• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଚୁରୁରେ ଲୋକମାନେ ବିଷାକ୍ତ ସାପ ସହିତ ଖେଳିବାକୁ ଭଲ ପାଆନ୍ତି ।

  • ଏହା ସେଠାକାର ଲୋକଙ୍କର ଏକ ପ୍ରକାର ସୌକ ।

  • ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ଶତ ପ୍ରତିଶତ ସତ ।

ଚରୁ: ରାଜସ୍ଥାନର ଶେଖୱାଟୀ ଅଞ୍ଚଳସ୍ଥିତ ଚୁରୁରେ ଲୋକମାନେ ବିଷାକ୍ତ ସାପ ସହିତ ଖେଳିବାକୁ ଭଲ ପାଆନ୍ତି । ଏହା ସେଠାକାର ଲୋକଙ୍କର ଏକ ପ୍ରକାର ସୌକ । ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ଶତ ପ୍ରତିଶତ ସତ । ବିଷାକ୍ତ ସାପ ପ୍ରତି ଲୋକଙ୍କର ଏଭଳି ଭଲପାଇବାର ମୂଳ କାରଣ ହେଉଛି, ଲୋକ ଦେବତା ଗୋଗାଜୀଙ୍କ ଉପରେ ସେମାନଙ୍କର ଅପାର ବିଶ୍ୱାସ । ଏଠାରେ ଗୋଗାଜୀଙ୍କ ଜାଗରଣରେ, ଶ୍ରଦ୍ଧାଳୁଙ୍କ ଶୁଅ ଛୁଟିଥାଏ । ଜାଗରଣ ସମୟରେ ପାରମ୍ପାରିକ ବାଦ୍ୟଯନ୍ତ୍ର ଡେରୁ, ଢ଼ୋଲ ଏବଂ ଝିଞ୍ଝା ବଜାଇ ଭଗବାନଙ୍କୁ ସୁମରଣା କରିଥାନ୍ତି । ଏହି ସମୟରେ ଭକ୍ତମାନେ ହାତରେ ସାପ ଧରି ବାଜାର ତାଳେ ତାଳେ ନାଚନ୍ତି । ସେମାନଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ନ୍ତି । ସହଜରେ ଏଭଳି ଦୃଶ୍ୟକୁ ବାହାରର ଲୋକେ ହଜମ କରିପାରନ୍ତି ନାହିଁ ।

ଗୁରୁବାର ରାତିରେ ଜିଲ୍ଲା ମୁଖ୍ୟାଳୟର ଶିବ କଲୋନୀସ୍ଥିତ ଗୋଗାମେଡି ଠାରେ ଆୟୋଜିତ ଜାଗରଣରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ରାତି ସାରା ଚାଲିଥିଲା ଏହି ଜାଗରଣ । ଶ୍ରଦ୍ଧାଳୁ ଗୋଗାଜୀଙ୍କ ଲୋକଗୀତ ସହିତ ଲୋକ ନୃତ୍ୟ କରିଥିଲେ । ଯାହାକି ଲୋକ ସଂସ୍କୃତିକୁ ପୁଣିଥିରେ ଉଜ୍ଜିବୀତ କରିଥିଲା । ଜାଗରଣ ସମୟରେ ଶିଶୁମାନେ ମଧ୍ୟ ବିନା କୌ ଣସି ଭୟରେ କଳା ନାଗ ସହିତ ଖେଳୁଥିବା ଦେଖିବାକୁ ମିଳିଥିଲା । କିଛି ଲୋକ କଳା ନାଗ ସହିତ ସେଲଫି ନେଉଥିବା ମଧ୍ୟ ଦେଖାଯାଇଥିଲା । ଗୋଗାମେଡ଼ିରେ ଗୋଗାଜିଙ୍କ ନିକଟରେ ଭୋଗ ଲଗାଇବା ପରେ କୌଣସି ବି ସାପ କିଛି କ୍ଷତି କରିନଥାଏ ବୋଲି ଲୋକଙ୍କ ମନରେ ପ୍ରଗାଢ଼ ବିଶ୍ୱାସ ରହିଛି ।

ଗୋଗାଜୀଙ୍କୁ ସାପର ଦେବତା ଭାବେ ପୂଜା କରାଯାଏ

ଲୋକମାନ୍ୟତା ଏବଂ ଲୋକକଥା ଅନୁସାରେ ଗୋଗାଜୀଙ୍କୁ ସାପର ଦେବତା ଭାବେ ମଧ୍ୟ ପୂଜା କରାଯାଏ । ପୁରା ଭାଦ୍ରବ ମାସରେ ଗୋଗାମେଡିରେ ଗୋଗାଜୀଙ୍କ ଚିହ୍ନ ସହିତ ବିଭିନ୍ନ ସ୍ଥାନରେ ଜଗରଣ ଆୟୋଜିତ ହୋଇଥାଏ । ଯଦି କାହାକୁ ସାପ କାମୁଡ଼ିଥାଏ ତେବେ ତାଙ୍କୁ ଗୋଗାଜୀଙ୍କ ମେଡ଼ିକୁ ଅଣାଗଲେ ସେ ସାପ ବିଷରୁ ମୁକ୍ତ ହୋଇଯାଏ ବୋଲି ମଧ୍ୟ ଲୋକଙ୍କ ବିଶ୍ୱାସ ରହିଛି । ରାଜସ୍ଥାନର ଲୋକ ଦେବତା ତଥା ହିନ୍ଦୁ-ମୁସଲମାନ ଏକତାର ପ୍ରତୀକ ଜାହର୍‌ବୀର ଗୋଗାଜୀଙ୍କ ଜନ୍ମ ବାର୍ଷିକୀ ତଥା ଭଦ୍ରାବ ମାସର କୃଷ୍ଣପକ୍ଷ ନବମ ଦିନ ଜିଲ୍ଲା ମୁଖ୍ୟାଳୟସ୍ଥିତ ଐତିହାସିକ ଗୋଗାମେଡିରେ ବାର୍ଷିକ ଉତ୍ସବ ଧୁମ୍‌ଧାମ୍‌ରେ ଆୟୋଜନ କରାଯାଇଥାଏ । କିନ୍ତୁ କରୋନା ସଂକ୍ରମଣ ହେତୁ ଗତ ଦୁଇ ବର୍ଷ ହେବ ଏହି ମେଳାର ଆୟୋଜନ କରାଯାଇ ନାହିଁ ।