• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ମିଳିଲା ପରିଶ୍ରମର ଫଳ

  • ନିଷ୍ଠା ଓ ଏକାଗ୍ରତା ପାଇଁ ମିଳିଲା ସଫଳତା

ଭଦ୍ରକ(ପାର୍ଥସାରଥୀ ନାୟକ): ରିକ୍ସା ଟ୍ରଲି ଚାଳକଙ୍କ ପୁଅ ହେବେ ଡାକ୍ତର । ନିଷ୍ଠା ଓ ଏକାଗ୍ରତା ଥିଲେ ଯେ କେହିବି ବ୍ୟକ୍ତି ନିଶ୍ଚିତ ସଫଳତା ପାଇ ପାରିବ ଏକଥା କାହାକୁ ବି ଅଛପା ନାହିଁ । ତେବେ ଏହାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ଭଦ୍ରକ ସହରସ୍ଥ ପୁରୁଣା ବଜାର କାଜି ମହଲାର ମୈରାଜ ଖାନ ନାମକ ଜଣେ ଗରିବ ରିକ୍ସା ଚାଳକଙ୍କର ପୁଅ ମୁର୍ଶିଦ ଖାନ । ସେ ଚଳିତ ବର୍ଷ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ପଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଓ ଭବିଷ୍ୟତରେ ଜଣେ ଭଲ ଡାକ୍ତର ହେବାକୁ ଲକ୍ଷ ରଖିଛନ୍ତି ।ଯାହାକୁ ନେଇ ପରିବାର ଲୋକେ ସମସ୍ତ ବେଶ ଖୁସି ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଖେଳିଯାଇଛି ।

ଭଦ୍ରକ ସହରର ପୁରୁଣା ବଜାର, କାଜିମହଲାର ମୈରାଜ ଖାନ ଜଣେ ରିକ୍ସା ଚାଳକ ଭାବେ ଯାହା ରୋଜଗାର କରନ୍ତି ସେଥିରେ ନିଜର ୪ ଜଣ ପୁଅ ଓ ଦୁଇ ଜଣ ଝିଅଙ୍କୁ ପାଠ ପଢାଇବା ସହିତ ପରିବାର ବହୁ କଷ୍ଟରେ ଚଳାନ୍ତି । ତେବେ ଗତ ୨୦୦୭ ମସିହାରେ ଦୁର୍ଘଟଣାର ଶିକାର ହେବା ପରେ ସେ ଆଉ ରିକ୍ସା ଚଳାଇ ପାରିଲେ ନାହିଁ । ଠିକ ଏତିକି ବେଳେ ତାଙ୍କ ବଡ଼ ପୁଅ ରିଆଜ ଉଦିନ ଖାନ ପରିବାରର ବୋଝ ନିଜେ ସମ୍ଭାଳିବା ସହିତ ଭାଇ ମାନଙ୍କୁ ପାଠ ପଢ଼ାଇଲେ । ତେବେ ପିଲାଟି ବେଳୁ ମେଧାବୀ ଛାତ୍ର ମୁର୍ଶିଦ ଖାନଙ୍କ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ପ୍ରତି ବନ୍ଧକ ସାଜିବାରୁ ଭଦ୍ରକ କଲେଜରେ +2 ବିଜ୍ଞାନରେ ପାସ କଲା ପରେ ସେ ନିଜେ ବାରମ୍ବାର ଡାକ୍ତରୀ ପଢିବା ପାଇଁ ଏଣ୍ଟ୍ରାନ୍ସ ଦେଲେ । ହେଲେ ବିଫଳ ହେଉ ଥିଲେ ବି ପ୍ରଚେଷ୍ଟା ଜାରି ରଖିଥିଲେ।

ତେବେ ସାଙ୍ଗ ମାନଙ୍କ ସହ କେତେକ ପତ୍ର ପତ୍ରିକାରୁ ଜିନଦେଗୀ ଫାଉଣ୍ଡେସନ ବିଷୟରେ ଜାଣି ସେମାନଙ୍କ ସହ ଯୋଗାଯୋଗ କରିଥିଲେ । ପରେ ସେହି ଫାଉଣ୍ଡେସନ ମୁର୍ଶିଦ ଖାନଙ୍କ ଆଗ୍ରହ ଓ ଜ୍ଞାନକୁ ତର୍ଜମା କରି ତାଙ୍କ କୋଚିଂ ସେଣ୍ଟରରେ ରଖି ପଢାଇ ଥିଲେ । ଶେଷରେ ମୁର୍ଶିଦ ନିଟ ପରୀକ୍ଷାରେ ୬୦୯ ନମ୍ବର କୃତକାର୍ଯ୍ୟ ହେବା ସହ ସର୍ବଭାରତୀୟ ସ୍ତରରେ ୧୫,୨୩୯ ତମ ରାଙ୍କ ହାସଲ କରି ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ପଢିବା ପାଇଁ ମନୋନୀତ ହୋଇଛନ୍ତି । ଏହି ଖବର ତାଙ୍କ ପରିବାର ପାଇଁ ଖୁସି ଆଣିଥିଲା ବେଳେ ସାହି ଲୋକ ଓ ତାଙ୍କ ଶିକ୍ଷକ ମାନେ ମଧ୍ୟ ବେଶ ଖୁସି । ତେବେ ଆଗକୁ ଡାକ୍ତରୀ ପଢି ଜଣେ ଭଲ ଡାକ୍ତର ହେବାକୁ ମୁର୍ଶିଦ ଲକ୍ଷ ରଖିଥିବା କହିଛନ୍ତି

ମୁର୍ଶିଦଙ୍କ ଏଭଳି ଉପଲବ୍ଧି ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଖୁସିଥିବା ବେଳେ ତାଙ୍କର ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ସମ୍ମାନୀତ କରିଛନ୍ତି । ବାପା ଓ ମାଆ ଅଶିକ୍ଷିତ ହୋଇ ମଧ୍ୟ ପୁଅର ପାଠ ପଢାରେ କୌଣସି ପ୍ରକାର ବାଧା ନ ଉପୁଜାଇ ତାକୁ ପଢିବାକୁ ସୁଯୋଗ ଦେଇଥିଲେ । ମ୍ୟାଟ୍ରିକ୍ ପରୀକ୍ଷାରେ ଭଲ ନମ୍ବର ରଖି ଯେତେବେଳେ ସେ ପାସ କଲେ ସେତେବେଳେ ତାଙ୍କ ପ୍ରତି ପରିବାର ଲୋକଙ୍କ ଆଶା ଓ ଆଙ୍କାକ୍ଷା ବଢିଥିଲା । ମୁର୍ଶିଦ ମଧ୍ୟ ନିଜ ପରିବାର ଲୋକଙ୍କ ପରିଶ୍ରମକୁ ସମ୍ମାନ ଜଣାଇ ପରିଶ୍ରମ କରି ଚାଲିଥିଲେ । ତାହା ଆଜି ତାଙ୍କ ପରୀକ୍ଷା ଫଳାଫଳରୁ ସ୍ପଷ୍ଟ ବାରି ହେଉଛି । ଆଗାକୁ ନିଜ ଅଞ୍ଚଳର ଲୋକଙ୍କ ସେବା କରିବେ ବୋଲୁ ମୁର୍ଶିଦ କହିଛନ୍ତି ।