• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ଆମେ କେନ୍ଦ୍ରର ନାଁ ରାଜ୍ୟର ?  ଦରମା ବା ପାରିଶ୍ରମିକ ବୃଦ୍ଧିକୁ ନେଇଏପରି ପ୍ରଶ୍ନ କରୁଛନ୍ତି କନିଷ୍ଠ ଶିକ୍ଷକ । ତେଲ ଦର ବଢ଼ୁଛି, ପରିବା ଦର ଆକାଶ ଛୁଆଁ । ହେଲେ ବଢ଼ୁନି ଦରମା । ଅନେକ ଅନୁରୋଧ କଲା ପରେ ବି ପୂରଣ ହେଉନି ସମାନ କାମକୁ ସମାନ ଦରମା ପ୍ରଦାନ ଦାବି । ଦୀପାବଳିରେ କନିଷ୍ଠ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଣଦେଖା କରିଥିବା ଅଭିଯୋଗ ହୋଇଛି । ରାଜ୍ୟର କନିଷ୍ଠ ଶିକ୍ଷକମାନେ   ୬ ହଜାର ୫୦୦ ଟଙ୍କାରେ କାମ କରୁଛନ୍ତି । ସବୁ ଠିକା କର୍ମଚାରୀଙ୍କ ଦରମା ବର୍ଷକୁ ବର୍ଷ ବଢାଇବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ କନିଷ୍ଠ ଶିକ୍ଷକଙ୍କ କଥା ଆଦୌ ବିଚାରକୁ ନେଇନାହାନ୍ତି । 

ରାଜ୍ୟ ସରକାରଙ୍କ ଚୁକ୍ତଭିତ୍ତିକ କର୍ମଚାରୀମାନେ  ଏଣିକି ଇନିସିଆଲ ଆପଏଣ୍ଟି ଭାବେ ନିଯୁକ୍ତି ପାଇବେ । ହେଲେ ସେହି ନିୟମ ଅଧୀନରେ କନିଷ୍ଠ ଶିକ୍ଷକଙ୍କୁ ସାମିଲ କରଗଲା ନାହିଁ କି ବେତନ ବୃଦ୍ଧି କରାଯାଇ ନାହିଁ ।  କନିଷ୍ଠ ଶିକ୍ଷକଙ୍କୁ ରାଜ୍ୟରେ ବିଭିନ୍ନ ସ୍କୁଲରେ ଠିକା ଶିକ୍ଷକ ଭାବେ ନିଯୁକ୍ତି ମିଲିଛି । ହେଲେ ସହାୟତା ଓ ବେତନ କ୍ଷେତ୍ରରେ ରାଜ୍ୟ ସରକାର ଏମାନଙ୍କୁ ପର କରିଦେଉଛନ୍ତି । ଏହା ଆମ ଅଧିନରେ ନୁହଁ କେନ୍ଦ୍ର ସରକାରଙ୍କ କହି ଆଡ଼େଇ ଦେଉଛନ୍ତି ।

ଏଥିପାଇଁ ଯାଜପୁର କନିଷ୍ଠ ଶିକ୍ଷକମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଗତକାଲି ଦାବି ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ଷ୍ପଷ୍ଟ କରନ୍ତୁ ଆମେ କାହାର ବୋଲି ସେମାନେ କହୁଛନ୍ତି । ତାସହ ତୁରନ୍ତ ଇନିସିଆଲ ପୋଷ୍ଟିଙ୍ଗ କରିବା ସହ ମାସିକ ୧୬ ହଜାର ବେତନ ଦିଅନ୍ତୁ, ନହେଲେ ଆଗାମୀ ଦିନରେ ରାଜ୍ୟର ସମସ୍ତ କନିଷ୍ଠ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଜିଲ୍ଲା ଶିକ୍ଷାଧିକାରୀ କନିଷ୍ଠ ଶିକ୍ଷକଙ୍କ ଏହି ଦାବିକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଛି ।

ସେହିପରି ମାସିକ ଦରମା ୧୬ ହଜାର ଟଙ୍କା କରିବା ଦାବିରେ ବଲାଙ୍ଗିର ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ସଂଘ ତରଫରୁ ଆନ୍ଦୋଳନ କରାଯାଇଛି । ବଲାଙ୍ଗିର ଡି.ପି.ସି ଅଫିସରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଚଂଚଳ ରାଣାଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଶୀଘ୍ର ଦାବୀ ପୂରଣ ନହେଲେ ରାଜଧାନୀରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ଶିକ୍ଷକ ।

ସୂଚନାଯୋଗ୍ୟ ସରକାର ସବୁ ଠିକା କର୍ମଚାରୀଙ୍କ ଓ ଆଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ ବଢ଼ାଇଛନ୍ତି । ସମସ୍ତଙ୍କୁ ଦୀପାବଳିର ଉପହାର ଦେଇଛନ୍ତି ବୋଲି କହୁଛନ୍ତି । କିନ୍ତୁ ରାଜ୍ୟର ବିଭିନ୍ନ ସରକାରୀ ସ୍କୁଲର କନିଷ୍ଠ ଶିକ୍ଷକଙ୍କୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି । କନିଷ୍ଠ ଶିକ୍ଷକମାନେ ଏହାର ପ୍ରତିବାଦ ମଧ୍ୟ କରିଛନ୍ତି । ସରକାର ସେମାନଙ୍କ କଥା ଶୁଣନ୍ତୁ ବୋଲି ଗୁହାରୀ କରୁଛନ୍ତି ।