• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ବିମାନବନ୍ଦରର ତଳେ ବସିଲେ ଛତିଶଗଡର ମୁଖ୍ୟ ଭୁପେଶ ବଘେଲ

  • ଟ୍ୱିଟ୍‌ କରି ସେୟାର କଲେ ଏହାର କାରଣ  ଓ ଫଟୋ

ଲକ୍ଷ୍ନୌ :  ବିମାନବନ୍ଦରର ତଳେ ବସିଲେ ଛତିଶଗଡର ମୁଖ୍ୟ ଭୁପେଶ ବଘେଲ୍ । ଲଖିମ୍‌ପୁର ଖିରିରେ କୃଷକଙ୍କ ମୃତ୍ୟୁ ପରେ ଛତିଶଗଡର ମୁଖ୍ୟ ଭୁପେଶ ବାଗେଲ ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚିଥିଲେ ।  ସେଠାରେ ପହଞ୍ଚିବା ପରେ ପୋଲିସ୍‌ ସୁରକ୍ଷା କର୍ମଚାରୀମାନେ ତାଙ୍କୁ ବାହାରକୁ ଯିବାକୁ ଅଟକାଇ ଥିଲେ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଏୟାରପୋର୍ଟରେ ହିଁ ଧାରଣାରେ ବସିଗଲେ । ଯାହାକୁ ନେଇ ସେ ଏକ ଟ୍ୱିଟ୍‌ ମଧ୍ୟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ, ବିନା କୌଣସି ଆଦେଶରେ ପୋଲିସ୍‌ ର୍ମଚାରୀ ମାନେ ତାଙ୍କୁ ବାହାରକୁ ଯିବାକୁ ରୋକିଛନ୍ତି । ଏହାସହ ସେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯୋଉଁଥିରେ ସେ ବିମାନବନ୍ଦରର ଭୂମିରେ ବସିଥିବାବେଳେ ତାଙ୍କ ପାଖଆଖରେ ପୋଲିସ୍‌ କର୍ମଚୀରୀ ଏବଂ ସୁରକ୍ଷା କର୍ମୀମାନେ ଠିଆ ହୋଇଛନ୍ତି ।

 

ନିଜ ଫଟୋ ସେୟାର କରି ସେ ଲେଖିଛନ୍ତି, ‘ବିନା କୌଣସି ନିର୍ଦ୍ଦେଶାଦେଶରେ ମୋତେ ଲକ୍ଷ୍ନୌ ଏୟାରପୋର୍ଟରୁ ବାହାରକୁ ଯିବା ପାଇଁ ପ୍ରତିବନ୍ଧକ ଲଗାଉଛନ୍ତି’ । ଏହାସହ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସୁରକ୍ଷା କର୍ମୀମାନେ ତାଙ୍କୁ ବିମାନବନ୍ଦରରୁ ବାହାରିବାରେ ଅଟକାଉଥିବାର ଦେଥଖିବାକୁ ମିଳିଛି । ଏହି ସମୟରେ ସୁରକ୍ଷା କର୍ମୀଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦିଆଯାଉଛି। ଭିଡିଓରେ ସିଏମ ବାଗେଲ ସୁରକ୍ଷା କର୍ମୀଙ୍କୁ ପ୍ରଶ୍ନ ପଚାରୁଛନ୍ତି। ଏହି ସମୟରେ ସେ ସୁରକ୍ଷା କର୍ମୀଙ୍କୁ ପ୍ରଶ୍ନ କରିଛନ୍ତି ଯେ ମୋତେ କାହିଁକି ଅଟକାଯାଉଛ?