• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । ୫ ବର୍ଷ ବିତରେ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା ରହିବ ନାହିଁ । ସମସ୍ତଙ୍କୁ ମିଳିବ କନଫର୍ମ ଟିକେଟ। ଏମିତି ବ୍ୟବସ୍ଥା କରୁଛନ୍ତି କେନ୍ଦ୍ର ସରକାର । ବଡ଼ ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଗାମୀ ୫ ବର୍ଷରେ ଭିତରେ ସରକାର ଏମିତି ବ୍ୟବସ୍ଥା କରୁଛନ୍ତି ଯେଉଁଥିରେ, ଯାତ୍ରୀ ଆବେଦନ କରିବା କ୍ଷଣି କନଫର୍ମ ଟିକେଟ ମିଳିଯିବ ।

ରେଳ ଭିତ୍ତିଭୂମି ଏତେ ବଢ଼ାଯିବ ଯେ, ଆଉ ୱେଟିଂ କରିବାକୁ ପଡ଼ିବନି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପ୍ରଧାନମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଥିବା ଅଶ୍ୱନୀ ବୈଷ୍ଣବ କହିଛନ୍ତି । ଗତ ୧୦ ବର୍ଷରେ ରେଳ ଭିତ୍ତିଭୂମି କ୍ଷେତ୍ରରେ ବିରାଟ ରୂପାନ୍ତରଣ କରିଛନ୍ତି ମୋଦି ସରକାର ।

ଅଧିକ ପଢ଼ନ୍ତୁ: ଯବାନ ପିନ୍ଧିବେ ହାଲୁକା ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍; ଭେଦ କରିପାରିବନି ଗୁଳି

ଗତ ଦଶନ୍ଧିରେ ଭାରତୀୟ ରେଳ କିପରି ବଦଳିଛି ତାହାର ଏକ ଉଦାହରଣ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଇଛନ୍ତି । ସେ କହିଛନ୍ତି ରେଳ ଟ୍ରାକ୍ ନିର୍ମାଣ ପ୍ରକ୍ରିୟାରେ ୨୦୦୪ ରୁ ୨୦୧୪ ମଧ୍ୟରେ ପ୍ରାୟ ୧୭,୦୦୦ କିଲୋମିଟର ଟ୍ରାକ୍ ନିର୍ମାଣ କରାଯାଇଥିଲା । କିନ୍ତୁ ୨୦୧୪ ରୁ ୨୦୨୪ ପର୍ଯ୍ୟନ୍ତ ୩୧,୦୦୦ କିଲୋମିଟର ନୂତନ ଟ୍ରାକ ନିର୍ମାଣ କରାଯାଇଛି । ସେହିପରି ୨୦୦୪ ରୁ ୨୦୧୪ ମଧ୍ୟରେ ପ୍ରାୟ ୫୦୦୦ କିଲୋମିଟର ରେଳ ଟ୍ରାକ୍ ବିଦ୍ୟୁତକରଣ ହୋଇଥିବାବେଳେ ଗତ ୧୦ ବର୍ଷ ମଧ୍ୟରେ ୪୪,୦୦୦ କିଲୋମିଟର ରେଳ ଟ୍ରାକ୍ ବିଦ୍ୟୁତକରଣ କରାଯାଇଛି ।

 

ଅଶ୍ୱିନୀ ବୈଷ୍ଣବ ଆହୁରି ସୂଚନା ଦେଇଛନ୍ତି ଯେ ୨୦୦୪-୨୦୧୪ ମଧ୍ୟରେ କେବଳ ୩୨,୦୦୦ କୋଚ୍ ତିଆରି ହୋଇଥିଲା । ତେବେ ଗତ ୧୦ ବର୍ଷରେ ୫୪,୦୦୦ କୋଚ୍ ତିଆରି କରାଯାଇଛି । ଏଥି ସହିତ, ମାଲ ପରିବହନ ପାଇଁ କରିଡରର ଗୋଟିଏ କିଲୋମିଟର ମଧ୍ୟ ୨୦୧୪ ପୂର୍ବରୁ କାର୍ଯ୍ୟକ୍ଷମ ହୋଇପାରିନଥିଲା । ବର୍ତ୍ତମାନ ୨,୭୩୪ କିଲୋମିଟରର ଦୁଇଟି ଉତ୍ସର୍ଗୀକୃତ ସାମଗ୍ରୀ କରିଡର କାର୍ଯ୍ୟକ୍ଷମ ହୋଇଛି । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶରେ ରେଳବାଇ କ୍ଷେତ୍ର ଆହୁରି ସୁଦୃଢ଼ ହେବ । ବିଶେଷକରି ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ କ୍ଷେତ୍ରରେ ଦ୍ରୁତ ଗତିରେ ବିସ୍ତାର କରାଯିବ ।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର କହିଛନ୍ତି ଯେ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପାଇଁ ବିଭିନ୍ନ ଷ୍ଟେସନ୍ ନିର୍ମାଣରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଆମେ ୨୦୨୬ରେ ଏକ ସେକ୍ସନରେ ପ୍ରଥମ ବୁଲେଟ୍ ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତ ଅଛୁ । ସେ କହିଛନ୍ତି ଯେ ଅହମ୍ମଦାବାଦ-ମୁମ୍ବାଇ ରୁଟରେ ବୁଲେଟ୍ ଟ୍ରେନର କାମ ବହୁତ ଭଲ ଚାଲିଛି । ଏଥିପାଇଁ ୨୯୦ କିଲୋମିଟରରୁ ଅଧିକ କାମ ହୋଇସାରିଛି । ଏଥିପାଇଁ ଆଠଟି ନଦୀ ଉପରେ ସେତୁ ନିର୍ମାଣ କରାଯାଇଛି । ୧୨ଟି ଷ୍ଟେସନରେ କାମ ଚାଲିଛି । ଏହା ସହିତ ଦୁଇଟି ଡିପୋରେ ମଧ୍ୟ କାମ ଜାରି ରହିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ।

 

ଅଧିକ ପଢ଼ନ୍ତୁ: ବଦଳିଲା ନିୟମ; ଏଣିକି ୬୫ ବୟସ ପରେ ବି କରିପାରିବେ ହେଲ୍ଥ ଇନ୍‌ସ୍ୟୁରାନ୍ସ