୍ମଘୋଷିତ ଧର୍ମଗୁରୁ ଗୁରମିତ ରାମ ରହିମ । ହରିୟାଣାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଡେରା ମ୍ୟାନେଜର ରଣଜିତ ସିଂହ ହତ୍ୟା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । କେବଳ ଗୁରୁମିତଙ୍କୁ ନୁହେଁ ବରଂ ତାଙ୍କ ସମେତ ଅନ୍ୟ ୫ ଜଣଙ୍କୁ ଆଇପିସି ଧାରା ୩୨୦, ୧୨୦ ବି ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି ।

ଆସନ୍ତା ଅକ୍ଟୋବର ୧୨ ତାରିଖରେ କୋର୍ଟ ୫ ଜଣଙ୍କ ଦଣ୍ଡାଦେଶ ଘୋଷଣା କରିବେ । ୨୦୦୨ ଜୁଲାଇ ୧୦ ତାରିଖରେ କୁରୁକ୍ଷେତ୍ର ଜିଲ୍ଲା ଖାନପୁର କୋଲିୟାନ ଗାଁରେ ମ୍ୟାନେଜର ରଣଜିତ ସିଂହଙ୍କୁ ଗୁଳି କରି ହତ୍ୟା କରା । ଘଟଣାକୁ ନେଇ ରଣଜିତଙ୍କ ପୁଅ ଗୁରମିତଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ପୁଲିସ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ବର୍ତ୍ତମାନ ଗୁରୁମିତ ରାମ ରହିମ ରୋହତକ ଜିଲ୍ଲାର ସୁନାରିଆ ଜେଲରେ ଅଛନ୍ତି ।

ଗୁରମୀତ୍‌ ରାମ ରହିମ ସିଂହଙ୍କ ବିରୋଧରେ ଚାଲିଥିବା ନରହତ୍ୟା ମାମଲାକୁ ପଞ୍ଚକୂଲାର ସିବିଆଇ ଅଦାଲତରୁ ଅନ୍ୟ କୌଣସି ସିବିଆଇ ଅଦାଲତକୁ ସ୍ଥାନାନ୍ତର କରିବା ଲାଗି ଆବେଦନ କରାଯାଇଥିଲା । ଯାହାକୁ ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ପ୍ରତ୍ୟାଖ୍ୟାନ କରିଦିଆଯାଇଥିଲା । ୨୦୧୭ ଅଗଷ୍ଟ ୨୫ ତାରିଖରେ ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ ଦୁଇଜଣଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିବାସହ ୨୦ ବର୍ଷ କାରାଦଣ୍ଡରେ ତାଙ୍କୁ ଦଣ୍ଡିତ କରିଥିଲେ ।

୨୦୧୯ ଜାନୁଆରୀ ୧୭ରେ ଉକ୍ତ ସିବିଆଇ କୋର୍ଟ ପକ୍ଷରୁ ତାଙ୍କୁ ସିରସା ଭିତ୍ତିକ ସାମ୍ବାଦିକ ରାମ ଚାନ୍ଦ ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସେହି ଘଟଣାରେ ରାମ୍‌ ରହିମ୍‌ ସିଂହ ଏବଂ ଅନ୍ୟ ତିନିଜଣଙ୍କୁ ୨୦୧୯ରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। କେବଳ ଏତିକି ନୁହେଁ ବରଂ ବୁରି ଜବାହର ସିଂହ ଓ୍ଵାଲା ଗୁରଦ୍ୱାରରୁ ଗୋଟେ ’ଗୁରୁ ଗ୍ରନ୍ଥ ସାହିବ’ ଚୋରି ଘଟଣାରେ ମଧ୍ୟ ଗୁରମୀତ୍‌ ରାମ୍‌ ରହିମ୍‌ ସିଂହଙ୍କ ନାଁରେ ଅଭିଯୋଗ କରାଯାଇଥିଲା ।