• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ନାଲି ରଙ୍ଗର ଚିଠି ଜବତ ।

  • ମୁଁ ଘୃଣା କରେ ତାଙ୍କ ସହ ମୋ ନାଁ ଯୋଡ଼ିବାକୁ ।

  • ଗୋଟିଏ ଭୁଲ ନିଷ୍ପତି ପୁରା ଲାଇଫ୍ ସ୍ପଏଲ ହେଇଗଲା ।

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ଘରୁ ମିଳିଥିବା କାଗଜ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଭାରତୀ । କାହାକୁ ଆକ୍ଷେପ କରି ଏମିତି ଲେଖିନାହାନ୍ତି ବୋଲି ସେ କହିଛନ୍ତି । ମନ ଖରାପ ଥିବା ବେଳେ ଯାହା ମନକୁ ଆସେ ଲେଖେ ବୋଲି ବିଦ୍ୟାଭାରତୀ ସେହି କାଗଜକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ମେଡିକାଲକୁ ଗଲାବେଳେ ହାତରେ କୌଣସି ଲାଲ୍ ପୁଟୁଳା ନୁହେଁ ବରଂ ଗାମୁଛା ଧରି ଯାଇଥିଲେ ବୋଲି ସେ କହିଛନ୍ତି ।

ଅନ୍ୟପଟେ ସୌମ୍ୟଙ୍କର ସେମିତି କିଛି ବିଶେଷ ସମ୍ପତ୍ତି ନଥିବା କଥା ମଧ୍ୟ କହିଛନ୍ତି ବିଦ୍ୟାଭାରତୀ । ସୌମ୍ୟଙ୍କ ସମ୍ପତ୍ତି ବାବଦରେ କେବେ ଆଲୋଚନା ହୋଇ ନଥିଲା । ଏଥିସହ ସୌମ୍ୟଙ୍କ ମା’ ଆଣୁଥିବା ଅଭିଯୋଗ ଆଗରୁ କାହିଁକି କହୁନଥିଲେ ବୋଲି ବିଦ୍ୟାଭାରତୀ ପ୍ରଶ୍ନ କରିଛନ୍ତି ।

ତେବେ ବିଦ୍ୟଙ୍କ ଘରୁ ମିଳିଥିବା କାଗଜରେ ଲେଖାଅଛି ଯେ, ଆଇ ହେଟ ୟୁ ଦି ମୋଷ୍ଟ ଇନ୍‌ ଦି ୱାର୍ଲ୍ଡ, ପ୍ଲିଜ୍‌ ଗଡ୍‌ ପାର୍ଡ଼ନ ମି ଫର୍‌ ଅଲ ମାଇଁ ମିଷ୍ଟେକ୍‌, ଆଟଲିଷ୍ଟ ପ୍ଲିଜ୍‌  ଡୋଣ୍ଟ ସ୍ପଏଲ ମାଇଁ ଲାଇଫ୍ ପ୍ଲିଜ୍‌,  କେମିତି ଆଉ ୩ଟା ଦିନ କଟିବ । ଏଟଲିଷ୍ଟ ୧୨-୧୫ଦିନ ଶାନ୍ତିରେ ରହିବି । ଆଇ ହ୍ୟାଟ୍‌ ଦି ମ୍ୟାନ ଇଭିନ୍ ହେଟ୍ କମ୍ବାଇନ୍‌ ମାଇଁ ନେମ୍‌ ଉଇଥ୍‌ ହିମ୍‌ । ଗୋଟିଏ ଡିସିସନ୍‌ କେମିତି ଲାଇଫ ସ୍ପଏଲ କରିଦିଏ ଆଣ୍ଡ  ଆଇ ସ୍ପଏଲ ମାଇଁ ଲାଇଫ୍‌ ଫର ଅଲ ମାଇଁ ସ୍ପଏଲ ଡିସିସନ୍‌ ।

ଓଡ଼ିଆ ଓ ଇଂଲିସ ମିଶାମିଶି ଭାଷାରେ ଲେଖା ଯାଇଥିବା ଏହି ଚିଠି ନିଜେ ବିଦ୍ୟାଭାରତୀ ଲେଖିଥିବା ସ୍ୱୀକାର କରିଛନ୍ତି । ତେବେ ସେ ଯେତେବେଳେ ଦୁଃଖରେ ଥାଆନ୍ତି ମନର ଅକୁହା ବେଦନାକୁ ଚିଠିରେ ପ୍ରକାଶ କରିଛନ୍ତି ବୋଲି ବିଦ୍ୟାଭାରତୀ କହିଛନ୍ତି । ଏହି ଚିଠି ସହିତ ସୌମ୍ୟଙ୍କ ମୃତ୍ୟୁର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ମୁଁ ଯେତେବେଳେ ଏକୁଟିଆ ଥାଏ ମନର ଦୁଃଖକୁ ଲେଖେ । ସେଇଟା କାହା ଉଦ୍ଦେଶ୍ୟରେ ନଥିଲା । କାହା ପାଇଁ ମଧ୍ୟ ନଥିଲା । କେବେ  କାହାକୁ ଆକ୍ଷେପ କରି କି କାହା ଉଦ୍ଦେଶ୍ୟରେ ଲେଖି ନାହିଁ ବୋଲି ସେ ସଫେଇ ଦେଇଛନ୍ତି ।

ତେବେ ଏହି କାଗଜ ସାମ୍ନାକୁ ଆସିବା ପରେ, ଏବେ ସବୁଠୁ ବଡ଼ ପ୍ରଶ୍ନ ହେଲେ ଏହି ଚିଠି କାହିଁକି ଲେଖାଯାଇଥିଲା । କିଏ ସେହି ବ୍ୟକ୍ତି ଯାହାକୁ ଏତେ ଘୃଣା କରୁଥିଲେ ବିଦ୍ୟାଭାରତୀ । କ’ଣ ସୌମ୍ୟଙ୍କୁ ସେ ସତରେ ଏତେ ଘୃଣା କରୁଥିଲେ ଯେ, ତାଙ୍କ ନାଁ ସହ ନିଜ ନାଁ ଯୋଡ଼ିବାକୁ ବି ସେ ଚାହୁଁନଥିଲେ ?