• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ମରିଗଲା ମାନବିକତା । ପାଖ ପଡ଼ୋଶୀ ବି ଦେଲେନି କାନ୍ଧ ।

    ରେଢାଖୋଲ ଉପଖଣ୍ଡ ଚାରମାଳ ଥାନା ବାରବାଙ୍କ ଗାଁରେ କାହାଣୀ ।

    ପୋଲିସ କଲା ଶବସତ୍କାର ।

ରେଢ଼ାଖୋଲ: ମରିଗଲା ମାନବିକତା । ପାଖ ପଡ଼ୋଶୀ ବି ଦେଲେନି କାନ୍ଧ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ରେଢାଖୋଲ ଉପଖଣ୍ଡ ଚାରମାଳ ଥାନା ବାରବାଙ୍କ ଗାଁରେ ।

ବିଦ୍ୟୁତ ଆଘାତରେ ମାଆ ଓ ପୁଅର ଜୀବନ ଚାଲିଗଲା । ହେଲେ ମୃତଦେହକୁ କାନ୍ଧ ଦେବାକୁ ଆସିଲେନି ଗାଁର କେହି ଲୋକ । ବୁଧବାର ବାରବାଙ୍କ ଗାଁର ଦିବ୍ୟାଙ୍ଗ ସୁଶାନ୍ତ ସାହୁ ଫ୍ୟାନ ମରାମତି କରିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ପୁଅକୁ ବିଦ୍ୟୁତ ଆଘାତ ଲାଗିଥିବା ଦେଖି, ମା’ ଦୌଡ଼ି ଆସିଥିଲେ ବଞ୍ଚାଇବା ପାଇଁ ହେଲେ ବିଫଳ ହେଲେ । ଶେଷରେ ପୁଅକୁ ତ ବଞ୍ଚାଇପାରିଲେନି, ନିଜ ଜୀବନ ମଧ୍ୟ ହାରିଲେ ।

ଏଭଳି ଏକ ଦୁଃଖଦ ପରିସ୍ଥିତି ମଧ୍ୟରେ ଗୋଟିଏ ପରିବାରର ଦୁଇଟି ଜୀବନ ଚାଲିଥିବା ବେଳେ ଗାଁ ଲୋକ ତଥା ପାଖ ପଡ଼ୋଶୀ ବି ପାଖ ମାଡ଼ିଲେନି । ଗାଁ କୌଣସି ବ୍ୟକ୍ତି ଶବ ଛୁଇଁବାକୁ ନାରାଜ ଥିଲେ । ଶବ ସତ୍କାର କଥା ବି ଗାଁ ଲୋକ ଭୁଲି ଗଲେ । ଶେଷରେ ବାଧ୍ୟ ହୋଇ ସ୍ଥାନୀୟ ପୋଲିସ ନିଜେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ଭଳ ସହାୟତାରେ ମୃତଦେହର ସତ୍କାର କରିଥିଲା । ମୃତଦେହକୁ ସମ୍ବଲପୁରର ରାଜଘାଟରେ ମା’ ପୁଅ ଦୁହିଙ୍କର ଶବ ସତ୍କାର କରିଥିଲା ପୋଲିସ ।