• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାୟଗଡା( ମନୋଜ ପାତ୍ର) : କାଳ ହେଲା ସେଲଫି । ରାୟଗଡାର ନାଗାବଳୀ ନଦୀର ଝୁଲାପୋଲ ନିକଟରେ ସେଲଫି ନେବା ବେଳେ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ଯୁବକ ଜଣକ ହେଉଛନ୍ତି ବିଲାଲ ଅନସାରି ଓ ସେ ଉତ୍ତରପ୍ରଦେଶ ସାମଳି ଲିଲ୍ଲା ଝିଂଜାନା ଗ୍ରାମର । ରାୟଗଡ଼ାରେ ରହି ଫେରିବାଲା ଭାବେ ଜିନିଷ ପତ୍ର ବିକ୍ରି କରୁଥିଲେ ।

ରବିବାର ବିଲାଲ ନିଜ ସାଙ୍ଗ ମାନଙ୍କ ସହିତ ନାଗାବଳୀ ଝୁଲାପୋଲୋ ନିକଟକୁ ବୁଲିବାକୁ ଯାଇଥିଲେ । ଭିତରକୁ ଯାଇ ସେଲଫି ନେବାବେଳେ ବିଲାଲ କୌଣସି କାରଣରୁ ପାଣି ଭିତରକୁ ଖସି ପଡ଼ିଥିଲେ ଓ ନିଖୋଜ ହୋଇ ଯାଇଥିଲେ । ଏ ନେଇ ତାଙ୍କ ସହଯୋଗୀ ମାନେ ରାୟଗଡା ଥାନାରେ ଏତଲା ଦେବା ପରେ ଆଜି ଅଗ୍ନିଶମ ବାହିନୀ ଖୋଜାଖୋଜି ଚଳାଇଛନ୍ତି । ଅନ୍ୟପଟେ ଏଯାଏଁ ନିଖୋଜ ଯୁବକଙ୍କ ପତ୍ତା ମିଲିପାରିନି ।

ସୂଚନାଯୋଗ୍ୟ ରାୟଗଡ଼ା ଉପକଣ୍ଠରେ ନାଗାବଳୀ ନଦୀର ଝୁଲାପୋଲ ଗତ କିଛି ବର୍ଷ ହେଲାଣି ଡେଥ୍ ପଏଣ୍ଟ୍ ପାଲଟି ଯାଇଛି । ପ୍ରତିବର୍ଷ ଏଠାକୁ ଆସୁଥିବା ପର୍ଯ୍ୟଟକ ଗାଧୋଇବା ବେଳେ ହେଉ କିମ୍ବା ସେଲଫି ନେବାବେଳେ ଅଜଣାରେ ପାଣି ସୂଅରେ ଭାସିଯାଆନ୍ତି । ଗତକାଲି ମଧ୍ୟ ଉତ୍ତରପ୍ରଦେଶର ବିଲାଲ ଅନସାରି ନାମ ଯୁବକ ଏଠାରେ ଭାସିଯାଇଛନ୍ତି ।

ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ହେଉ କି ଉତ୍ତରପ୍ରଦେଶ ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି । ୨୦୧୭-୧୮ ମସିହାରେ ଏଠାରେ ପ୍ରାୟ ୧୪ରୁ ଅଧିକ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବା ସୂଚନା ରହିଛି । ତେବେ ପ୍ରତିବର୍ଷ ଏପରି ଦୁର୍ଘଟଣା ଘଟୁଥିଲେ ବିପଦସଙ୍କୁଳ ଜାଗାକୁ କାହିଁକି ବନ୍ଦ କରିଦିଆଯାଉନି ବୋଲି ପ୍ରଶ୍ନ ଉଠୁଛି ।