• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଡୋଡା ଠାରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ଚାଲିଗଲା ୮ ଜଣଙ୍କ ଜୀବନ । ଆଜି ସକାଳେ ଥାତ୍ରି-ଡୋଡା ରୋଡରେ ଥିବା ସୁଇ ଗାୱାରୀରେ ଏକ ସଡ଼କ ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ପ୍ରାରମ୍ଭିକ ସୂଚନା ଅନୁସାରେ ମିନିବସ୍ ଥାତ୍ରିରୁ ଦୋଡା ଅଭିମୁଖେ ଯାତ୍ରା କରୁଥିଲା । ହେଲେ ସୁଇ ଗାୱାରୀ ନିକଟରେ ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡ଼ିଥିଲା ବସ୍ ।

ବର୍ତ୍ତମାନ ସମୟରେ ଆହତମାନଙ୍କୁ ଚିକିତ୍ସା ପାଇଁ ଡୋଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସର ସହିତ ଅନେକ ସଂଖ୍ୟାରେ ଫୋର୍ସ ମୁତୟନ ହୋଇଛନ୍ତି । ସ୍ଥାନୀୟ ବାସିନ୍ଦା ମଧ୍ୟ ଉଦ୍ଧାର କାର୍ଯ୍ୟରେ ସୁରକ୍ଷା ବାହିନୀକୁ ସାହାଯ୍ୟ କରୁଛନ୍ତି ।

ସଡକ ଦୁର୍ଘଟଣାରେ ସମ୍ପର୍କରେ ଜାଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ୱିଟର ଆକାଉଣ୍ଟରୁ ଏକ ଟୁଇଟ୍ କରିଛନ୍ତି । ଜାମ୍ମୁ କାଶ୍ମୀରର ଡୋଡା- ଥାତ୍ରି ନିକଟରେ ସଡ଼କ ଦୁର୍ଘଟଣାରେ ଅତ୍ୟନ୍ତ ଦୁଃଖଦ ବୋଲି ଲେଖିଛନ୍ତି । ଏହାସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏଥିସହ ଆହତଙ୍କୁ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ମୋଦି ।

ଡୋଡାର ଆଡ଼ିସନାଲ୍ ଏସପି କହିଛନ୍ତି, ଥାତ୍ରିରୁ ଡୋଡା ଯାଉଥିବା ମିନି ବସ୍ ଖାଇରେ ଖସିବା ପରେ ୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଚାଲିଛି  ।