• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ନମାମି ଗଙ୍ଗେ ୨.୦ ଯୋଜନାକୁ ଅନ୍ତିମ ରୂପ ଦେବାକୁ ଯାଉଛନ୍ତି ମୋଦି ସରକାର

  • ଅର୍ଥ ବିଭାଗ ସମ୍ମୁଖରେ ନିକଟରେ ପ୍ରସ୍ତାବ ଅଛି, ଆସନ୍ତା ମାସରେ ଅନୁମୋଦନ ହେବ

  • ଅଗଷ୍ଟ ପର୍ଯ୍ୟନ୍ତ ନମାମି ଗଙ୍ଗେ ଯୋଜନା ପାଇଁ ସରକାର ୩୦ ହଜାର କୋଟି ଟଙ୍କା ଦେଇଛନ୍ତି

ନୂଆଦିଲ୍ଲୀ : ନମାମି ଗଙ୍ଗେ ୨.୦ ଆରମ୍ଭ କରିବେ ମୋଦି ସରକାର । ଗଙ୍ଗା ଏବଂ ଏହାର ସହାୟକ ନଦୀଗୁଡ଼ିକର ସ୍ୱଚ୍ଛତା ଏବଂ ଶୁଦ୍ଧତା ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର “ନମାମି ଗଙ୍ଗେ ୨.୦” ଯୋଜନା ଆରମ୍ଭ କରିବେ । ସୂତ୍ର ଅନୁସାରେ ରାଷ୍ଟ୍ରିୟ ସ୍ୱଚ୍ଛ ଗଙ୍ଗା ମିଶନ୍ ଅଧୀନରେ ଥିବା ନମାମି ଗଙ୍ଗେ ୨.୦' ଯୋଜନାକୁ ଅନ୍ତିମ ରୂପ ଦିଆଯାଉଛି । ଖବ୍ ଶୀଘ୍ର ଏହାର ଶୁଭାରମ୍ଭ ପ୍ରକ୍ରିୟା ଆରମ୍ଭ ହେବ । ନମାମି ଗଙ୍ଗେ ୨.୦ ପରିଯୋଜନା ପ୍ରସ୍ତାବ ଉପରେ ଇଏଫସି ବୈଠକରେ ବିଚାର କରାଯାଉଛି । ବର୍ତ୍ତମାନ ଏହି ପ୍ରସ୍ତାବ ଅର୍ଥ ବିଭାଗ ପାଖରେ ଅଛି । ଆସନ୍ତା ମାସ ମଧ୍ୟରେ ପ୍ରକଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟରୁ ଅନୁମୋଦନ ମିଳିବ ବୋଲି ଆଶା କରାଯାଉଛି।

ନମାମି ଗଙ୍ଗେ ପ୍ରକଳ୍ପ ପାଇଁ ସମୟସୀମା ଆହୁରି ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରାଯିବ । ଆଉ ଏଥର ସଂପୂର୍ଣ୍ଣ ପ୍ରକଳ୍ପର ରକ୍ଷଣାବେକ୍ଷଣ ଉପରେ ବିଶେଷ ଧ୍ୟାନ ଦିଆଯିବ । କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ୧୩ ମେ ୨୦୧୫ରୁ ଏକ ବ୍ୟାପକ କାର୍ଯ୍ୟକ୍ରମ ଅଧିନରେ ଗଙ୍ଗା ନଦୀ ଓ ଏହାର ସହାୟକ ନଦୀର ସଂରକ୍ଷଣ ପାଇଁ ନମାମୀ ଗଙ୍ଗେ ପରିଯୋଜନାକୁ ମଞ୍ଜଚୁରୀ ପ୍ରଦାନ କରାଯାଇଛି । ଏହି ଯୋଜନାକୁ ପାଞ୍ଚ ବର୍ଷରେ ପୂରା କରିବା ପାଇଁ ମୋଟ୍ ୨୦,୦୦୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି ।

ରାଷ୍ଟ୍ରିୟ ସ୍ୱଚ୍ଛ ଗଙ୍ଗା ମିଶନ୍ ତଥ୍ୟ ଅନୁସାରେ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ନମାମି ଗଙ୍ଗ ପ୍ରକଳ୍ପ ପାଇଁ ୩୦,୨୫୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଏବଂ ୧୧,୮୫୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଅଗଷ୍ଟ ମାସ ସୁଦ୍ଧା ୧୬୭ ଟି ପ୍ରକଳ୍ପର କାର୍ଯ୍ୟ ସମାପ୍ତ ହୋଇଛି, ୧୪୫ଟି ପ୍ରକଳ୍ପ ଚାଲିଛି ଏବଂ ୨୮ଟି ପ୍ରକଳ୍ପ ଟେଣ୍ଡର ପ୍ରକ୍ରିୟାରେ ଚାଲିଛି ।

ସୂତ୍ର ଅନୁସାରେ ନମାମି ଗଙ୍ଗେ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ସ୍ୱେରେଜ୍ ପ୍ଲାଣ୍ଟ (ଏସଟିପି) ସମେତ ସମସ୍ତ ପ୍ରକଳ୍ପର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦିଆଯିବ। ଏହଦ୍ୱାରା ତ୍ତରପ୍ରଦେଶରେ ଆଗ୍ରା, ମେରଟ, ସରହରନପୁର ପରି ସହର ଓ ବିହାରର ବକ୍ସର, ମୁଙ୍ଗର, ବେଗୁସରାଇ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ କରାଯିବ ।