• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଝାନସି : ଟ୍ରେନରେ ଅସ୍ତ୍ରଶସ୍ତ୍ର ଭର୍ତ୍ତି ବ୍ୟାଗ୍ ଠାବ, ଲୋକେ ଆତଙ୍କିତ । ତେଲେଙ୍ଗାନା ଏକ୍ସପ୍ରେସରେ ଦୁଇଟି ଅସ୍ତ୍ରଶସ୍ତ୍ର ଭର୍ତ୍ତି ବ୍ୟାଗ୍ ମିଳିବା ପରେ ଉତ୍ତେଜନା ସୃଷ୍ଟି ହୋଇଛି । ସାଧାରଣ କୋଚରେ ଦୁଇଟି ବ୍ୟାଗରୁ ପାଞ୍ଚଟି ବନ୍ଧୁକ ଉଦ୍ଧାର କରିଛି ଆରପିଏଫ୍ । ଏହା ବ୍ୟତୀତ ବ୍ୟାଗରେ ୨୩ଟି ଅଫୁଟା ଗୁଳି ମଧ୍ୟ ଉଦ୍ଧାର ହୋଇଛି । କେବଳ ଏତିକି ନୁହେଁ ଦୁଇ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ଲାଇସେନ୍ସ ମଧ୍ୟ ଉଦ୍ଧାର କରଯାଇଛି । ଏନେଇ ଏକ ମାମଲା ରୁଜୁ କରିଛି GRP । ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି । ଟ୍ରେନରେ ସନ୍ଦିଗ୍ଧ ବ୍ୟାଗ୍ ଦେଖି ଏ ସମ୍ପର୍କରେ ଖବର ଦେଇଥିଲେ ଯାତ୍ରୀ, ଆଉ ଅଭିଯୋଗ ପରେ ବ୍ୟାଗ ଯାଞ୍ଚ କରିଥିଲା ଆରପିଏଫ୍ ।

ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଘଟଣା ଘଟିଛି । ଜାମ୍ମୁ ଅଭିମୁଖେ ଯାଉଥିବା ତେଲେଙ୍ଗାନା ଏକ୍ସପ୍ରେସରେ ଅସ୍ତ୍ରଶସ୍ତ୍ର ଭର୍ତ୍ତି ବ୍ୟାଗ୍ ମିଳିଛି । ସନ୍ଦିଗ୍ଧ ଭାବରେ ପଡ଼ି ରହିଥିବା ବ୍ୟାଗ୍ ଦେଖିବା ପରେ ଯାଞ୍ଚ କରାଯାଇ ଏଥିରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି । ତେବେ ଏହି ସନ୍ଦିଗ୍ଧ ବ୍ୟାଗକୁ ସତର୍କତା ସହ ପ୍ଲାଟଫର୍ମରୁ ଓହ୍ଲାଇ ଦିଆଯାଇଛି । ଯାଞ୍ଚ ବେଳେ ବ୍ୟାଗରେ ୫ଟି SBBL ବନ୍ଧୁକ ଏବଂ ୨୩ଟି ଗୁଳି ଉଦ୍ଧାର ହୋଇଛି ।

ଏହା ବ୍ୟତୀତ ସୁରକ୍ଷା କମ୍ପାନୀର କାର୍ଡ ତଥା ମହମ୍ମଦ ରଫିକ୍ ଏବଂ ୱାଜିଦ୍ ନାମକ ଦୁଇ ବ୍ୟକ୍ତିଙ୍କ ନାମରେ ଥିବା ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଏବଂ ମୋବାଇଲ ଉଦ୍ଧାର ହୋଇଛି । ବ୍ୟାଗରୁ ବିପୁଳ ପରିମାରଣ ଅସ୍ତ୍ରଶସ୍ତ୍ର ଉଦ୍ଧାର ହେବା ପରେ ଟ୍ରେନରେ ଉତ୍ତେଜନା ସୃଷ୍ଟି ହୋଇଛି । ଆତଙ୍କିତ ହୋଇଯାଇଛନ୍ତି ଯାତ୍ରା କରୁଥିବା ଲୋକେ ।

ଆରପିଏଫ ପକ୍ଷରୁ GRP କୁ ଏହି ସୂଚନା ଦିଆଯାଇଛି ବୋଲି କହିଛନ୍ତି GRP ର ଏସପି ମହମ୍ମଦ ଇମ୍ରାନ । ମହମ୍ମଦ ରଫିକ୍ ଏବଂ ମାଜିଦ୍ ନାମକ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏଏବଂ ଘଟଣାର ତଦନ୍ତ ଚାଲିଛି ।