• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଝିଅ ବାହାଘର ପାଇଁ ବାପାଙ୍କ ନିଆରା ଅଫର

ଝିଅ ବାହାଘର ପାଇଁ ବାପାଙ୍କ ନିଆରା ଅଫର । ଖୋଜିଦିଅନ୍ତୁ ବର... ମିଳିବ ୩ ଲକ୍ଷ ଟଙ୍କା । ୨୦୦ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଥିବା ପରିବାରରେ ନିଜ ଝିଅକୁ ବିବାହ କରାଇବାକୁ ଏପରି ଅଫର ରଖିଛନ୍ତି ଜଣେ ବାପା ।  ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ସବୁଠାରୁ ବଡ଼ କଥା ହେଉଛି, ଏନେଇ ମିଶିକା ରଣା ନାମକ ଜଣେ ୟୁଜର୍ସ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘x’ରେ ପୋଷ୍ଟ କରିଛନ୍ତି । ମିଶିକା ଲେଖିଛନ୍ତି, ମୋର ଜଣେ ବନ୍ଧୁଙ୍କ ବାପା ୨୦୦କୋଟିରୁ ଅଧିକ ଟଙ୍କାର ସଂପତ୍ତି ଥିବା ପରିବାରରେ ତାଙ୍କ ଝିଅର ବାହାଘର କରିବାକୁ ଇଚ୍ଛୁକ ଅଛନ୍ତି । ଏଥିପାଇଁ ସେ ଏକ ଧନୀ ପରିବାର ଖୋଜୁଛନ୍ତି ।

ପ୍ରସ୍ତାବ ଖୋଜିବା ପାଇଁ ଏକ ବାହାଘର ଏଜେନ୍ସିକୁ ୩ଲକ୍ଷ ଟଙ୍କା ଫିସ୍ ଦେଇଛନ୍ତି । ଭଲ ବରପାତ୍ର ମିଳିବାକୁ ସେ ଅପେକ୍ଷା କରିଛନ୍ତି । ଭଲ ବରପାତ୍ର ମିଳିଲେ ମୋ ସାଙ୍ଗର ବାହାଘର ହେବ । ହେଲେ ମାତ୍ର ମିଶିକା ତାଙ୍କ ସାଙ୍ଗଙ୍କ ନାଁ କିମ୍ୱା ଠିକଣା ବିଷୟରେ କୌଣସି ସୂଚନା ଦେଇନାହାନ୍ତି । ଯାହାକୁ ନେଇ ୟୁଜର୍ସ ଅନେକ କମେଣ୍ଟ ଦେଇଛନ୍ତି ।

ମିଶିକାଙ୍କ ଏହି ପୋଷ୍ଟରେ ବହୁ ପ୍ରଶ୍ନ ମଧ୍ୟ ଆସିଛି । ଜଣେ ୟୁଜର କମେଣ୍ଟରେ ପ୍ରଶ୍ନ କରିଛନ୍ତି, ତାଙ୍କୁ କୌଣସି ପ୍ରସ୍ତାବ ମିଳିଲା ? ଏହି ପ୍ରଶ୍ନର ଉତ୍ତରରେ ମିଶିକା କହିଛନ୍ତି ଯେ, ତାଙ୍କ ପରିବାର ଲୋକ ଏଯାଏ ୮୦ରୁ ଅଧିକ ପ୍ରସ୍ତାବକୁ ରିଜେକ୍ଟ କରିସାରିଲେଣି ।