• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଏପ୍ରିଲ, ମେ ଓ ଜୁନ୍ ଭଳି ଜୁଲାଇରେ ବି ବସ୍ ଟିକସ ଛାଡ଼ ଘୋଷଣା ।

  • ବସ୍ ଉପରୁ ଟିକସ ଛାଡ଼ ଘୋଷଣା କଲା ରାଜ୍ୟ ପରିବହନ ବିଭାଗ ।

  • କରୋନା ପାଇଁ ବସ୍ ଚଳାଚଳରେ ବ୍ୟାଘାତ ଯୋଗୁଁ ଟିକସ ଛାଡ଼ ନିଷ୍ପତି ନିଆଯାଇଛି ।

ଭୁବନେଶ୍ୱର: ଏପ୍ରିଲ, ମେ ଓ ଜୁନ୍ ଭଳି ଜୁଲାଇରେ ବି ବସ୍ ଟିକସ ଛାଡ଼ ଘୋଷଣା । ବସ୍ ଉପରୁ ଟିକସ ଛାଡ଼ ଘୋଷଣା କଲା ରାଜ୍ୟ ପରିବହନ ବିଭାଗ । କରୋନା ପାଇଁ ବସ୍ ଚଳାଚଳରେ ବ୍ୟାଘାତ ଯୋଗୁଁ ଟିକସ ଛାଡ଼ ନିଷ୍ପତି ନିଆଯାଇଛି । ଷ୍ଟେଜ୍/କଣ୍ଟ୍ରା କ୍ୟାରେଜ ଓ ସ୍କୁଲ ବସ୍‌ମାନଙ୍କ ଉପରୁ ଟିକସ ଛାଡ଼ କରିବାକୁ ଘୋଷଣା କରାଯାଇଛି ।

ତେବେ ଆସନ୍ତାକାଲିଠୁ ରାଜ୍ୟରେ ଗଡ଼ିବ ଯାତ୍ରୀବାହୀ ବସ୍‌ । ବସରେ ଯେତିକି ସିଟ୍ ସେତିକି ଲୋକ ଯିବାକୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି । ଏହାସହ କେବଳ ପୁରୀରେ ଜୁଲାଇ ୨୫ ପର୍ଯ୍ୟନ୍ତ ବସ୍ ଚଳାଚଳକୁ ବାରଣ କରାଯାଇଛି । ସୂଚନା ଅନୁସାରେ, ଟ୍ୟାକ୍ସି, ଅଟୋ ରିକ୍ସା ସମଗ୍ର ରାଜ୍ୟରେ ଏଣିକି ଚଳାଚଳ କରିପାରିବ । ଦୋକାନ ବଜାର ଯେତିକି ସମୟ ଖୋଲିବ, ସେତିକି ସମୟ ଚାଲିବ ଟ୍ୟାକ୍ସି, ଅଟୋ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଏହାସହ ସାରା ରାଜ୍ୟରେ ପାର୍ଲର, ସ୍ପା, ଜିମ୍, ସେଲୁନ କାଲିଠାରୁ ଖୋଲିବ । ବିନା ଦର୍ଶକରେ ଆଉଟଡୋର୍ ସ୍ପୋର୍ଟସକୁ ମଧ୍ୟ ସରକାର ଅନୁମତି ଦେଇଛନ୍ତି । ସାରା ରାଜ୍ୟରେ ଇନଡୋର ଓ ଆଉଟଡୋର ଫିଲ୍ମ ସୁଟିଂକୁ ମଧ୍ୟ ଅନୁମତି ଦିଆଯାଇଛି । ପାର୍କ, ମଲ୍, ସିନେମା ହଲ୍, ମେଳା, ପ୍ରଦର୍ଶନୀ, ଯାତ୍ରା କିନ୍ତୁ ବନ୍ଦ ରହିବ । ବାହାଘର, ଶୁଦ୍ଧିକ୍ରିୟା ପାଇଁ ଥିବା କଟକଣା ପୂର୍ବପରି ଜାରି ରହିବ । ସେହିପିରି ସ୍କୁଲ, କଲେଜ, କୋଚିଂ ସେଣ୍ଟର ପୂର୍ବପରି ବନ୍ଦ ରହିବ । ବାର୍ ବନ୍ଦ ରହିବ କିନ୍ତୁ ରେଷ୍ଟୁରାଣ୍ଟ ଖାଦ୍ୟ ପାର୍ସଲ ଦେଇପାରିବେ । କାଟେଗୋରୀ ବି ଜିଲ୍ଲାରେ ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ ବୋଲି ସରକାର ସୂଚନା ଦେଇଛନ୍ତି ।